oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ପାକ୍ ଅଲରାଉଣ୍ଡର ମହମ୍ମଦ ହାଫିଜ, ଟି-୨୦ ଲିଗ୍ ଜାରି ରଖିବେ

3/01/2022 at 5:06 PM

ନୂଆଦିଲ୍ଲୀ ୦୩।୦୧:  ପାକିସ୍ତାନର ବରିଷ୍ଠ ଅଲରାଉଣ୍ଡର ମହମ୍ମଦ ହାଫିଜ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। କିନ୍ତୁ ସେ ଟି-୨୦ ଲିଗ୍‌ ଖେଳିବା ଜାରି ରଖିବେ। ୪୧ ବର୍ଷୀୟ ହାଫିଜ ପାକିସ୍ତାନ ପାଇଁ ନିଜର ଶେଷ ମ୍ୟାଚ୍ ଟି-୨୦ ବିଶ୍ଵ କପ୍‌ରେ ଖେଳିଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦଳ ପକ୍ଷରୁ ୧୨୭୮୦ ରନ କରିଛନ୍ତି। ଗତ କିଛି ବର୍ଷ ହେବ ସେ କେବଳ ଦଳ ପକ୍ଷରୁ ଟି-୨୦ ମ୍ୟାଚ୍ ଖେଳୁଥିଲେ। ହାଫିଜ ନିଜର ଶେଷ ଦିନିକିଆ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ। ଶେଷ ଟେଷ୍ଟ ମ୍ୟାଚ୍ ୨୦୧୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ହାଫିଜ ନିଜର ଅନ୍ତର୍ଜାତୀୟ କ୍ୟାରିୟର ୨୦୦୩ରେ ଆରମ୍ଭ କରିଥିଲେ।

ନିଜର ୧୮ ବର୍ଷର କ୍ୟାରିୟରରେ ସେ ୫୫ଟି ଟେଷ୍ଟ, ୨୧୮ ଦିନିକିଆ ଓ ୧୧୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ନିଜର ବିସ୍ଫୋରକ ବ୍ୟାଟିଂ ଏବଂ ଅଫ ସ୍ପିନ ବୋଲିଂ ଦମରେ ୩୨ ଥର ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ନଅ ଥର ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କର ମଧ୍ୟ ପାଇଛନ୍ତି।

ମହମ୍ମଦ ହାଫିଜ ପାକିସ୍ତାନ ପକ୍ଷରୁ ୧୧୯ ଟି-୨୦ ମ୍ୟାଚ୍‌ରେ ୨୫୧୪ ରନ ଏବଂ ୬୧ ଓ୍ଵିକେଟ୍ ହାସଲ କରିଛନ୍ତି। ୫୫ଟି ଟେଷ୍ଟର ୧୦୫ଟି ଇନିଂସରେ ୩୬୫୨ ରନ କରିବା ସହ ୫୩ ଓ୍ଵିକେଟ୍ ହାସଲ କରିଛନ୍ତି। ଦିନିକିଆରେ ମଧ୍ୟ ହାଫିଜ ଦଳ ପାଇଁ ଉପଯୋଗୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ୨୧୮ ଦିନିକିଆରେ ୬୬୧୪ ରନ କରିବା ସହ ୧୩୯ ଓ୍ଵିକେଟ୍ ଦଖଲ କରିଛନ୍ତି।

ନିଜର ଅବସର ଘୋଷଣା  କରି ହାଫିଜ କହିଛନ୍ତି, ଆତ୍ମ ସନ୍ତୋଷ ଏବଂ ଖୁସିର ସହିତ ସେ ଅନ୍ତର୍ଜାତୀୟ କ୍ୟାରିୟରକୁ ଅଲବିଦା କହୁଛନ୍ତି। ଏହି ସମୟରେ ସେ ଖେଳର ମଜା ଉଠାଇଛନ୍ତି ଏବଂ ତାଙ୍କ ସଫଳ କ୍ୟାରିୟର ପାଇଁ ତାଙ୍କ ପ୍ରଶଂସକ ଉତ୍ସବ ପାଳନ କରିବା ଉଚିତ୍ ବୋଲି ହାଫିଜ୍ କହିଛନ୍ତି।

   Related Posts