ବିଷ ବିକି ଲକ୍ଷପତି : ୭୦ ଲକ୍ଷ ଟଙ୍କାରେ ବିକନ୍ତି ଏକ ଗ୍ରାମ ବିଷ

Published By : Prameya-News7 Bureau | December 09, 2020 IST

ନୂଆଦିଲ୍ଲୀ ୦୯/୧୨ : ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ସଉକ ନିଆରା। ଏହି ନିଆରା ସଉକ ବି ସେମାନଙ୍କୁ ଭିନ୍ନ ଏକ ପରିଚୟ ଦେଇଥାଏ। କିଛି ଲୋକ ନିଜର ଏହି ନିଆରା ସଉକ ବଳରେ ଟଙ୍କା ରୋଜଗାର କରି ଲକ୍ଷପତି ମଧ୍ୟ ହୋଇଥାନ୍ତି। ଏମିତି ଜଣେ ଯୁବକ ହେଲେ ୨୫ ବର୍ଷ ବୟସ୍କ ମହମ୍ମଦ ହାମ୍ଦି ବୋଷ୍ତା। ମିଶରରେ ରହୁଥିବା ମହମ୍ମଦ ବିଛାର ବିଷ ବିକନ୍ତି। ତାଙ୍କର ଏହାହିଁ ଅଜବ ସଉକ ଦିନେ ତାଙ୍କୁ ଲକ୍ଷପତି କରିଦେବ ତାହା ସେ ନିଜେ ବି କେବେ ଭାବିନଥିଲେ। ଏକ ଗ୍ରାମ ବିଷ ପାଇଁ ତାଙ୍କୁ ପାଖାପାଖି ୭୩ ଲକ୍ଷ ଟଙ୍କା ମିଳିଥାଏ।

{"id":374906,"sizeSlug":"large","linkDestination":"none"}

ମିଶର ମରୁଭୂମି ଓ ତଟବର୍ତ୍ତୀ ଅଞ୍ଚଳରେ ବିଛା ଧରିବା ସଉକ ଯୋଗୁଁ ମହମ୍ମଦ ଆର୍କିଓଲୋଜିରେ ସ୍ନାତକ ପଢା ଛାଡିଦେଇଥିଲେ। ବିଛା ଧରି ସେ ତାଙ୍କର ବିଷ ବାହାର କରନ୍ତି। ଏହି ବିଷ ଔଷଧ ତିଆରି ପାଇଁ ବ୍ୟବହୃତ ହୁଏ।

୨୫ ବର୍ଷ ବୟସରେ ମହମ୍ମଦ 'କାୟରୋ ଭେନୋମ କମ୍ପାନୀ'ର ମାଲିକ। ଏହା ଏମିତି ଏକ ପ୍ରକଳ୍ପ ଯେଉଁଥିରେ ୮୦ ହଜାରରୁ ଅଧିକ ପ୍ରଜାତିର ବିଛା ଓ ସାପ ରଖାଯାଇଥାଏ। ଏହି ସାପ ଓ ବିଛାର ବିଷ ବାହାର କରି ଔଷଧ ତିଆରି କରୁଥିବା କମ୍ପାନୀକୁ ବିକ୍ରି କରାଯାଏ।

{"id":374907,"sizeSlug":"large","linkDestination":"none"}

ୟୁବିହି ଲାଇଟ ବା ଅଲ୍ଟ୍ରାଭାଓଲେଟ ଲାଇଟ ସାହାଯ୍ୟରେ ବିଛାର ବିଷ ବାହାର କରିବାକୁ ହାଲୁକା ଇଲେକ୍ଟ୍ରିକ ଶକ ଦିଆଯାଇଥାଏ। କରେଣ୍ଟ ଲାଗିବା ପରେ ବିଛାର ବିଷ ବାହାରି ଯାଇଥାଏ। ଏହି ବିଷକୁ ସଂଗ୍ରହ କରି ଷ୍ଟୋର କରାଯାଇଥାଏ।

{"id":374908,"sizeSlug":"large","linkDestination":"none"}

ରାଇଟର୍ସର ରିପୋର୍ଟ ଅନୁଯାୟୀ, ବିଛାର ଏକ ଗ୍ରାମ ବିଷରୁ ପାଖାପାଖି ୨୦ ହଜାରରୁ ୫୦ ହଜାର ଯାଏଁ ବିଷରୋଧକ ଡୋଜ ତିଆରି କରାଯାଇପାରେ। ବିଷରୋଧକ ତିଆରି କଲାବେଳେ ବିଛାର ବିଷର ମାତ୍ରା ନେଇ ସତର୍କ ରହିବାକୁ ପଡିଥାଏ। ମହମ୍ମଦ ଏହି ବିଷ ଆମେରିକା ୟୁରୋପକୁ ସପ୍ଲାଏ କରନ୍ତି। ସେଠାରେ ବିଷରୋଧକ ଏବଂ ହାଇପରଟେନ୍ସନ ଭଳି ରୋଗର ଔଷଧ ତିଆରି ପାଇଁ ଏହି ବିଷ ବ୍ୟବହାର କରାଯାଇଥାଏ। ଏକ ଗ୍ରାମ ବିଛା ବିଷ ବିକିଲେ ତାଙ୍କୁ ୧୦ ହଜାର ଆମେରିକୀୟ ଡଲାର ବା ପାଖାପାଖି ୭୩ ଲକ୍ଷ ଟଙ୍କା ମିଳିଥାଏ।

{"id":374909,"sizeSlug":"large","linkDestination":"none"}

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେସନର ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତି ବର୍ଷ ପାଖାପାଖି ୮୦ ହଜାର ଲୋକଙ୍କୁ ବିଷାକ୍ତ ବିଛା ଓ ସାପ କାମୁଡି ଦିଅନ୍ତି। ବିଷଧର ସାପ ଓ ବିଛା କାମୁଡିବା ପରେ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଣ୍ଟିଭେନମ ଡ୍ରଗ୍ସ ବା ବିଷରୋଧକ ବଜାରରେ ଏତେ ମାତ୍ରାରେ ଉପଲବ୍ଧ ନଥାଏ। ସେଥିପାଇଁ ଏହି ଔଷଧର ଦାମ ମଧ୍ୟ ବହୁତ ଅଧିକ।

ବିଷାକ୍ତ ଜୀବ କାମୁଡିବା ଦ୍ୱାରା ମଣିଷ ଶରୀରରେ ଥିବା କୋଷ ନଷ୍ଟ ହୋଇଯାଇଥାଏ। ଯାହାଫଳରେ ହ୍ୟାମରେଜ ହେବାର ଆଶଙ୍କା ରହିଥାଏ। ଏହି ବିଷ ଏତେ ବିଷାକ୍ତ ହୋଇଥାଏ ଯେ ମାତ୍ରା କିଛି କ୍ଷଣରେ ମଣିଷର ମୃତ୍ୟୁ ହୋଇଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.