କେନ୍ଦ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ : ରାଜନାଥ ହେଲେ ପ୍ରତିରକ୍ଷା ମନ୍ତ୍ରୀ, ନିର୍ମଳାଙ୍କୁ ମିଳିଲା ଅର୍ଥ, ଅମିତ ପାଇଲେ ଗୃହ

Published By : Prameya-News7 Bureau | May 31, 2019 IST

ନୂଆଦିଲ୍ଲୀ ୩୦|୫: କେନ୍ଦ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ହୋଇଛି । କିଏ କେଉଁ ବିଭାଗ ପାଇଲେ ଦେଖନ୍ତୁ ।

ନରେନ୍ଦ୍ର ମୋଦି- ପ୍ରଧାନମନ୍ତ୍ରୀ, ସାଧାରଣ ଅଭିଯୋଗ ଓ ପେନସନ, ପରମାଣୁ ଶକ୍ତି, ମହାକାଶ ବିଜ୍ଞାନ ଏବଂ ସମସ୍ତ ନୀତିଗତ ପ୍ରସଙ୍ଗ ସହ କାହାକୁ ମିଳିନଥିବା ସମସ୍ତ ବିଭାଗ

କ୍ୟାବିନେଟ୍ ମନ୍ତ୍ରୀ :

ରାଜନାଥ ସିଂ-  ପ୍ରତିରକ୍ଷା

ଅମିତ ଶାହା- ଗୃହ

ନୀତିନ ଗଡକରୀ- ସଡକ ଓ ପରିବହନ, ରାଜପଥ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

ଡି.ଭି ସଦାନନ୍ଦ ଗୌଡ- ରାସାୟନିକ ଓ ସାର ବିଭାଗ

ନିର୍ମଳା ସୀତାରମଣ-  ଅର୍ଥ, କର୍ପୋରେଟ୍ ବ୍ୟାପାର

ରାମବିଳାସ ପାଶଓ୍ବାନ- ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ

ନରେନ୍ଦ୍ର ସିଂ ତୋମାର- କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ

ରବିଶଙ୍କର ପ୍ରସାଦ- ଆଇନ ଏବଂ ନ୍ୟାୟ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି

ହରସିମରତ କୌର ବାଦଲ- ଖାଦ୍ୟ ପ୍ରକ୍ରିୟାକରଣ, ଶିଳ୍ପ

ଥଓ୍ବରଚାନ୍ଦ ଗେହଲଟ- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ

ଏସ. ଜୟଶଙ୍କର- ବୈଦେଶିକ ବ୍ୟାପାର

ରମେଶ ପୋଖରିଆଲ ନିଶାଙ୍କ- ମାନବ ସମ୍ବଳ ବିକାଶ

ଅର୍ଜୁନ ମୁଣ୍ଡା- ଆଦିବାସୀ ବ୍ୟାପାର

ସ୍ମୃତି ଜୁବିନ ଇରାନୀ- ମହିଳା, ଶିଶୁ କଲ୍ୟାଣ ଏବଂ ବୟନ

ଡ. ହର୍ଷବର୍ଦ୍ଧନ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଭୂବିଜ୍ଞାନ

ପ୍ରକାଶ ଜାବଡେକର- ପରିବେଶ, ଜଙ୍ଗଲ, ପାଣିପାଗ ପରିବର୍ତ୍ତନ ଏବଂ ସୂଚନା ଓ ଲୋକସଂପର୍କ

ପୀୟୁଷ ଗୋୟଲ- ରେଳ, ବାଣିଜ୍ୟ ଏବଂ ଶିଳ୍ପ

ଧର୍ମେନ୍ଦ୍ର ପ୍ରଧାନ- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ

ମୁଖତାର ଅବ୍ବାସ ନକଭୀ- ସଂଖ୍ୟା ଲଘୁ ବ୍ୟାପାର

ପ୍ରହ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି

ଡ. ମହେନ୍ଦ୍ର ନାଥ ପାଣ୍ଡେ- ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ

ଅରବିନ୍ଦ ଗଣପତ ସାଓ୍ବନ୍ତ- ବୃହତ୍ତ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ

ଗିରିରାଜ ସିଂହ- ପଶୁ ସଂପଦ, ଗୋପାଳନ ଏବଂ ମତ୍ସ୍ୟ

ଗେଜନ୍ଦ୍ର ସିଂ ଶେଖାଓ୍ବତ- ଜଳ ଶକ୍ତି

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) :

ସନ୍ତୋଷ କୁମାର ଗଙ୍ଗଓ୍ବାର- ଶ୍ରମ ଓ ନିୟୋଜନ

ରାଓ ଇନ୍ଦ୍ରଜିତ୍ ସିଂ- ପରିସଂଖ୍ୟାନ, ଯୋଜନା କାର୍ଯ୍ୟନ୍ବାୟନ ଏବଂ ଯୋଜନା

ଶ୍ରୀପଦ ୟେଶୁ ନାୟକ- ଆର୍ୟୁବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନି, ସିଦ୍ଧ, ହୋମିଓପାଥି (ଆୟୁଷ) ଏବଂ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ

ଡ. ଜିତେନ୍ଦ୍ର ସିଂ- ଉତ୍ତର ପୂର୍ବାଞ୍ଚଳ ଉନ୍ନୟନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ, ସାଧାରଣ ଅଭିଯୋଗ ଓ ପେନସନ, ପରମାଣୁ ଶକ୍ତି ଓ ମହାକାଶ ବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ

କିରଣ ରିଜିଜୁ- କ୍ରୀଡା ଓ ଯୁବ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ଓ ରାଷ୍ଟ୍ରମନ୍ତ୍ରୀ

ପ୍ରହ୍ଲାଦ ସିଂ ପଟେଲ- ସଂସ୍କୃତି ଓ ପର୍ଯ୍ୟଟନ

ରାଜକୁମାର ସିଂ- ଶକ୍ତି, ଅକ୍ଷୟ ଶକ୍ତି ଏବଂ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ବିଭାଗର ରାଷ୍ଟ୍ରମନ୍ତ୍ରୀ

ହରଦୀପ ସିଂ ପୁରୀ- ସହର ବିକାଶ ଓ ନଗର ଉନ୍ନୟନ, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ବିଭାଗର ରାଷ୍ଟ୍ରମନ୍ତ୍ରୀ

ମନସୁଖ ମାଣ୍ଡାଭ୍ୟ- ଜାହାଜ ଚଳାଚଳ, ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ :

ଫଗନ ସିଂ କୁଲସ୍ତେ- ଇସ୍ପାତ

ଅଶ୍ବିନୀ କୁମାର ଚୌବେ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

ଅର୍ଜୁନ ରାମ ମେଘଓ୍ବାଲ- ସଂସଦୀୟ ବ୍ୟାପାର, ବୃହତ୍ତ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ

ଜେନେରାଲ ଭି.କେ. ସିଂ- ସଡକ ପରିବହନ ଓ ରାଜପଥ

କ୍ରିଷ୍ଣନ୍ ପାଲ୍- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ

ଡି. ଆର୍ ଦାଦାରାଓ- ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ

ଜି. କିଷନ ରେଡ୍ଡି- ଗୃହ

ପର୍ଷୋତମ ରୁପାଲା- କୃଷି ଓ କୃଷକ କଲ୍ୟାଣ

ରାମଦାସ ଅଠାଓ୍ବାଲେ- ସାମାଜିକ ନ୍ୟାୟ ଓ ସଶକ୍ତିକରଣ

ସାଧ୍ବୀ ନିରଞ୍ଜନ ଜ୍ୟୋତି- ଗ୍ରାମ୍ୟ ଉନ୍ନୟନ

ବାବୁଲ ସୁପ୍ରିଓ- ପରିବେଶ, ଜଙ୍ଗଲ ଏବଂ ପାଣିପାଗ ପରିବର୍ତ୍ତନ

ସଂଜୀବ କୁମାର ବାଲ୍ୟାନ- ପଶୁ ସଂପଦ, ଗୋପାଳନ ଏବଂ ମତ୍ସ୍ୟ

ଧୋତ୍ରି ସଂଜୟ ସାମରାଓ- ମାନବ ସମ୍ବଳ ବିକାଶ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି

ଅନୁରାଗ ସିଂ ଠାକୁର- ଅର୍ଥ, କର୍ପୋରେଟ୍ ବ୍ୟାପାର

ଅଙ୍ଗାଡି ସୁରେଶ ଚାନା ବସାପା- ରେଳ

ନିତ୍ୟାନନ୍ଦ ରାୟ- ଗୃହ

ରତନ ଲାଲା କଟାରିଆ- ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତିକରଣ

ଭି.ମୁରଲିଧରନ୍- ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର

ରେଣୁକା ସିଂ ସରୁତା- ଆଦିବାସୀ ବ୍ୟାପାର

ସୋମ୍ ପ୍ରକାଶ- ବାଣିଜ୍ୟ ଓ ଶିଳ୍ପ

ରାମେଶ୍ବର ତେଲି- ଖାଦ୍ୟ ପ୍ରକ୍ରିୟାକରଣ ଓ ଶିଳ୍ପ

ପ୍ରତାପ ଷଡଙ୍ଗୀ- ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ପଶୁ ସଂପଦ, ଗୋପାଳନ ଏବଂ ମତ୍ସ୍ୟ

କୈଳାଶ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ

ସୁଶ୍ରୀ ଦେବଶ୍ରୀ ଚୌଧୁରୀ- ମହିଳା ଓ ଶିଶୁ ବିକାଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.