କଟକରେ କିଏ ହେବ ବିଜେଡିର ବିଧାୟକ ପ୍ରାର୍ଥୀ ? ମୋକ୍କିମ କହିଲେ ଲୋକ ସମ୍ପର୍କ ଓ ବିଜୟକୁ ନେଇ ମୁଁ ଆଶ୍ୱସ୍ତ

Published By : Prameya-News7 Bureau | February 13, 2024 IST

କଟକ ୧୩/୦୨: ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ନିର୍ଵାଚନ ପାଇଁ ପ୍ରାର୍ଥୀ ହେଵା ପରେ କଟକରେ ନୂଆ ରାଜନୈତିକ ସମୀକରଣକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଵିଶେଷ କରି କଂଗ୍ରେସ ନେତା ତଥା ଵାରଵାଟୀ କଟକ ବିଧାୟକ ମହମ୍ମଦ ମୋକ୍କିମଙ୍କ ପାଇଁ ନୂଆ ଆହ୍ୱାନ ସୃଷ୍ଟି ହୋଇଛି ।

ବାରବାଟୀ କଟକରୁ ବିଜେଡ଼ିର ଜଣେ ମଜଵୁତ ଚେହେରା ମଇଦାନକୁ ଓହ୍ଲାଇବେ ଵୋଲି ଦେବାଶିଷ କହିଵା ପରେ ରାଜନୈତିକ କଳ୍ପନାଜଳ୍ପନା ଜୋର୍ ଧରିଛି । କେହି କେହି ବିଜେଡ଼ିର ଏହି ଗୋଟି ଚାଳନା କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଲଢେଇକୁ ବେଶ୍ କଷ୍ଟକର କରିଦେବ ବୋଲି ମତ ଦେଉଥିବାବେଳେ ମହମ୍ମଦ ମୋକ୍କିମ କିନ୍ତୁ ନିଜର ଲୋକ ସମ୍ପର୍କ ଓ ଵିଜୟକୁ ନେଇ ପୁରା ଆଶ୍ୱସ୍ତ ଅଛନ୍ତି ।

ଵିଜେଡି ତାଙ୍କର ପୁରୁଣା ପ୍ରତିଦ୍ୱନ୍ଦୀଙ୍କୁ ହଟେଇ ବାରବାଟୀରେ ନୂଆ ପ୍ରାର୍ଥୀ କଥା ଚିନ୍ତା କରୁଛି ଅର୍ଥ ଏଠି କଂଗ୍ରେସର ଶକ୍ତି ସାମର୍ଥ୍ୟକୁ ସ୍ୱିକାର କରୁଛି ଵୋଲି କହିଛନ୍ତି ମୋକ୍କିମ । ବାରବାଟୀରେ କଂଗ୍ରେସ ଲୋକଙ୍କ ପାଖରେ ଅଛି, ତେଣୁ ପ୍ରତିଦ୍ୱନ୍ଦି ଯେତେ ଵଳିଷ୍ଠ ହେଲେ କୌଣସି ଫରକ୍ ପଡିବନି ବୋଲି ମୋକ୍କିମ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.