ଏନଡିଏ ସାଂସଦଙ୍କୁ ମୋଦିଙ୍କ ପରାମର୍ଶ, ମୁସଲମାନ ମହିଳାଙ୍କ ସହ ରାକ୍ଷୀପୂର୍ଣ୍ଣିମା ପାଳନ କର
3/08/2023 at 9:58 AM

ନୂଆଦିଲ୍ଲୀ ୦୩/୦୮: ରାକ୍ଷୀପୂର୍ଣ୍ଣିମା ଅବସରରେ ମୁସଲମାନ ମହିଳାଙ୍କ ନିକଟରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍ଡିଏ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।
ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ସୋମବାର ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଝାଡ଼ଖଣ୍ଡର ଏନ୍ଡିଏ ସାଂସଦଙ୍କ ସହ କରିଥିବା ବୈଠକରେ ଏହା କହିଛନ୍ତି । ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହ ଜଡ଼ିତ ହେବା ପାଇଁ ବୈଠକରେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୋଦି ତିନି ତଲାକ ଶେଷ କରିବା ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା କରିଥିଲେ ।
ଟ୍ରିପଲ ତଲାକ ଶେଷ ହେବା ପରେ ମୁସଲମାନ ମହିଳାଙ୍କୁ ବେଶ୍ ଆଶ୍ୱସ୍ତି ମିଳିଥିବା ସେ କହିଥିଲେ । ୨୦୧୯ରେ ସଂସଦରେ ତିନି ତଲାକ ହଟାଇବା ପାଇଁ ବିଲ୍ ପାରିତ ହୋଇଥିଲା । ଏହା ପରେ ତିନି ତଲାକ ଅପରାଧୀକରଣ ହୋଇଛି । ଏପରି କରୁଥିବା ବ୍ୟକ୍ତିଙ୍କୁ ଜେଲ ଦଣ୍ଡାଦେଶର ପ୍ରାବଧାନ ରହିଛି ।
you can also read..