ORHDC ମାମଲାରେ ସୋମବାର ଶୁଣାଣି; ସୁପ୍ରିମକୋର୍ଟରେ ମୋକିମଙ୍କ ଭାଗ୍ୟ ନିର୍ଦ୍ଧାରଣ

Published By : Prameya-News7 Bureau | April 22, 2024 IST

କଟକ: ସୋମବାର ମହମ୍ମଦ ମୋକିମଙ୍କ ମାମଲାର ‘ସୁପ୍ରିମ’ ଶୁଣାଣି । ଆଜି ସୁପ୍ରିମକୋର୍ଟରେ କଟକ-ବାରବାଟୀ ବିଧାୟକଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ୨୦୨୪  ନିର୍ବାଚନ ମୋକିମ୍ ଲଢ଼ି ପାରିବେ କି ନାହିଁ ସର୍ବୋଚ୍ଚ ଅଦାଲତଙ୍କ ଫୈସଲାରୁ ସ୍ପଷ୍ଟ ହେବ । ଓଡ଼ିଶା ରୁରାଲ ହଉସିଂ ଡେଭଲପ୍‌ମେଣ୍ଟ କର୍ପୋରେସନ ବା ORHDC ଦୁର୍ନୀତି ମାମଲାରେ ଅପ୍ରେଲ ୧୦ ତାରିଖରେ କଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମହମ୍ମଦ ମୋକିମ୍। ତେବେ ଗତ ମଙ୍ଗଳବାର ଅଦାଲତ ଏହି ମାମଲାର ଶୁଣାଣି କରି ମୋକିମଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ୍ ଲଗାଇଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ପି.ଏସ ନରସିଂହାଙ୍କ ଡବଲ ବେଞ୍ଚ୍ ଖଣ୍ଡପୀଠ ଶୁଣାଣି କରିବେ ।  

ପୂର୍ବରୁ ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଉକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବାରବାଟୀ ବିଧାୟକ । ହେଲେ ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟ କାଏମ ରଖିଥିଲେ । ତେବେ ଏହା ବିରୋଧରେ ମହମ୍ମଦ ମୋକିମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ୨୨ ତାରିଖରେ ମୋକିମଙ୍କ ଆତ୍ମସମର୍ପଣ ମାମଲାରେ କୋର୍ଟ ରୋକ୍ ଲଗାଇଥିଲେ । ଆଜି ORHDC ଦୁର୍ନୀତି ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.