scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱକପ୍‌ ପୂର୍ବରୁ ମିୟାଁ ମ୍ୟାଜିକ୍‌ଙ୍କ ଲମ୍ଫ ଡିଆଁ, ବନିଗଲେ ଦୁନିଆର NO-1 ବୋଲର

20/09/2023 at 3:15 PM

ମୁମ୍ୱାଇ ୨୦/୦୯: ମହମ୍ମଦ ସିରାଜ୍ ବନିଗଲେ ନମ୍ୱର ୧ ବୋଲର । ଆଇସିସି ରାକିଂରେ ସେ ହାତେଇଛନ୍ତି ନୂଆ ତାଜ୍ । ପୂର୍ବରୁ ବହୁତ ତଳେ ଥିଲା ତାଙ୍କ ରାଙ୍କ । ଏବେ ପୁଣିଥରେ ନିଜର ସ୍ଥାନ ଏକ ନମ୍ୱରକୁ ପକ୍କା କରିଛନ୍ତି । ଏସିଆ କପ୍ ୨୦୨୩ ଫାଇନାଲ୍‌ରେ କମାଲ କରିଥିଲେ ସିରାଜ ମହମ୍ମଦ । ଶ୍ରୀଲଙ୍କା ବିପକ୍ଷରେ ୬ ଓ୍ୱିକେଟ ନେଇ କରିଥିଲେ ଐତିହାସିକ ରେକର୍ଡ ।

ମିୟାଁ ମ୍ୟାଜିକ୍ ବୋଲାଉଥିବା ମହମ୍ମଦ ସିରାଜ୍ ଅଷ୍ଟ୍ରେଲିଆ ବୋଲର ଜୋଶ୍ ହେଜଲହୁଡଙ୍କ ରାଙ୍କିଂରେ ପଛରେ ପକାଇଥିଲେ । ନମ୍ୱର ୩ରେ ଥିଲେ ଟ୍ରେଟ୍ ବୋଲ୍ଟ । ସିରାଜ୍ ବର୍ତ୍ତମାନ ୬୯୪ ପଏଣ୍ଟ ହାସଲ କରିଛନ୍ତି । ପ୍ରଥମଥର ପାଇଁ ସେ ରାଙ୍କିଂରେ ସେ ଏଭଳି ରେକର୍ଡ କରିଛନ୍ତି । ବିଶ୍ୱକପ୍ ପୂର୍ବରୁ ସିରାଜ୍ ଏହି ଐତିହାସିକ ଉପଲବ୍ଧି ହାସଲ କରିଛନ୍ତି । ସେହିପରି ନମ୍ୱର୧- ବ୍ୟାଟ୍ସମ୍ୟାନ୍ ବାବର ଆଜମ ଏବଂ ନମ୍ୱର୧- ଅଲରାଉଣ୍ଡର ହୋଇଛନ୍ତି ଶାକିବ୍ ଉଲ୍ ହସନ ।

ଭାରତୀୟ ଟିମ୍ ଏସିଆ କପ୍ ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୫୦ ରନ୍‌ରେ ସୀମିତ କରିଥିଲା । ଏହା ପରେ ୧୦ ଓ୍ୱିକେଟ୍ ମ୍ୟାଚ୍ ଜିତି ରେକର୍ଡ କରିଥିଲା ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ଜିତାଇବାରେ ସିରାଜ୍‌ଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ସିରାଜ୍ ପ୍ରାରମ୍ଭରୁ ଲଙ୍କା ବାହିନୀ ଉପରେ ନିଜର ଦବ୍‌ଦବା ଜାହିର କରିଥିଲେ । ୭ ଓଭର ବୋଲିଂ କରି ୨୧ ରନ୍ ଦେଇ ହାସଲ କରିଥିଲେ ୬ ଓ୍ୱିକେଟ୍ ।

ଏହି ତୋଫାନୀ ବୋଲିଂ ପରେ ମିୟାଁ ଭାଇ ତାଙ୍କର ଦେଖାଇଥିବା ଭିନ୍ନ ଅନ୍ଦାଜରେ ବି ଦର୍ଶକଙ୍କ ହୃଦୟ ଜିତିଥିଲେ । କହିବାକୁ ଗଲେ ସିରାଜ୍‌ଙ୍କୁ ଏସିଆ କପ୍‌ ଫାଇନାଲ୍‌ରେ ମ୍ୟାନ୍ ଅପ୍ ଦି ପ୍ଲେୟାର ପୁରସକ୍ରାରରେ ସମ୍ମାନୀତ କରାଯାଇଥିଲା । ହେଲେ ସେ ଏହି ପ୍ରାଇଜ୍ ମନିକୁ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ଦାନ କରିଦେଇଥିଲେ ।

You can also read….

   Related Posts