ତ୍ରିରାଷ୍ଟ୍ରୀୟ ସିରିଜ୍ ମଝିରେ ଧର୍ମଗୁରୁ ପାଲଟିଲେ ରିଜଓ୍ଵାନ, ନ୍ୟୁଜିଲାଣ୍ଡ ମସଜିଦ୍‌ରେ ଦେଲେ ଭାଷଣ

Published By : Prameya-News7 Bureau | October 10, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ପୂର୍ବରୁ ପାକିସ୍ତାନ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡରେ ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳୁଛି। ସିରିଜ୍‌ରେ ବାଂଲାଦେଶ ଦଳ ବି ସାମିଲ। ପାକିସ୍ତାନ ତ୍ରିରାଷ୍ଟ୍ରୀୟ ସିରିଜ୍‌ର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ଜିତି ନେଇଛି ଏବଂ ଉନ୍ନତ ସ୍ଥିତିରେ ରହିଛି। ସିରିଜ୍ ମଧ୍ୟରେ ପାକିସ୍ତାନର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ମହମ୍ମଦ ରିଜଓ୍ଵାନ ନ୍ୟୁଜିଲାଣ୍ଡର ଏକ ମସଜିଦରେ ପହଞ୍ଚିଛନ୍ତି। ସେଠାରେ କୁରାନରେ ଲେଖା  ହୋଇଥିବା କଥା କହିବା ସହ ମସଜିଦରେ ଭାଷଣ ଦେଇଛନ୍ତି। ସେ ନ୍ୟୁଜିଲାଣ୍ଡର ଖେଳାଳି ବ୍ଲେୟର ଟିକନରଙ୍କୁ କୁରାନ ଉପହାର ବି ଦେଇଛନ୍ତି।

ରିଜଓ୍ଵାନଙ୍କ ସହିତ ପାକିସ୍ତାନ ଦଳର ଅନେକ ଖେଳାଳି ମସଜିଦ ପହଞ୍ଚିଥିଲେ। ସେଠାରେ ଦୁଆ କରିବା ସହିତ ସ୍ଥାନୀୟ ଲୋକଙ୍କ ସହ ମିଶିଥିଲେ। ରିଜଓ୍ଵାନ ଏହି ସମୟରେ କହିଛନ୍ତି ଆଲ୍ଲାଙ୍କ ବ୍ୟତୀତ ପାଳନକର୍ତ୍ତା କେହି ନୁହନ୍ତି। ରିଜଓ୍ଵାନଙ୍କ ଭାଷଣ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ପାକିସ୍ତାନର ପ୍ରଶଂସକ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।

wp:html /wp:html

ଏହା ପ୍ରଥମ ଥର ନୁହେଁ, ଯେଉଁଠି ରିଜଓ୍ଵାନଙ୍କୁ ଖେଳ ସମୟରେ କୁରାନ କିମ୍ବା ଇସଲାମ ସଂପର୍କିତ କାମ କରୁଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ବି ରିଜଓ୍ଵାନ ପଡିଆରେ ନମାଜ ଅଦା କରି ସାରିଛନ୍ତି। କୁରାନ ପଢୁଥିବାର ଫଟୋ ମଧ୍ୟ ତାଙ୍କର ଭାଇରାଲ୍ ହୋଇଥିଲା। ଏସିଆ କପ୍ ୨୦୨୨ରେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ବସ୍‌ରେ କୁରାନ ପଢୁଥିବା ଦେଖିବାକୁ ମିଳିଥିଲା।

ନ୍ୟୁଜିଲାଣ୍ଡରେ ତ୍ରିରାଷ୍ଟ୍ରୀୟ ସିରିଜ ପରେ ପାକିସ୍ତାନ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିବ। ବିଶ୍ଵ କପରେ ପାକିସ୍ତାନର ପ୍ରଥମ ମୁକାବିଲା ଭାରତ ବିପକ୍ଷରେ ରହିଛି। ଦୁଇ ଦଳ ଅକ୍ଟୋବର ୨୩ରେ ନିଜର ଅଭିଯାନ ଆରମ୍ଭ କରିବେ। ୨୦୨୧ ଟି-୨୦ ବିଶ୍ଵ କପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା। ଏହି ମୁକାବିଲାରେ ପାକିସ୍ତାନ ଭାରତକୁ ୧୦ ଓ୍ଵିକେଟ୍‌ରେ ହରାଇଥିଲା। ଭାରତୀୟ ଦଳ ଏବେ ପାକିସ୍ତାନଠୁ ଗତ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।ଭାରତୀୟ ଖେଳାଳି ସମୟ ପୂର୍ବରୁ ଅଷ୍ଟ୍ରେଲିଆ ପହଞ୍ଚି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.