ନିର୍ବାଚନୀ ପ୍ରତିଶୃତି : ମୋଦିଙ୍କ ୫ଟି ବଡ଼ ସଂକଳ୍ପ ବନାମ ରାହୁଲ ଗାନ୍ଧୀଙ୍କ ୫ ପ୍ରତିଶୃତି

Published By : Prameya-News7 Bureau | April 08, 2019 IST

ନୂଆଦିଲ୍ଲୀ ୮/୪ : କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିବା ପରେ ଆଜି ବିଜେପି ମଧ୍ୟ ନିଜର ସଂକଳ୍ପ ପତ୍ର ଜାରି କରିଛି | କଂଗ୍ରେସର "ହମ ନିଭାଏଙ୍ଗେ" ଘୋଷଣା ପତ୍ର ପରେ ବିଜେପି "ସଂକଲ୍ପିତ ଭାରତ, ସଶକ୍ତ ଭାରତ" ନାଁରେ ଇସ୍ତାହାର ପ୍ରକାଶ କରିଛି | ବିଜେପି ଇସ୍ତାହାର ପତ୍ରରେ ଚାଷୀଙ୍କୁ ପେନସନ ଦେବା ପାଇଁ ପ୍ରତିଶୃତି ଦିଆଯାଇଥିବାବେଳେ ରୋଜଗାରକୁ ନେଇ କୌଣସି ବିଶେଷ ଭିଜନ ଦର୍ଶାଯାଇନାହିଁ | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଘୋଷଣା ପତ୍ରରେ ୨୨ ଲକ୍ଷ ଖାଲି ପଡିଥିବା ସରକାରୀ ପଦବୀକୁ ଭର୍ତ୍ତି କରିବା ପାଇଁ ପ୍ରତିଶୃତି ଦେଇଥିଲେ | ଆସନ୍ତୁ ଜାଣିବା ବିଜେପି ଓ କଂଗ୍ରେସର ୫ଟି ବଡ଼ ପ୍ରତିଶୃତି :


ଚାଷୀ : କଂଗ୍ରେସ ଚାଷୀଙ୍କ ପାଇଁ ଅଲଗା ବଜେଟ ତିଆରି କରିବା ସହ ଋଣ ନ ସୁଝି ନପାରିଲେ ମଧ୍ୟ କ୍ରିମିନାଲ ଅଫେନ୍ସ ନିୟମ ନ ଲଗାଇବା ପାଇଁ ପ୍ରତିଶୃତି ଦେଇଛି | ବିଜେପି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଭୁକ୍ତ ୨ ହେକ୍ଟର ସୀମା ବନ୍ଦ କରି ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଛି | ଏହାସହ ୬୦ ବର୍ଷ ବୟସ୍କ ଚାଷୀଙ୍କୁ ପେନସନ ଦେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛି |

{"id":101490}


ରୋଜଗାର : ଯୁବପିଢୀଙ୍କୁ ନିଜ ଆଡକୁ ଟାଣିବା ପାଇଁ ରାହୁଲ ଗାନ୍ଧୀ ୨୦୨୦ ମସିହା ସୁଦ୍ଧା ୨୨ ଲକ୍ଷ ଖାଲି ପଡିଥିବା ପଦବୀ ଭର୍ତ୍ତି କରିବା ପାଇଁ ପ୍ରତିଶୃତି ଦେଇଛନ୍ତି | ଏହାସହ ୧୦ ଲକ୍ଷ ଯୁବକଙ୍କୁ ଗ୍ରାମ ପଂଚାୟତରେ ରୋଜଗାର ଯୋଗେଇ ଦେବା ପାଇଁ ପ୍ରତିଶୃତି କରିଛନ୍ତି | ଏହାଛଡା ବ୍ୟବସାୟ କରିବା ପାଇଁ ଯୁବକମାନେ ୩ ବର୍ଷ ପର୍ଯ୍ୟନ୍ତ କୌଣସି ଅନୁମତି ନେବା ଦରକାର ନାହିଁ ବୋଲି ଘୋଷଣା କରିଥିଲେ | କିନ୍ତୁ ବ୍ୟବସାୟ କ୍ଷେତ୍ରରେ ବିଜେପି ବିଶେଷ କିଛି ପ୍ରତିଶୃତି ନେଇନାହିଁ | ପୂର୍ବାଂଚଳ ରାଜ୍ୟରେ ଛୋଟ ଗାଁ ଏବଂ ଛୋଟ ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ରୋଜଗାର ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରତିଶୃତି ଦେଇଛି |


ଗରିବ କଲ୍ୟାଣ : ଦେଶରୁ ଗରିବୀ ହଟେଇବା ନାରା ଦେଇ କଂଗ୍ରେସ ନ୍ୟାୟ ଯୋଜନା କଥା କହିଛି | ନ୍ୟାୟ ଯୋଜନା ହିସାବରେ ଦେଶର ୨୦ ପ୍ରତିଶତ ଗରିବ ପରିବାରଙ୍କୁ ପ୍ରତି ବର୍ଷ ୭୨ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଛି | ଗରିବ ସୀମା ରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବା ଏବଂ ମାଟି ଘରେ ରହୁଥିବା ଗରିବଙ୍କୁ ୨୦୨୨ ମସିହା ପର୍ଯ୍ୟନ୍ତ ପକ୍କା ଘର ଯୋଗେଇ ଦେବା ପାଇଁ ବିଜେପି ପ୍ରତିଶୃତି କରିଛି | ଚାଉଳ ଏବଂ ଗହମ ସହ ଚିନି ମଧ୍ୟ ସବସିଡିରେ ଦିଆଯିବ ବୋଲି କହିଛି ବିଜେପି | ଅର୍ଥାତ କିଲୋ ୧୩ ଟଙ୍କାରେ ପ୍ରତ୍ୟେକ ପରିବାରକୁ ଚିନି ଦିଆଯିବ |

{"id":101491,"width":576,"height":426}


ଗ୍ରାମୀଣଙ୍କ ପାଇଁ ଯୋଜନା : କଂଗ୍ରେସ ଗରିବଙ୍କ ପାଇଁ ମନରେଗା ଯୋଜନା ଜରିଆରେ ୧୦୦ ଦିନ ବଦଳରେ ୧୫୦ ଦିନ ରୋଜଗାର ଦେବା ବୋଲି ଦମ୍ଭର ସହ ଘୋଷଣା କରିଛି | ଅପରପକ୍ଷରେ ବିଜେପି ଆଦିବାସୀମନକୁ ରୋଜଗାର ଯୋଗେଇ ଦେବା ପାଇଁ ୫୦ ହଜାର ବନ ଧନ ବିକାଶ କେନ୍ଦ୍ର ସ୍ଥାପନା କରିବା ପାଇଁ ସଂକଳ୍ପ କରିଛି |


ଶିକ୍ଷା ଏବଂ ସ୍ୱାସ୍ଥ୍ୟ : କଂଗ୍ରେସ ଶିକ୍ଷା ଉପରେ ବଜେଟର ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ବୋଲି ପ୍ରତିଶୃତି ଦେଇଛି | ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ବଦଳରେ ସରକାରୀ ହସ୍ପିଟାଲଗୁଡିକୁ ସର୍ବୋତ୍ତମ କରିବା ପାଇଁ ପ୍ରତିଶୃତି ଦେଇଥିଲେ | ଅପରପକ୍ଷରେ ବିଜେପି ୨୦୨୨ ମସିହା ମଧ୍ୟରେ ଟେଲିମେଡ଼ିସିନ ଜରିଆରେ ଗରିବ ଘରକୁ ପ୍ରାଥମିକ ଉପଚାର ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଛି | ଏହାଛଡା ୨୦୧୪ ମସିହା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଛି ବିଜେପି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.