oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଦଳ ନିଷ୍ପତ୍ତି ମାନିଲେନି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍, ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଲେ ଭୋଟ୍

18/07/2022 at 1:48 PM

ଭୁବନେଶ୍ବର ୧୮।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ତେବେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ୍‌ । ଓଡିଆ ଭାବାବେଗ ଓ ଓଡିଆ ଝିଅକୁ ସମ୍ମାନ ଦେଇ ସେ ଭୋଟ୍ ଦେଇଥିବା କହିଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ମୋ ବିବେକ ଅନୁଯାୟୀ ମୁଁ ଭୋଟ୍ ଦେଇଛି । ଯେହେତୁ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ, ଓଡିଶାର ଗର୍ବ ଗୌରବ ସେଥିପାଇଁ ମୁଁ ଭୋଟ୍ ଦେଲି । କାହାକୁ ଭୋଟ୍‌ ଦେବାକୁ ଦଳର କୌଣିସ ହ୍ବିପ୍ ନଥିଲା । ମୁଁ ଓଡିଆ ହିସାବରେ ତାଙ୍କୁ ଭୋଟ୍ ଦେଇଛି ।

କିଛି ଦିନ ତଳେ ବିଧାୟକ ମହମ୍ମଦ ମୋକିମ୍ କହିଥିଲେ ଦଳ ଯାହାକୁ କହିବ ତାଙ୍କୁ ଆମେ ସମର୍ଥନ କରିବୁ । ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବୋଚ୍ଚ । ଦଳ ଯାହାକୁ କହିବ ସମର୍ଥନ ଲାଗି ଆମେ ତାକୁ ସମର୍ଥନ କରିବୁ । ସବୁଠୁ ଉପରେ ଦଳ । କିନ୍ତୁ ଆଜି ସେ ନିଜେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । କଂଗ୍ରେସ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ମହମ୍ମଦ ମୋକିମ୍ । ସେ କଂଗ୍ରେସର ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

ତେବେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ପଷ୍ଟ କରିଥିଲେ । କଂଗ୍ରେସ ବିଧାୟକଙ୍କ ସହ ବୈଠକରେ ଏ ନେଇ ଆଲୋଚନା କରିଥିଲେ । କଂଗ୍ରେସର ସମସ୍ତ ଭୋଟ୍ ଯଶଓ୍ବନ୍ତଙ୍କୁ ଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ଯଶଓ୍ବନ୍ତ ସିହ୍ନା ବିରୋଧୀ ଦଳର ପ୍ରାର୍ଥୀ ହୋଇଛନ୍ତି ।

   Related Posts