ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଟି-୨୦ ବିଶ୍ଵ କପ୍ ଦଳରେ ସାମିଲ୍ ହେବେ ଶାମି ! ଷ୍ଟାଣ୍ଡବାଇ ରହିବେ ସିରାଜ୍

4/10/2022 at 5:38 PM

ନୂଆଦିଲ୍ଲୀ: ପିଠିରେ ଆଘାତଜନିତ ସମସ୍ୟା କାରଣରୁ ଭାରତୀୟ ଟି-୨୦ ବିଶ୍ଵ କପ୍‌ ଦଳରୁ ବାଦ୍ ପଡି ସାରିଛନ୍ତି ଯଶପ୍ରୀତ ବୁମରା। ଏହା ଦଳର ବିଶ୍ଵ କପ୍ ଅଭିଯାନ ପାଇଁ ଶକ୍ତ ଧକ୍କା। ବୁମରାଙ୍କୁ ଫିଟ୍ ହେବାକୁ ଚାରିରୁ ଛଅ ସପ୍ତାହ ସମୟ ଲାଗିବ। ଏବେ ଚର୍ଚ୍ଚା ବୁମରାଙ୍କ ବଦଳ ଖେଳାଳି ଭାବେ କେଉଁ ବୋଲରଙ୍କୁ ସୁଯୋଗ ମିଳିବ। ବିସିସିଆଇ ଅଦ୍ୟାବଧି ଏହା ସ୍ପଷ୍ଟ କରି ନାହିଁ। ହେଲେ ବୁମରାଙ୍କ ସ୍ଥାନ ନେବା ପାଇଁ ପ୍ରବଳ ଦାବି ହେଉଛନ୍ତି ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ୍। ତେବେ ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବୁମରାଙ୍କ ସ୍ଥାନରେ ଟି-୨୦ ବିଶ୍ଵ କପ୍‌ ଦଳରେ ସାମିଲ୍ କରାଯିବ। ଗତ ବର୍ଷ ଟି-୨୦ ବିଶ୍ଵ କପ୍ ପରଠୁ ଶାମି କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି।

ରିପୋର୍ଟ ଅନୁଯାୟୀ, ମହମ୍ମଦ ସିରାଜଙ୍କୁ ଟି-୨୦ ବିଶ୍ଵ କପ୍‌ ପାଇଁ ଷ୍ଟାଣ୍ଡବାଇ ଖେଳାଳି ତାଲିକାରେ ରଖାଯିବ। ଦ୍ରୁତ ବୋଲର ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। ହେଲେ ତାଙ୍କୁ ଭୁବନେଶ୍ଵର କୁମାରଙ୍କ ପାଇଁ ସର୍ବଦା ବ୍ୟାକଅପ୍ ଭାବେ ଦଳରେ ରଖାଯାଇଥିଲା। ତେଣୁ ତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯିବ। ଶାମିଙ୍କ ଅଷ୍ଟ୍ରେଲିଆ ପରି ବାଉନ୍ସିଂ ପିଚ୍‌ରେ ଖେଳିବାର ଅଭିଜ୍ଞତା ରହିଛି। ତାଙ୍କ ଅନୁଭବ ଦଳ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରେ। ତେଣୁ ବିସିସିଆଇ ବୁମରାଙ୍କ ସ୍ଥାନରେ ଶାମିଙ୍କୁ ମୁଖ୍ୟ ଦଳରେ ସାମିଲ୍ କରାଇବା ନିଶ୍ଚିତ ଲାଗୁଛି।

ବିସିସିଆଇ ସୂତ୍ର ଅନୁଯାୟୀ, ଦଳ ପ୍ରବନ୍ଧକ ବ୍ୟାକଅପ୍‌ ବିଷୟରେ ସ୍ପଷ୍ଟ ରହିଛି। ଚହରଙ୍କୁ ଭୁବନେଶ୍ଵର କୁମାରଙ୍କ ବ୍ୟାକ୍‌ଅପ୍‌ ଭାବେ ରଖାଯାଇଛି। କାରଣ ଭୁବନେଶ୍ଵର ଏବେ ମଧ୍ୟ ପ୍ରଥମ ପସନ୍ଦ। ଶାମିଙ୍କୁ ବୁମରାଙ୍କ କଭର  ଖେଳାଳି ଭାବେ ରଖାଯାଇଛି। ଏଥିପାଇଁ ଶାମିଙ୍କ ୧୫ ଜଣିଆ ଦଳରେ ସାମିଲ୍ ହେବା ନିଶ୍ଚିତ। ସିରାଜ ଷ୍ଟାଣ୍ଡବାଇ ଖେଳାଳି ଭାବେ ଅଷ୍ଟ୍ରେଲିଆ ଗସ୍ତ କରିବେ।

   Related Posts