କୂଅରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ଘଟଣା ଆତ୍ମହତ୍ୟା ନୁହେଁ, ବାପା ମା ମିଶି ବିଷ ଦେଇ ମାରିବାପରେ ଫିଙ୍ଗିଦେଇଥିଲେ କୂଅରେ

Published By : Prameya-News7 Bureau | October 01, 2018 IST

ମୋହନା ୧/୧୦ : ଗଜପତି ଜିଲ୍ଲା ଜି.ଉଦୟଗିରି ଥାନା ଛେଳିଗଡ଼ରେ ପ୍ରମୋଦ ଆଚାରୀଙ୍କ ୨ ଝିଅଙ୍କ ମୃତଦେହ ବାଡ଼ିପଟ କୂଅରୁ ଉଦ୍ଧାର ଘଟଣା ପର୍ଦାଫାଶ ହୋଇଛି | ଦୁଇ ଝିଅଙ୍କ ନାଁ ସ୍ୱପ୍ନା ଓ କିରଣ | ଦୁଇ ଝିଅ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ବାପା | କିନ୍ତୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜି.ଉଦୟଗିରି ଏସଡ଼ିପିଓ ଅନିଲ ପ୍ରଧାନ ସୂଚନା ଦେଇଛନ୍ତି | ଦୁଇ ଝିଅ ସ୍ୱପ୍ନା ଓ କିରଣକୁ ବାପା ଓ ମା ବିଷ ଦେଇ ହତ୍ୟା କରିବା ପରେ କୂଅରେ ଫିଙ୍ଗିଦେଇଥିଲେ | ପୋଲିସ ପ୍ରମୋଦଙ୍କ ଜ୍ୱାଇଁ ଗଣେଶ ସାହୁ ଓ ଝିଅ ପ୍ରିୟାକୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା କରୁଛି | [gallery ids="46674"] ସୂଚନାଯୋଗ୍ୟ ଯେ, ମୃତ ସ୍ୱପ୍ନାଙ୍କ ବାହାଘର ଭୁବନେଶ୍ୱରର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା | ତେବେ ପ୍ରମୋଦଙ୍କ ଜ୍ୱାଇଁ ଏହି ବାହାଘର ଭାଙ୍ଗିବା ପାଇଁ ପ୍ରସ୍ତାବିତ ଯୁବକଙ୍କ ପାଖକୁ ସ୍ୱପ୍ନାର ଅଶ୍ଳୀଳ ଫଟୋ ଓ କଲ ରେକର୍ଡ ପଠାଇଥିଲେ | ସ୍ୱପ୍ନା ଚରିତ୍ର ଖରାପ ବୋଲି ମଧ୍ୟ ଉକ୍ତ ଯୁବକଙ୍କୁ କହିଥିଲେ | ଯୁବକ ଜଣକ ସମସ୍ତ ଘଟଣା ସ୍ୱପ୍ନାଙ୍କ ବାପାଙ୍କୁ ଜଣାଇଥିଲେ ଓ ବାହାଘର ପ୍ରସ୍ତାବ ଭାଙ୍ଗିଦେଇଥିଲେ | ଯାହାଫଳରେ ସ୍ୱପ୍ନାଙ୍କ ବାପା ମା ଦୁଃଖରେ ଭାଙ୍ଗିପଡିଥିଲେ | [gallery ids="46675"] ଗତ ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ବାପା ପ୍ରମୋଦ ଓ ମା ରାଜେଶ୍ୱର ଦୁଇଟି ଗ୍ଲାସରେ ବିଷ ଆଣି ଦୁଇ ଝିଅଙ୍କୁ ପଚାରିଥିଲେ ତମେ ନିଜେ ପିଇବ ନା ଆମେ ପିଆଇଦେବୁ | ଏହା ଶୁଣି ସ୍ୱପ୍ନା ଓ କିରଣ ବିଷ ପିଇଦେଇଥିଲେ | ଏହାର କିଛି ସମୟ ପରେ ଯେତେବେଳେ ଦୁହିଁଙ୍କ ମୃତ୍ୟୁ ହୋଇଯାଇଥିଲା, ଟଙ୍କା ମୃତଦେହକୁ ବାଡ଼ିପଟ କୂଅରେ ଫିଙ୍ଗିଦେଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ | ତେବେ ଘଟଣାର ଛାନଭିନ କରି ପୋଲିସ ଅଭିଯୁକ୍ତ ବାପା ମାଙ୍କୁ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.