କାଶ୍ମୀର ପାଇଁ ମୋଦୀଙ୍କ ମିଶନ ଆପଲ୍‌- ଶେଓ ଚାଷୀଙ୍କ ପାଇଁ ୮ ହଜାର କୋଟି ଟଙ୍କାର ଯୋଜନା

Published By : Prameya-News7 Bureau | September 10, 2019 IST

ଶ୍ରୀନଗର୧୦|୯: ଜମ୍ମୁ-କାଶ୍ମୀରରୁ ଧାରା ୩୭୯ ଉଚ୍ଛେଦକୁ ପାଖାପାଖି ଏକ ମାସ ହୋଇଗଲାଣି।​‌ ତଥାପି  କାଶ୍ମୀରରେ ହିଂସା ଲାଗି ରହିଛି। କିନ୍ତୁ କାଶ୍ମୀରର ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଦୁନିଆରେ କାଶ୍ମୀର ସେଓର ଚାହିଦା  ବେଶ ରହିଛି। ଏବେ ସେଓ ଚାଷଙ୍କୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ। ୧୨ ଲକ୍ଷ ମେଟ୍ରିକ ଟନ ସେଓ  କାଶ୍ମୀରର ସେଓ ଚାଷୀଙ୍କଠାରୁ ସିଧାସଳଖ କିଣାଯିବ। ଏଥିସହ କିଲୋ ପିଛା ମୂଲ୍ୟ ହିସାବରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ।

{"id":155892}

ସୂଚନାଯୋଗ୍ୟ ଯେ,କାଶ୍ମୀରର ସେଓ ଚାଷୀଙ୍କ ପାଇଁ ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ କାଶ୍ମୀର ଡିଭିଜନର ଡେପୁଟି କମିଶନରଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସ୍ପେଶାଲ ମାର୍କେଟ ଇଣ୍ଟରଭେସନ ପ୍ରାଇସ୍‌ ସ୍କିମ୍‌(ଏମଆଇଏସପି)କୁ  କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯିବ ।ଏହି ସ୍କିମ୍ ଦ୍ବାରା କାଶ୍ମୀର ଘାଟିରେ ଥିବା ସେଓ ଚାଷୀ ବହୁତ ଲାଭବାନ ହେବା ସହ ସେମାନଙ୍କ ରୋଜଗାରର ବାଟ ଖୋଲି ଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

{"id":155893}

୨୦୧୯ ମସିହା ସେପ୍ଟେମ୍ବର ୧ ତାରିଖଠାରୁ ୨୦୨୦ ମସିହା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଷୀଙ୍କଠାରୁ ସେଓ କିଣାଯିବ। ଏହି ୬ ମାସ ପାଇଁ କେନ୍ଦ୍ର ସରକାର ୮ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତି କରିଛନ୍ତି। କେନ୍ଦ୍ର ସରକାର ଓ ଏନଏଫଇଡି ଦ୍ବାରା ଚାଲିଥିବା ଏହି ଯୋଜନା କାଶ୍ମୀର ବାସୀଙ୍କୁ ଅଧିକ ଫାଇଦା ଦେବେ ବୋଲି ଆଶା କରାଯାଉଛି। କାଶ୍ମୀରର ବାରାମୁଲା, ଶ୍ରୀନଗର , ଶୋପିୟାନ ଓ ଅନନ୍ତନାଗ ଭଳି ସ୍ଥାନରୁ ସେଓ କିଣା ଯିବ। ସେଓକୁ ଏ ,ବି, ସି ଗ୍ରେଡ୍‌ରେ ବାଣ୍ଟି ଦିଆଯିବ। ଗ୍ରେଡ ଅନୁସାରେ ସେଓର ମୂଲ୍ୟର ନିର୍ଦ୍ଧାରଣ କରାଯିବ।

{"id":155894}

ଏନଏଫଇଡି ଓ ସରକାରୀ ଏଜେନ୍ସିଙ୍କ ଦ୍ବାରା ଏହି ଯୋଜନା ୨୦୧୯ ମସିହା ଡିସେମ୍ବର ୧୫ ତାରିଖ ସୁଦ୍ଧା ଶେଷ କାର୍ଯ୍ୟକାରୀ ହେବ। କେନ୍ଦ୍ର ସରକାର ସିଧାସଳଖ ଚାଷୀଙ୍କ ମଣ୍ଡିରୁ ସେଓ କିଣିବେ। ରାଜ୍ୟ ସରକାର ଦ୍ବାରା ତାଙ୍କ ବ୍ୟାଙ୍କ ଖାତା ସଂପର୍କରେ ସୂଚନା ଦିଆଯିବ। ତାଙ୍କର ପାରିଶ୍ରମିକ ଓ ସେଓ ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ ବୋଲି ମୁଖ୍ୟ ସଚିବ ସୁବ୍ରମଣ୍ୟମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.