ଶକ୍ତିପୀଠ ମା' କନକଦୁର୍ଗା ମନ୍ଦିରରେ ମହାଷ୍ଟମୀ, ଡଲା ଭୋଗ ଲାଗିକଲେ ଭକ୍ତ

Published By : Prameya-News7 Bureau | October 02, 2022 IST

ନୀଳଗିରି, ୨/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ରାଜବାଟି ପରିସରରେ ଥିବା ମା' କନକଦୁର୍ଗାଙ୍କ ଐତିହାସିକ ମନ୍ଦିର ମହାଷ୍ଟମୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ବହୁ ଦୂରଦୁରାନ୍ତରୁ ଭକ୍ତମାନେ ପୂଜାର୍ଚ୍ଚନା କରିବା ସହ ଡଲା ଭୋଗ ଲାଗି କରିଛନ୍ତି । ଦୁର୍ଗାପୂଜା ପାଇଁ ଷୋଡଶ ପୂଜା ହେଉଥିବା ବେଳେ ପାଞ୍ଚଦିନ ଧରି ବଳି ଖେଳ ଅନୁଷ୍ଠିତ ହୋଇଅଛି । ଆଜି ସକାଳ ଠାରୁ ଅଷ୍ଟମୀପୂଜାରେ ହଜାର ହଜାର ଭକ୍ତଙ୍କ ସୁଅ ଝୁଟୁଥିବା ଦେଖିବାକୁ ମିଳିଛି । ଖାଲି କନକଦୁର୍ଗା ନୁହଁ ସଜନାଗଡ଼ ସ୍ଥିତ ଚଣ୍ଡୀ ମନ୍ଦିର, ବାସୁଳୀ ମନ୍ଦିର, ମାରିଚି ମନ୍ଦିରରେ ଅଷ୍ଟମୀ ପୂଜା ମହାସମାରୋହରେ ପାଳନ ହୋଇଛି । ସେହିପରି ପୂଜାମଣ୍ଡପରେ ଆଜି ସପ୍ତମୀ ନୀତି ପୂଜା ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.