ଗଞ୍ଜେଇ ଗାଡ଼ିକୁ ପିଛା କରି ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ASI ଆହତ

Published By : Prameya-News7 Bureau | January 23, 2023 IST

ମୋହନା ୨୩।୦୧ : ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ପୋଲିସ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଓଲଟି ପଡିଲା ପୋଲିସ ଭ୍ୟାନ୍‍ ASI ଆହତ l  ଗଜପତି ଜିଲ୍ଲା ମୋହନା ଥାନା କିରତିଂ ଗାଁ ନିକଟରେ ଏଭଳି ଏକ ଘଟଣା ଘଟିଛି l

{"id":736570,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଯାଉଥିବା ଖବର ପାଇ ମୋହନା ଥାନା ASI ଏଲ ଭି ପ୍ରସାଦ, ଗାଡ଼ି ନେଇ ପିଛା କରିଥିଲେ l ଗଞ୍ଜେଇ ଗାଡ଼ି ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ଗାଡ଼ି ଏହାର ପିଛା କରୁଥିଲା । ତେବେ କିର୍ତିଙ୍ଗ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲ ପୋଲିସ ଭ୍ୟାନ୍ l ଏଥିରେ ASI ଏଲ ଭି ପ୍ରସାଦ ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ତୁରନ୍ତ ମୋହନା ମେଡ଼ିକାଲ ଅଣାଯିବା ସହ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଗଞ୍ଜେଇ ଭର୍ତ୍ତିି ଗାଡ଼ି ଘଟଣା ସ୍ଥଳରୁ ଚଂପଟ ମାରିଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.