୧୫ରେ ବଲାଙ୍ଗୀର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ୧୫ ଶହ ୫୦ କୋଟି ଟଙ୍କାର ପ୍ରକଳ୍ପ କରିବେ ଲୋକାର୍ପଣ, ଉଦଘାଟନ ଓ ଶିଳାନ୍ୟାସ
11/01/2019 at 7:08 PM

ଭୁବନେଶ୍ବର୧୧|୧: ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରେଳ, ସଂସ୍କୃତି, ସଂଚାର ବିଭାଗ, ମାନବ ସମ୍ବଳ ବିକାଶ, ବୈଦେଶିକ ମନ୍ତଣାଳୟ ବିଭାଗର ବିଭିନ୍ନ ପ୍ରାୟ ୧୫ ଶହ ୫୦ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ, ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
ଝାରସୁଗୁଡାରେ ମଲଟି ମୋଡାଲ ଲଜିଷ୍ଟିକ ପାର୍କ ସହ ବଲାଙ୍ଗୀର-ଖୋର୍ଦ୍ଧା ରୋଡରେ ବିଛୁପାଲି ଲାଇନରେ ଟ୍ରେନ ଚଳାଚର ଉଦଘାଟନ କରିବେ।। ଝାରସୁଗୁଡା-ବିଜୟାନଗରମ, ସମ୍ବଲପୁର- ଅନୁଗୁଳ ରେଲ ଲାଇନ ବିଦ୍ୟୁତି କରଣ ସହ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ କୋଠାର ଶିଳାନ୍ୟାସ କରିବେ। ଏହା ସହ ବଉଦ ଜିଲ୍ଲାର ଚାରିଶମ୍ଭୁ ମନ୍ଦିର, ପଶ୍ଚିମ ସୋମନାଥ ମନ୍ଦିରର ରକ୍ଷଣାବେକ୍ଷଣ, ପୁନରୁଦ୍ଧାର, କାମ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ବଲାଙ୍ଗୀର, ବରଗଡ, ଫୁଲବାଣୀ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡାରେ ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ଲୋକାର୍ପଣ କରିବୋ ପ୍ରଧାନମନ୍ତ୍ରୀ।ଏ ନେଇ ପାଞ୍ଚଟି ମନ୍ତ୍ରାଳୟ ପକ୍ଷର ଭୁବନେଶ୍ବରରେ ଆୟୋଜିତ ଯୁଗ୍ମ ସାମ୍ବାଦିକ ସମ୍ମୀଳନୀରେ ସୂଚନା ପ୍ରଦାନ କରାଯାଇଛି।