oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଖୋଲିବ ମୋକିମ୍‌ଙ୍କ ପୁରୁଣା ମାମଲାର ପେଡ଼ି, କୋର୍ଟ ଓ ଥାନାରୁ ରେକର୍ଡ ମାଗିଲେ ହାଇକୋର୍ଟ

31/07/2022 at 12:02 PM

କଟକ ୩୧/୦୭ : ବାରବାଟୀ-କଟକ ବିଧାନସଭା ନିର୍ବାଚନ ମାମଲାରେ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ବିରୋଧରେ ବିଭିନ୍ନ କୋର୍ଟ ଏବଂ ଥାନାରେ ଥିବା ମାମଲାର ପେଡ଼ି ଖୋଲିବାକୁ ଯାଉଛି । ହାଇକୋର୍ଟ ଏହି ମର୍ମରେ ବିଭିନ୍ନ କୋର୍ଟ ଏବଂ ଥାନାରୁ ମୋକିମ୍‌ଙ୍କ ବିରୋଧରେ ଗଡ଼ି ଆସୁଥିବା ବିଭିନ୍ନ ମାମଲାର ସାର୍ଟିଫାଏଡ୍‌ ରେକର୍ଡ ତଲବ କରିଛନ୍ତି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଆଗତ ମିସ୍‌କେସ୍‌ ଉପରେ ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ଏହି ଆଦେଶ ଦେଇଛନ୍ତି ।

ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ମୋକିମ୍‌ଙ୍କ ବିରୋଧରେ ଯେଉଁ ମାମଲା ରହିଛି ଉକ୍ତ ମାମଲାର ଏଫ୍‌ଆଇଆର୍‌ କପି ଏବଂ ଅର୍ଡର ସିଟ୍‌ର ସାର୍ଟିଫାଏଡ୍‌ କପି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଭିଜିଲାନ୍ସ ଅଦାଲତରୁ ମଧ୍ୟ ସମାନ ରେକର୍ଡ ତଲବ କରାଯାଇଛି । ସେହିପରି କଟକ ସଦର ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଯେଉଁସବୁ ମାମଲା ରହିଛି ସେସବୁର ରେକର୍ଡ଼ ମଧ୍ୟ ତଲବ କରାଯାଇଛି ।

ସେହିପରି ବାଲିଅନ୍ତା ଥାନାରେ ବିଧାୟକ ମୋକିମ୍‌ଙ୍କ ବିରୋଧରେ ଯେଉଁ ମାମଲା ରହିଥିଲା ଉକ୍ତ ମାମଲାର ସମସ୍ତ ରେକର୍ଡ଼ପତ୍ର ଦାଖଲ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅଦାଲତଙ୍କଠାରୁ ସମୟ ଲୋଡ଼ାଯାଇଥିଲା । ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହ ମାମଲାର ଶୁଣାଣି ଆସନ୍ତା ଅଗଷ୍ଟ ୨୨ ତାରିଖକୁ ଧାର୍ଯ୍ୟ ହୋଇଛି ।

ଏହି ମାମଲାରେ କଟକ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ନାମାଙ୍କନପତ୍ର, ଏଥିସହ ସେ ଦାଖଲ କରିଥିବା ସମସ୍ତ ସତ୍ୟପାଠ ଏବଂ ଚେକ୍‌ ଲିଷ୍ଟ ଆଦିର ସମସ୍ତ ରେକର୍ଡ଼ପତ୍ର ଜଉମୁଦ ଲଫାପାରେ ଅଦାଲତରେ ଦାଖଲ କରିଥିଲେ । ଏହି ରେକର୍ଡପତ୍ରକୁ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରେଜିଷ୍ଟ୍ରାର୍‌ ଜଉମୁଦ ଲଫାପାରେ ରଖିବା ଲାଗି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି । ବିଧାୟକ ମୋକିମ୍‌ ୨୦୧୯ ସାଧାରଣ ନିର୍ବାଚନରେ ସତ୍ୟପାଠରେ ନିଜ ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଶ୍ରୀ ସାମନ୍ତରାୟ ହାଇକୋର୍ଟରେ ଏକ ନିର୍ବାଚନୀ ମାମଲା ରୁଜୁ କରିଥିଲେ ।

ମାମଲାକୁ ଖାରଜ କରିବା ଲାଗି ବିଧାୟକଙ୍କ ପକ୍ଷରୁ ଏକ ପିଟିସନ୍‌ ରୁଜୁ କରାଯାଇଥିଲା । ଉକ୍ତ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ବିଧାୟକଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲାଗୁ କରିଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ବିଧାୟକ ଇଂ. ମୋକିମ୍‌ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରୁ ବିଧାୟକଙ୍କୁ ନିରାଶ ହେବାକୁ ପଡ଼ିଛି। ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଏବଂ ଦେବାଶିଷଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।

   Related Posts