scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରିନ୍ସ ସଲମାନ ଖୋଲିଲେ ରାଜକୋଷ, ଆର୍ଜେଣ୍ଟିନାକୁ ହରାଇଥିବା ସାଉଦି ଖେଳାଳିଙ୍କୁ ଦେବେ Rolls Royce Phantom

26/11/2022 at 4:16 PM

ନୂଆଦିଲ୍ଲୀ: କତାରରେ ଦୁଇ ଥରର ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନାକୁ ହରାଇ ଦୁନିଆକୁ ଚକିତ କରାଇଥିବା ସାଉଦି ଆରବ ଫୁଟବଲ ଟିମ ପାଇଁ  ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସାଉଦିର ରାଜକୋଷ ଖୋଲିଛନ୍ତି । ମେସି ଟିମକୁ ହରାଇଥିବା ସାଉଦି ଖେଳାଳିଙ୍କୁ RM6 million Rolls Royce Phantom କାର ଉପହାରରେ ଦେବେ । ଏହି  କାରର ମୂଲ୍ୟ  ଭାରତରେ ପ୍ରାୟ ୧୧-୧୨ କୋଟି ଟଙ୍କା ରହିଛି । ଫିଫା ବିଶ୍ୱ କପ ୨୦୨୨ରେ ସାଉଦି ଆରବ ନିଜ ପ୍ରଥମ ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରି ମେସିଙ୍କ ଟିମ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଥିଲା।

ଆର୍ଜେଣ୍ଟିନାର ପରାଜୟକୁ ବିଶ୍ୱ କପ ଇତିହାସର ସବୁଠୁ ବଡ଼ ଓଲଟପାଲଟ ବୋଲି କୁହାଯାଉଛି । ପରାଜୟ ପରେ ମେସି ମୁହଁ ଲୁଚାଇ ଯାଉଥିବା ନଜର ଆସିଥିଲେ । ବିଶ୍ୱ ରାଙ୍କିଂରେ ଆର୍ଜେଣ୍ଟିନା ସାମନାରେ ସାଉଦି ବହୁ ପଛରେ ରହିଛି । ମ୍ୟାଚ ପୂର୍ବରୁ ସମସ୍ତଙ୍କ ଆକଳନ ଥିଲା ମେସିଙ୍କ ଟିମ ସାଉଦି ଆରବକୁ ଏକ ତରଫା ମ୍ୟାଚରେ ପରାସ୍ତ କରିବ । ଆର୍ଜେଣ୍ଟିନା ଟିମ ୩ ବର୍ଷ ଧରି ଅପରାଜିତ ଥିଲା ଏବଂ ୨୦୨୨ ଟୁର୍ଣ୍ଣାମେଣ୍ଟ ପାଇଁ ଫେଭରେଟ୍ ଟିମ ମଧ୍ୟରେ ସାମିଲ ରହିଛି ।

ଅନ୍ୟପଟେ ଏହି ବିଜୟରେ ସାଉଦି ପ୍ରସଂଶକଙ୍କ ବେଶ ଖୁସି ଅଛନ୍ତି, ଅନ୍ୟପଟେ ଏହି ଚମତ୍କାର ବିଜୟ ପାଇଁ ସାଉଦି ଆରବର ପ୍ରତ୍ୟେକ ଖେଳାଳିଙ୍କୁ ଦେଶର ରାଜ ପରିବାର ପକ୍ଷରୁ ଗୋଟିଏ ଗୋଟିଏ ରୋଲ୍ସ ରୟସ ଉପହାରରେ ଦିଆଯିବ । କତାରରୁ ଫେରିବା ପରେ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜେ ଖେଳାଳିମାନଙ୍କୁ ଏହି ଉପହାର ଦେବେ ।  

   Related Posts