ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୋଦି ବନାମ ନବୀନ: ଭାଷଣ ବାଜିରେ କିଏ କାହାକୁ ମାତ୍ ଦେବ ଚାଲିଛି ପ୍ରତିଯୋଗିତା

Published By : Prameya-News7 Bureau | April 24, 2019 IST

ଭୁବନେଶ୍ବର୨୪|୪: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବିଜେପି ଓ ବିଜେଡି ନେତାଏ ଭାଷଣ ବାଜିରେ କିଏ କାହାକୁ ମାତ୍ ଦେବ ସେହି  ପ୍ରତିଯୋଗିତାରେ ଅଛନ୍ତି । ମୋଦି କାଲି କହିଥିଲେ ନବୀନ ସରକାର ଯିବା ଦିନ ଆସିଗଲା । ଆଜି ନବୀନ କହିଛନ୍ତି ମନ୍ତ୍ରୀ ମଣ୍ଡଳ ଗଠନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ ରହିଲା । ଏହି ଦୁଇଦଳର ବଡ ନେତାଏ ଯେ କେବଳ ମୁହଁ ଲଢାଲଢି ହେଉଛନ୍ତି ତା ନୁହେଁ ଅନ୍ୟନେତାଏ ବି ପ୍ରତିପକ୍ଷକୁ ଇଞ୍ଚେ ଛାଡିବାକୁ ନାରାଜ । ….

{"id":106847,"width":595,"height":334}

ନବୀନଙ୍କ ପ୍ରତି ମୋଦି କାହିଁକି ନରମ ଥିଲେ ତାହା ତ ଜଣାପଡ଼ିଲାନି କିନ୍ତୁ କାଲି ନବୀନଙ୍କୁ ଯେଉଁ ଢଙ୍ଗରେ ଲଲକାର୍‌ ଦେଇଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେପି-ବିଜେଡି ଚତୁର୍ଥ ପର୍ଯ୍ୟାୟରେ ବିଲ୍‌କୁଲ୍‌ ଶିଙ୍ଗରେ ଶିଙ୍ଗ ଲଗେଇ ଠିଆ ହେଲେଣି। ମୋଦିଙ୍କ କଥାକୁ ବେଶୀ ସମୟ ହଜମ୍‌ କରିନାହାନ୍ତି ନବୀନ।   ଆଜି ନବୀନ ତାର କାଉଣ୍ଟର ବାଣ ମାରିଛନ୍ତି।  କହିଛନ୍ତି ମୋଦିଜି ଆପ୍ ଆରହୈ ହୋ । ଅର୍ଥାତ ସରକାରକୁ ନୁହେଁ ବରଂ ବିଜେଡି ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ। ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ରହିଲା ବୋଲି ପାଲଟା ଜବାବ ଦେଇଛନ୍ତି । ବୟାନବାଜିର ସ୍ତର ବି ବ୍ୟକ୍ତିଗତ ସ୍ତରକୁ ଖସିଲାଣି । ବାଲେଶ୍ବର ପ୍ରଚାର ମୈଦାନରେ ନବୀନ ଏହି ଶର ମାରୁ ମାରୁ ନିଜ ତୁଣୀରୁ ଶର ଭିଡ଼ିଛନ୍ତି ଧର୍ମେନ୍ଦ୍ର। ମିଛ ଓ ହିଂସା ବିଜେଡିର ଆୟୂଧ ବୋଲି କହିଛନ୍ତି।

{"id":106848,"width":595,"height":334}

୩ଟି ପର୍ଯ୍ୟାୟରେ ୧୫ ଲୋକସଭା ଓ ୧୦୫ ବିଧାନସଭା ମଣ୍ଡଳୀ ପାଇଁ ନିର୍ବାଚନ ସରିଗଲାଣି । ସେଥିରୁ କିଏ କେତେ ସିଟ ପାଇବ ସେନେଇ ସିନା ମୁହଁ ଖୋଲୁ ନାହାଁନ୍ତି ନେତାଏ, କିନ୍ତୁ ଦାବି କରୁଛନ୍ତି ଆମେ ସରକାର ଗଢିବୁ । ନବୀନତ କହୁଛନ୍ତି ତିନି ପର୍ଯ୍ୟାୟରେ ହିଁ ବିଜେଡି ସରକାର ଗଢ଼ିବ। ମାନେ ଚତୁର୍ଥ ପର୍ଯ୍ୟାୟ ବୋନସ।  ସେପଟେ ଧର୍ମେନ୍ଦ୍ର କହିଛନ୍ତି ଚତୁର୍ଥ ପର୍ଯ୍ୟାୟରେ ମୋଦି ଓ ବିଜେପିଙ୍କ ପାଇଁ ଭୋଟ ବର୍ଷା ହିଁ ହେବ। ସେପଟେ ପ୍ରଚାର ଲଢ଼େଇରେ କଂଗ୍ରେସ ଏକ ପ୍ରକାର ଅଦୃଶ୍ୟ । ଶେଷ ପର୍ଯ୍ୟାୟରେ କେବଳ ପିତାପୁତ୍ରଙ୍କ ତ୍ରାଣକର୍ତ୍ତା ସାଜି ରାହୁଲ ଗାନ୍ଧି ଆସୁଛନ୍ତି।  ୨୬ ତାରିଖରେ ବାଲେଶ୍ବରରେ କରିବେ ପ୍ରଚାର । କଂଗ୍ରେସର ଦାବି ଯେହେତୁ ବିଜେଡି ଓ ବିଜେପି ନେତା ଇଭିଏମ ଭାଙ୍ଗିବା ସହ ଫ୍ଲାଇଙ୍ଗ ସ୍କ୍ବାର୍ଡକୁ ମାଡ ମାରି ଜେଲ ଯାଉଛନ୍ତି ସେମାନେ ହାରିବା ଆଶଙ୍କା କରୁଛନ୍ତି ।

{"id":106849,"width":594,"height":334}

ଏହି ୩ ଦିନ ଭିତରେ ବୟାନବାଜି ଓ ପରସ୍ପର ପ୍ରତି ଆକ୍ଷେପ ଆହୁରି ଶାଣିତ ହେବ ବୋଲି ଜଣାପଡୁଛି ।

{"id":106850,"width":594,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.