Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ପିପିଲି ନିର୍ବାଚନରେ ପ୍ରସ୍ତୁତ ନଥିଲା, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି କଂଗ୍ରେସ : ମହମ୍ମଦ ମୋକିମ୍

8/10/2021 at 4:36 PM

ଭୁବନେଶ୍ବର ୮।୧୦: ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି । ୫୦ ପ୍ରତିଶତ ଭିତରେ ସଂକ୍ଷଣ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏନେଇ ବିଲ୍ ପାରିତ ହୋଇଥିଲା । ଏବେ ଏଥିପାଇଁ ବିଜ୍ଞପ୍ତି ଜାରି ହୋଇଛି । ଆମେ ତନ୍ନ ତନ୍ନ କରି ଦେଖିବୁ । ଯଦି କିଛି ଅଭିଯୋଗ ଥିବ, ଜଣାଇବୁ । ପିପିଲି ନିର୍ବାଚନରେ କଂଗ୍ରେସ ପ୍ରସ୍ତୁତ ନଥିଲା । କିନ୍ତୁ ଏବେ ପଞ୍ଚାୟତ ନିର୍ବାଚନ ନେଇ କଂଗ୍ରେସ ପ୍ରସ୍ତୁତ ଅଛି ।

ଅନ୍ୟପଟେ ପିସିସି ଅଧ୍ୟକ୍ଷ ପରିବର୍ତ୍ତନ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟୀକରଣ ଦେଇଛନ୍ତି । ଦିଲ୍ଲୀକୁ ସବୁ ଜଣାଇଥିବା ପିସିସି ସଭାପତି କହିଛନ୍ତି । ଯେହେତୁ ଦଳୀୟ ବ୍ୟାପାର ସେ ଟିଭି ସାମ୍ନାରେ କିଛି କହିନାହାନ୍ତି । କିନ୍ତୁ ଦିଲ୍ଲୀ ଶୀଘ୍ର ନିଷ୍ପତ୍ତି ନେବ । କଂଗ୍ରେସ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ।

   Related Posts