suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଟିକଟକ୍ ସେଲିବ୍ରିଟି ମୋହିତ ମୋରଙ୍କୁ ଦୁର୍ବୃତ୍ତଙ୍କ ୧୩ରାଉଣ୍ତ ଗୁଳି ମାରି ହତ୍ୟା

23/05/2019 at 1:06 PM

ଟିକଟକ୍ ସେଲିବ୍ରିଟି ହୋଇଥିବା ମୋହିତ ମୋରଙ୍କୁ ମଙ୍ଗଳବାର ଗୁଳି ମାରି ହତ୍ୟା କରାଯାଇଛି। ଟିକଟକରେ ଆପରେ ଆକ୍ଟିଭ ଥିବା ମୋହି ଜଣେ ମଧ୍ୟ ଜଣେ ଜିମ୍ ଟ୍ରେନର। ମୋହିତ ନଜଫଗଡ଼ରେ ଥିବା ତାଙ୍କ ସାଙ୍ଗଙ୍କ ଦୋକାନକୁ ଯାଇଥିଲେ। ସେହି ସମୟରେ ହେଲମେଟ୍ ପିନ୍ଧି ୩ଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳି ମାରି ସେଠାରୁ ଫେରାର ହୋଇଯାଇଥିଲେ।

୨୭ବର୍ଷର ମୋହିତଙ୍କୁ ଅଭିଯୁକ୍ତମାନେ ୧୩ରାଉଣ୍ଡ ଗୁଳି ଚଳାଇଥିଲେ। ମୋହିତଙ୍କ ଶବକୁ ପୋଲିସ୍ ନିଜ ହେପାଜତକୁ ନେଇଛି ଏବଂ ତଦନ୍ତ ଚଳାଇଛି। ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ୩ଜଣ ଅଭିଯୁକ୍ତଙ୍କ ଫଟୋ ରହିଛି। ମୋହିତଙ୍କ ଟିକଟକରେ ୫ଲକ୍ଷରୁ ଅଧିକ ଫଲୋଅର ରହିଛନ୍ତି।

ମୋହିତଙ୍କ ଟିକଟକ୍ ଭିଡିଓ ବହୁତ ଭାଇରାଲ ହେଉଥିଲା। ସୋଶିଆଲ ମିଡିଆରେ ୟୁଜର୍ସ ମୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୋହିତଙ୍କ ଘରେ ତାଙ୍କ ମାଆଙ୍କ ବ୍ୟତୀତ ଜଣେ ଭାଇ ଅଛନ୍ତି। ତାଙ୍କ ବାପାଙ୍କ ବୟୁତ ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା।

ଜିମ୍ ଟ୍ରେନର ଏବଂ ଟିକଟକ୍ ଭିଡିଓ କରିବା ଛଡ଼ା ମୋହିତ ଭଲ ଗୀତ ଗାଉଥିଲେ। ଟଙ୍କା ନେଣଦେଣ ଏବଂ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ କାରଣ ପାଇଁ ହତ୍ୟା କରାଯାଇଛି ବୋଲି ଶୁଣିବାକୁ ମିଳୁଛି।

ମୋଡଇଥ ଅପ୍ରେଲ୍ ମାସରେ କଲେଜ ଜଏନ କରିଥିଲେ। ସେ ଦିଲ୍ଲୀ ୟୁନିଭର୍ସିଟିର ଛାତ୍ର ଥିଲେ। ସୋଶିଆଲ ମିଡିଆରେ ତାଙ୍କ ଫ୍ୟାନ୍ ପାଇଁ ସ୍ୟାଡ୍ ଭିଡିଓ ଏବଂ ମ୍ୟାସେଜ ପଠାଉଛନ୍ତି।  

   Related Posts