Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ମହମ୍ମଦ ଜୁବେର ଏବଂ ପ୍ରତୀକ ସିହ୍ନାଙ୍କୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର ? ଦାବିଦାରଙ୍କ ଦୌଡରେ ସାମିଲ୍

5/10/2022 at 4:17 PM

ନୂଆଦିଲ୍ଲୀ: ଫ୍ୟାକ୍ଟ ଚେକର୍ସ ମହମ୍ମଦ ଜୁବେର ଏବଂ ପ୍ରତୀକ ସିହ୍ନା ଚଳିତ ବର୍ଷ ନୋବେଲ୍ ଶାନ୍ତି ପୁରସ୍କାର ଜିତିବା ଦାବିଦାରଙ୍କ ମଧ୍ୟରେ ସାମିଲ୍। ଟାଇମ୍‌ ମ୍ୟାଗଜିନ୍‌ର ରିପୋର୍ଟରେ ଏହି ଦାବି କରାଯାଇଛି। ରୟଟର୍ସର ସର୍ବେକ୍ଷେଣରେ ଜୁବେର ଏବଂ ପ୍ରତୀକଙ୍କ ନାମ ଦାବିଦାରଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି। ଚଳିତ ବର୍ଷର ନୋବେଲ୍ ପୁରସ୍କାର ଶୁକ୍ରବାର ନରଓ୍ଵେର ରାଜଧାନୀ ଓସ୍ଲୋରେ ପ୍ରଦାନ କରାଯିବ।

ମହମ୍ମଦ ଜୁବେର ଏବଂ ପ୍ରତୀକ ସିହ୍ନା ଅଲ୍‌ଟ ନ୍ୟୁଜ୍ ନାମକ ଏକ ଓ୍ଵେବସାଇଟ୍‌ ଚଳାଉଛନ୍ତି। ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କଥିତ ଫେକ୍ ନ୍ୟୁଜ୍‌ର ସମୀକ୍ଷା କରନ୍ତି। ଟାଇମ୍ ମ୍ୟାଗଜିନ୍ ହିସାବରେ ଫ୍ୟାକ୍ଟ ଚେକ୍ ଓ୍ଵେବସାଇଟ୍‌ ଅଲ୍‌ଟ ନ୍ୟୁଜ୍‌ର ସହ ସଂସ୍ଥାପକ ପ୍ରତୀକ ଏବଂ ଜୁବେର ଦାବିଦାରଙ୍କ ମଧ୍ୟରେ ଆଗରେ ରହିଛନ୍ତି। ସେମାନଙ୍କୁ ନରଓ୍ଵେ ସାଂସଦଙ୍କ ସମର୍ଥନ ରହିଛି।  ଉଲ୍ଲେଖନୀୟ ଜୁବେରଙ୍କ ଗିରଫଦାରୀର ମାମଲା ପୂର ଦୁନିଆରେ ଛାଇ ରହିଥିଲା। ତାଙ୍କ ଗିରଫଦାରୀକୁ ଅନେକ ସଂସ୍ଥା ବିରୋଧ କରିଥିଲେ।

ଶାନ୍ତି ପୁରସ୍କାର ଦୌଡରେ ୩୪୨ ଆଶାୟୀ

୨୦୨୨ର  ନୋବେଲ୍ ଶାନ୍ତି ପୁରସ୍କାର ଦୌଡରେ ପାଖାପାଖି ୩୪୩ ଆଶାୟୀ ଅଛନ୍ତି। ଏଥିରେ ୨୫୧ ବ୍ୟକ୍ତି ଏବଂ ୯୨ ସଂଗଠନ ରହିଛନ୍ତି। ନୋବେଲ୍ କମିଟି ମନୋନୀତ ଲୋକଙ୍କ ନାମ ଘୋଷଣା କରନ୍ତି ନାହିଁ। ଏହାର ସୂଚନା ମିଡିଆ ଏବଂ ଆଶାୟୀଙ୍କୁ ବି ଦିଆଯାଏ ନାହିଁ।

ଚଳିତ ବର୍ଷ ଜୁନରେ ମହମ୍ମଦ ଜୁବେରଙ୍କୁ ୨୦୧୮ରେ କରିଥିବା ଏକ ଟୁଇଟ୍‌ ପାଇଁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଦିଲ୍ଲୀ ପୋଲିସ୍‌ ତାଙ୍କ ଉପରେ ଧର୍ମ ଆଧାରରେ ଘୃଣା ପ୍ରଚାର କରିବା ଏବଂ ଧାର୍ମିକ ଭାବାବେଗକୁ ଜାଣିଶୁଣି ଆଘାତ କରିବା ଅଭିଯୋଗରେ ମାମଲା ରୁଜୁ କରିଥିଲା। ଗିରଫଦାରୀ ପରେ ପାଖାପାଖି ଗୋଟିଏ ମାସ ଜେଲ୍‌ରେ ରହିବା ପରେ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।

   Related Posts