ଇସଲାମୀୟ ଦେଶ ବାହାରିନ୍‌ରେ ଥିବା ୨୦୦ ବର୍ଷ ପୁରୁଣା ଶ୍ରୀକୃଷ୍ଣ ମନ୍ଦିର ପୁନର୍ନିମାଣ କାର୍ଯ୍ୟର ଶୁଭାରମ୍ଭ କରିବେ ମୋଦୀ

Published By : Prameya-News7 Bureau | August 23, 2019 IST

ମାନାମା .-ପ୍ରଧାନମନ୍ତ୍ରୀ ମୋଦୀ  ବାହାରିନ୍‌ରେ ଥିବା ୨୦୦ ବର୍ଷ ପୁରୁଣା ଶ୍ରୀକୃଷ୍ଣ ମନ୍ଦିର ପୁନର୍ନିମାଣ କାର୍ଯ୍ୟର ଶୁଭାରମ୍ଭ କରିବେ । ଏଥିପାଇଁ ୪୨ ଲକ୍ଷ  ଆମେରିକୀୟ ଡଲାର ଖର୍ଚ୍ଚ କରାଯିବ । ସଂଯୁକ୍ତ ଆରବ ଏମିରେଟ୍‌ର ଯାତ୍ରା ଶେଷ କରିବା ପରେ ମୋଦୀ ବାହାରିନ୍‌ରେ ପହଞ୍ଚିବେ । ଆରବ ଦେଶମାନଙ୍କରେ ସେ ଦେଶର ଶାସକମାନଙ୍କୁ ଭେଟିବା ସହ ଭାରତ ଓ  ଆରବ ଦେଶମାନଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ଉପରେ ଜୋର ଦେବେ। ସଂଯୁକ୍ତ ଆରବ ଏମିରେଟରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ ।

wp:core-embed/twitter {"url":"https://twitter.com/narendramodi/status/1164396386919387136","type":"rich","providerNameSlug":"twitter","className":""}
https://twitter.com/narendramodi/status/1164396386919387136
/wp:core-embed/twitter

ଅଗଷ୍ଟ ୨୪ ଓ ୨୫ ତାରଖରେ ମୋଦୀ ବାହାରିନ୍‌ରେ ରହିବେ । ମାନାମାରେ ଥିବା ଏହି କୃଷ୍ଣ ମନ୍ଦିରରେ ୨୦୦ ବର୍ଷ ପୁରୁଣା ।  ଭାରତ ସହ ସାରା ବିଶ୍ୱରେ ଥିବା ହିନ୍ଦୁ ଧର୍ମାବଲମ୍ବୀ ଲୋକ ଜନ୍ମାଷ୍ଟମୀକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି । ଏହି ଅବସରରେ ଇସଲାମୀୟ ଦେଶ  ବାହାରିନ୍‌ରେ ଶ୍ରୀକୃଷ୍ଣଙ୍କ ମନ୍ଦିରର ପୁନର୍ନିମାଣ କାର୍ଯ୍ୟକୁ  ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି ।

ବାହାରିନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ  ଦୁଇଦିନିଆ ଗ୍ରସ୍ତରେ ଆସିଛନ୍ତି । ଏହି ଅବସରେ ଶ୍ରୀନାଥଜୀଙ୍କ ମନ୍ଦିର ପୁନର୍ନିମାଣ କାର୍ଯ୍ୟ ରେ ଯୋଗ ଦେଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରେ ସୂଚନା ଦେଇଛନ୍ତି ।

wp:core-embed/twitter {"url":"https://twitter.com/narendramodi/status/1164396389075263489","type":"rich","providerNameSlug":"twitter","className":""}
https://twitter.com/narendramodi/status/1164396389075263489
/wp:core-embed/twitter wp:core-embed/twitter {"url":"https://twitter.com/narendramodi/status/1164396384360886272","type":"rich","providerNameSlug":"twitter","className":""}
https://twitter.com/narendramodi/status/1164396384360886272
/wp:core-embed/twitter

ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବାହାରିନ୍‌ର ଶାସକ ଶେଖ୍‌ ହମଦ ବିନ୍ ଇସା ଅଲ୍‌ ଖଲିଫାଙ୍କୁ ଭେଟିବେ ।

୪୫ହଜାର ବର୍ଗ ଫୁଟ୍‌ରେ ଏହି ମନ୍ଦିରର ପୁନର୍ନିମାଣ କାର୍ଯ୍ୟ କରାଯିବ ।  ଏଥିରେ ଭକ୍ତଙ୍କ ପାଇଁ  ୮୦ ପ୍ରତିଶତ ସ୍ଥାନ ରଖାଯିବ ବୋଲି ମନ୍ଦିରର ପରିଚାଳନା ବୋର୍ଡ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.