ବିଦ୍ୟୁତ ଆଘାତରେ ହୋମଗାର୍ଡଙ୍କ ମୃତ୍ୟୁ

Published By : Prameya-News7 Bureau | September 25, 2018 IST

ମୋହନ ୨୫/୯ : ମୋହନରେ ବିଦ୍ୟୁତ ଆଘାତରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଅଛନ୍ତି । ମୃତ ହୋମଗାର୍ଡ ହେଲେ ମୋହନା ଥାନାରେ କାର୍ଯ୍ୟରତ କଦମଚୁଆଁ ଗାଁର ମାଧବ ନାୟକାଲି । ଗତକିଲି ବିଳମ୍ବିତ ରାତିରେ ଗାଁ ନିକଟସ୍ଥ କାଳିଆପଟା ଗାଁକୁ ଯାଇ ନିଜ ଗାଁକୁ ଫେରୁଥିଲେ । ରାସ୍ତାରେ ଜଙ୍ଗଲ ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିଲେ ଦୁର୍ବୃତ୍ତ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ମାଧବଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ମୃତଦେହ ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.