୨୦୨୪ ନିର୍ବାଚନ ଜିତିବେ ମୋଦୀ, ତିନୋଟି ଯୋଜନା ହେବ ‘କି’ ଫ୍ୟାକ୍ଟର: ଅରବିନ୍ଦ ପାନାଗାରିଆ

Published By : Prameya-News7 Bureau | March 01, 2023 IST

ନୂଆଦିଲ୍ଲୀ, ୦୧/୦୩: ୨୦୨୪ ସାଧାରଣ ନିର୍ବାଚନ ଜିତିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ନୀତି ଆୟୋଗ ଉପାଧ୍ୟକ୍ଷ ଏବଂ ଅର୍ଥନୀତିଜ୍ଞ ଅରବିନ୍ଦ ପାନାଗାରିଆ। ଆଉ ନିର୍ବାଚନ ଜିତିବା ପାଇଁ ମୋଦୀଙ୍କୁ ମୁଖ୍ୟତଃ ତିନିଟି ଯୋଜନା ସହାୟକ ହେବ। ପାନାଗାରିଆ କହିଛନ୍ତି ୨୦୧୪ ରେ କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ବ୍ୟାଙ୍କ୍‌ ଆକାଉଣ୍ଟ, ଜଳ ଯୋଗାଣ ଏବଂ ଶୌଚାଳୟ ଭଳି ମୌଳିକ ସୁବିଧା ଯୋଗାଇ ଆସୁଛନ୍ତି। ଆଉ ଏହାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦୨୪ ରେ ତାଙ୍କର ତୃତୀୟ ପାଳିରେ ଜିତାଇବାରେ ସହାୟକ ହେବ ବୋଲି କହିଛନ୍ତି ପାନାଗାରିଆ।

ସୂଚନାଯୋଗ୍ୟ, ପାନାଗାରିଆ ହେଉଛନ୍ତି ପ୍ରଥମ ରାଜନୀତିକ ଅର୍ଥନୀତିଜ୍ଞ ଯିଏକି ପ୍ରଥମେ କହିଥିଲେ ଯେ ୨୦୧୯ ସାଧାରଣ ନିର୍ବାଚନରେ ମୋଦୀ ସରକାର ବିପୁଳ ମାତ୍ରାରେ ଜିତିବେ ଏବଂ ନିଜର ବିଜୟ ଯାତ୍ରା ଦୋହରାଇବେ। ସେ ଆହୁରି ଆକଳନ କରିଛନ୍ତି ଯେ ଭାରତ ଚଳିତ ଦଶନ୍ଧିରେ ବୃହତ୍ତ୍‌ ଅର୍ଥନୀତି ହେବାରେ ପଞ୍ଚମରୁ ତୃତୀୟ ସ୍ଥାନରେ ପହଞ୍ଚିବ। ଏହା ସହ ପାନାଗାରିଆ କହିଛନ୍ତି ସେତେବେଳେ ବିଜେପିକୁ ଜିତାଇଥିବା କାରଣ ଏବେବି କାର୍ଯ୍ୟ କରୁଛି। ଯାହା ତାଙ୍କୁ ବିଜୟ ପାଇଁ ପଥ ପରିଷ୍କାର କରିବ। ପ୍ରଥମତଃ ପ୍ରଧାନମନ୍ତ୍ରୀ ନିଜେ, ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଆଜିକା ସମୟରେ ବିରୋଧୀ ଖଣ୍ଡ ବିଖଣ୍ଡିତ ହେବାରେ ଲାଗିଛି। ବୋଲି କହିଛନ୍ତି ଏକ ସାକ୍ଷାତକାରରେ କହିଛନ୍ତି ପାନାଗାରିଆ।

ସେ ଆହୁରି କହିଛନ୍ତି, ବିଜେପି ଏହାର ପଦଚିହ୍ନ ବୃଦ୍ଧି କରିଛି। ୨୦୧୪ରେ ଉତ୍ତରପୂର୍ବ ଅଞ୍ଚଳରେ ବିଜେପି ଶୂନରେ ଥିଲା। ସେ କହିଛନ୍ତି ମୋର ଦୃଢ଼ ବିଶ୍ବାସ ରହିଛି ଯେ ଯେଉଁ ସରକାର ପରିଣାମ ଦେଇଥାଏ ସେମାନେ ଫେରିବେ। ଏହା ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଷ୍ଟର ଟେଫ୍‌ଲନ ବୋଲି ମଧ୍ୟ କହିଛନ୍ତି।

ଏହି କାରଣ ଯୋଗୁଁ ହୋଇଥିଲେ ବିଜୟୀ:

ପାନାଗାରିଆ କହିଛନ୍ତି, ମୋଦୀ ସରକାରଙ୍କ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଥିଲା ସ୍ବଚ୍ଛ ଭାରତ ସ୍କିମ୍‌ ।  ଯାହାକୁ ପ୍ରଧାନମନ୍ତ୍ରୀ ସଫଳ କରିଦେଖାଇଛନ୍ତି। ସୂଚ୍ଛ ଭାରତ ମିଶନ ୨୦୧୪ ରେ ଘୋଷଣା କରିଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ୬.୨୮୧ ମିଲିୟନ ଟଏଲେଟ୍‌ ତିଆରି ହୋଇଛି।  ୬ ଲକ୍ଷ କମ୍ୟୁନିଟି ଟଏଲେଟ୍‌ ତିଆରି ହୋଇଥିଲା ଏବଂ ପ୍ରାୟ ୪୩୫୫ ସହରକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି।

ସେହିପରି ଜାମ୍ ଟ୍ରିନିଟି (ମୋବାଇଲ ନମ୍ବର, ଆଧାର କାର୍ଡ ଏବଂ ବ୍ୟାଙ୍କ୍ ଆକାଉଣ୍ଟ ଲିଙ୍କ୍‌) ମଧ୍ୟ ସରକାରଙ୍କ ପାଇଁ ଗେମ୍ ଚେଞ୍ଜର ହୋଇଛି। ଏହାଦ୍ବାରା ସହଜରେ ଟଙ୍କା ଟ୍ରାନ୍ସଫର କରିବା ଏବଂ ଭ୍ରଷ୍ଟାଚାରକୁ କମ୍ କରିବାର ଏକ ବହୁତ ଶକ୍ତିଶାଳୀ ସାଧନ ପାଲଟିଛି। ଏହାର ମୁଖ୍ୟ ଉପାଦାନ ହେଉଛି ଜନ ଧନ ଯୋଜନା ଅନ୍ତର୍ଗତ ଖୋଲାଯାଇଥିବା ସେଭିଙ୍ଗ୍ସ ବ୍ୟାଙ୍କ ଆକାଉଣ୍ଟ, ଆଧାର ନମ୍ବର ଏବଂ ମୋବାଇଲ ଫୋନ୍‌। ସୂଚନା ଅନୁଯାୟୀ, ପ୍ରାୟ ୪୮୦ ମିଲିୟନ ବ୍ୟାଙ୍କ୍ ଆକାଉଣ୍ଟ ଜନ ଧନ ଯୋଜନା ଅନୁଯାୟୀ ଖୋଲାଯାଇଥିଲା।

ସେହିପରି ତୃତୀୟ ସ୍କିମ୍‌ ହେଉଛି ‘ନଲ୍‌ ସେ ଜଲ୍‌’ ଯୋଜନା। ଏହି ଯୋଜନା ଅନୁଯାୟୀ, ୨୦୨୪ ସୁଦ୍ଧା ପ୍ରତି ଘରକୁ ସ୍ବଚ୍ଛ ପାଣି ଯୋଗାଣ ନେଇ ଲକ୍ଷ୍ୟ ରହିଛି। ଏଥିପାଇଁ ସରକାର ୩.୬୦ ଲକ୍ଷ କୋଟି ବ୍ୟୟ ଅଟକଳ କରିଛନ୍ତି। ତଥ୍ୟ ଅନୁଯାୟୀ ୩୦ ମିଲିୟନ ଗ୍ରାମୀଣ ଘରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ କରାଯାଇଛି। ପାନାଗାରିଆ କହିଛନ୍ତି ଏହି ସବୁ ଯୋଜନା ସିଧାସଳଖ ଭାବରେ ମହିଳାଙ୍କୁ ସୁହାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.