ମୋଡିଫାଏଡ୍ ଇଣ୍ଟରସେପ୍ଟର୍ ୬୫୦ ‘ତମରାଜ’, ଦମଦାର୍ ଲୁକ୍ ସହ ଜିଣୁଛି ମନ

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ, ୦୮|୦୫:  ରୟାଲ ଏନଫିଲ୍ଡ୍ ମୋଟର ସାଇକେଲ୍ ଏବେ ଯୁବପୀଢୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ଏବେ ବୁଲେଟର ଟ୍ରେଣ୍ଡ୍ ଚାଲିଛି । ଅଧିକାଂଶ ବାଇକ ଆରୋହୀ ରୟାଲ ଏନଫିଲ୍ଡ୍ ବୁଲେଟ୍ କିଣିବାକୁ ପସନ୍ଦ କରୁଛନ୍ତି । ଏହାକୁ ନଜରରେ ରଖି କମ୍ପାନୀ ମଧ୍ୟ ନୂଆ ନୂଆ ମଡେଲର ବାଇକ୍ ତିଆରି କରୁଛି । ଏହା ମଧ୍ୟରେ ନୂଆଦିଲ୍ଲୀର ନିଭ୍ ମୋଟରସାଇକେଲ୍ ଇଣ୍ଟରସେପ୍ଟର୍ ୬୫୦କୁ ନୂଆ ଡିଜାଇନ୍ କରିଛି । ଯାହାର ଲୁକ୍ ଏବେ ସମସ୍ତଙ୍କୁ ପାଗଳ କରିଦେଇଛି । ଏହାର ନାଁ ରହିଛି ‘ତମରାଜ୍’ ।

ତମରାଜରେ ବାଇକକୁ ମୋଡିଫିକେସନ୍ କରାଯାଇଛି । ଏହାର ବଡି ପାର୍ଟ ବୁଲେଟର ରହିଛି । ଏହାର ଲୁକ୍ ଦମଦାର୍ ହୋଇଛି । ଏଥିରେ ଟ୍ୟାଙ୍କ୍ ସସପେନ୍ସସନ୍ କଭର୍, ବଡି କଭର୍ ରହିଛି । ସେହିପରି ଏହାର ହେଡଲାଇଟକୁ ଏଲଇଡି ହେଡଲାଇଟରେ ପରିବର୍ତ୍ତନ କରାଯାଇଛି । ଏହାର ହାଣ୍ଡେଲ୍ ବାରକୁ ମଧ୍ୟ ସିଧା କରାଯାଇଛି । ସିଙ୍ଗିଲ୍ ସିଟ୍ ମଧ୍ୟ ଏଥିରେ ରହିଛି । ଏହାର ଟେଲ୍ ଲାଇଟ୍ ମଧ୍ୟ ଏଲଇଡିରେ ଦିଆଯାଇଛି ।

ଏହି ବାଇକରେ ୬୪୮ ସିସିର ପାରାଲାଲ୍ ଟ୍ନିଟ୍ ଇଞ୍ଜିନ ରହିଛି । ଏଥିରେ ଲିକୁଇଡ୍ କୁଲଡ୍ ଇଞ୍ଜିନ ରହିଥିବା ବେଳେ ଏହାର ଇଞ୍ଜିନ ୫୨ ଏନଏମର ଟର୍କ ଓ ୪୭ ପିଏସର ପାଓ୍ୱାର ଜେନେରେଟ୍ କରିଥାଏ । ଏଥିରେ ୬ ସ୍ପିଡ୍ ଗିଅର୍ ବକ୍ସ୍ ରହିଛି । ଏହାର ଦାମ୍ ୧ ଲକ୍ଷ ୯୦ ହଜାରରୁ ଆରମ୍ଭ । ତେବେ ଏହି ଇଣ଼୍ଟରସେପ୍ଟରରୁ ତାମରାଜ୍ କରିବାକୁ ୨ରୁ ୩ ମାସ ସମୟ ଲାଗିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.