ସଂସଦରେ ଏହି ଖାସ୍‌ କ୍ୟାମେରା ଲଗାଇବା ପାଇଁ ଚାହୁଛନ୍ତି ମୋଦୀ

Published By : Prameya-News7 Bureau | September 30, 2019 IST

ଚେନ୍ନାଇ - ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇ ସ୍ଥିତି ଆଇଆଇଟି ମାଡ୍ରାସର ସିଙ୍ଗାପୁର ହେକାଥୋନ୍‌ ୨୦୧୯ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ଇଂରାଜୀରେ ନିଜର ଅଭିଭାଷଣ ଦେଉଥିବା ବେଳେ କ୍ୟାମେରାକୁ ନେଇ ତାଙ୍କ ମଧ୍ୟରେ ଥିବା ଉତ୍ସୁକତା ବିଷୟରେ ପ୍ରକାଶ କରିଥିଲେ ।
କ୍ୟାମେରାକୁ ନେଇ ହେଉଥିବା ନୂଆ ପ୍ରୟୋଗ ଓ ଗବେଷଣା ବେଶ୍‌ ରୋଚକ । ସେ ସଂସଦରେ ଏପରି ଏକ ଖାସ୍‌ କ୍ୟାମେରା ଲଗାଇବା ପାଇଁ ଚାହୁଁଛନ୍ତି ଯେଉଁଥିରେ କେହି ସଂସଦର କାର୍ଯ୍ୟରେ ଧ୍ୟାନ ଦେଉଛନ୍ତି କି ନାହିଁ ସେ ବିଷୟରେ ଜଣା ପଡିବ ବୋଲି ସୂଚନା ଦେଇଛନ୍ତି । ଏହାକୁ ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଜୋରରେ ହସିଥିଲେ । ସିଙ୍ଗାପୁର ହେକାଥୋନ୍‌ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ସେ ଏହି ଯୁବ ବନ୍ଧୁମାନେ ତାଙ୍କର ଏକ ସମସ୍ୟାକୁ ଲାଘବ କରିଥିବା କଥା କହିଛନ୍ତି । କ୍ୟାମେରାକୁ ନେଇ ହୋଇଥିବା ପ୍ରୟୋଗ ତାଙ୍କୁ ବେଶ୍‌ ପସନ୍ଦ ଆସିଛି । ଏହାକୁ ସଂସଦରେ ଲଗାଇବା ବିଷୟରେ ସେ ବାଚସ୍ପତିଙ୍କ ଜରିଆରେ ସଂସଦରେ ଚର୍ଚ୍ଚା କରିବେ ବୋଲି କହିଛନ୍ତି । ଏହା ସଂସଦରେ ବେଶ୍‌ ଲାଭଦାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିଛନ୍ତି ।

ଚେନ୍ନାଇରେ ସ୍ୱାଗତ ସମ୍ବର୍ଦ୍ଧନା ବେଶ୍‌ ରୋଚକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସିଙ୍ଗାପୁରରୁ ଆସିଥିବା ବନ୍ଧୁମାନଙ୍କୁ ଚେନ୍ନାଇ ପସନ୍ଦ ଆସିଥିବ ବୋଲ ମୋଦୀ ନିଜ ବକ୍ତବ୍ୟରେ କହିଛନ୍ତି ।
ସିଙ୍ଗାପୁର ହେକାଥୋନ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ବିଜେତାଙ୍କୁ ମୋଦୀ ଶୁଭେଚ୍ଛା ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.