ପରଲୋକରେ ହୀରାବେନ୍, ୧୦୦ ବର୍ଷରେ ଆଖି ବୁଜିଲେ ମୋଦିଙ୍କ ମାଆ
30/12/2022 at 7:23 AM

ମୁମ୍ଵାଇ ୩୦।୧୨ : ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବା। ୧୦୦ ବର୍ଷ ବୟସରେ ଗୁଜୁରାଟର ଅହମଦାବାଦ ସ୍ଥିତ ଏକ ହସ୍ପିଟାଲ୍ରେ ତାଙ୍କର ବିୟୋଗ ହୋଇଛି। ଏନେଇ ୟୁଏନ ମେହେଟା ଇନଷ୍ଟଚ୍ୟୁଟ୍ ଅଫ କାର୍ଡିଓଲୋଡୀ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗ ଯୋଗୁ ଶୁକ୍ରବାର ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।

ବୁଧବାର ଦିନ ହଠାତ୍ ହୀରବେନଙ୍କ ସ୍ୱାସ୍ଥ୍ୟ ଖରାପ୍ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ଅହମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଟିମ୍ ଲଗାତାର ଭାବେ ହୀରବାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ। ହେଲେ ଶୁକ୍ରବାର ଦିନ ଭୋର ସମୟରୁ ଏହି ଦୁଃଖଦ ଖବର ଆସିଛି। ୧୦୦ ବର୍ଷ ବୟସରେ ଆଖି ବୁଝିଛନ୍ତି ହୀରବା।
शानदार शताब्दी का ईश्वर चरणों में विराम… मां में मैंने हमेशा उस त्रिमूर्ति की अनुभूति की है, जिसमें एक तपस्वी की यात्रा, निष्काम कर्मयोगी का प्रतीक और मूल्यों के प्रति प्रतिबद्ध जीवन समाहित रहा है। pic.twitter.com/yE5xwRogJi
— Narendra Modi (@narendramodi) December 30, 2022
ସେପଟେ ମାଆଙ୍କ ନିଧନର ଖବର ପାଇ ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ କରିଛନ୍ତି। ଏଥିରେ ମାଆଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଅହମଦାବାଦ ଅଭିମୁଖେ ବାହାରିଛନ୍ତି। ମା ହୀରବାଙ୍କ ଶେଷ ଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ଅହମଦାବାଦ ଆସୁଛନ୍ତି।