'ଭାରତ ପ୍ରତି ଆମେ କୃତଜ୍ଞ' : ମୋଦୀଙ୍କ ସହ କଥା ହେଲା ପରେ ଟ୍ୱିଟ୍ କଲେ ଜେଲେନସ୍କି

Published By : Prameya-News7 Bureau | March 08, 2022 IST

ନୂଆଦିଲ୍ଲୀ, ୦୮|୦୩:  ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ୧୩ ଦିନରେ ପହଁଚିଛି  । ଏହାମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଉଭୟ ନେତା ଫୋନରେ ପ୍ରାୟ ୩୫ ମିନିଟ୍ ଧରି ଆଲୋଚନା କରିଛନ୍ତି ।

ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଟ୍ୱିଟ୍ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।ସେ ଟ୍ୱିଟରେ ଲେଖିଛନ୍ତି ଯେ, ଋଷିଆକୁ କିପରି ଭାବେ ୟୁକ୍ରେନ ଜବାବ ଦେଉଛି ସେନେଇ ଆଲୋଚନା ହୋଇଥିଲା  । ଭାରତ ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନ ନାଗରିକଙ୍କୁ ଅନେକ ଉପାୟରେ ସହାୟତା ପ୍ରଦାନ କରିଛି । ଏନେଇ ସେ ଭାରତ ପ୍ରତି କୃତଜ୍ଞତା ଜାରି କରିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ଉଭୟ ନେତା ଯୁଦ୍ଧ ଓ ଯୁଦ୍ଧ ଜନିତ ପରିସ୍ଥିତି ଉପରେ କଥା ହୋଇଥିବା ସୂଚନା ମିଳିଥିଲା । ଏହାବ୍ୟତୀତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜେଲେନସ୍କିଙ୍କୁ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ସିଧାସଳଖ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ଜେଲେନସ୍କିଙ୍କୁ ଧନ୍ୟାବାଦ ମଧ୍ୟ ଜଣାଇଥିଲେ ମୋଦୀ ।

ତେବେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ପରେ ମୋଦୀ ପୁଟିନଙ୍କ ସହ ମଧ୍ୟ ଦୀର୍ଘ ୫୦ ମିନିଟ୍ ଧରି କଥା ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.