ମୋଦି ନବୀନ ଆରମ୍ଭ କଲେ ନିର୍ବାଚନ ଲଢ଼େଇ : କଂଗ୍ରେସ କହିଲା ଏସବୁ ମୋଦି-ନବୀନଙ୍କ ପ୍ଲାନ
23/09/2018 at 6:23 PM

ଭୁବନେଶ୍ୱର ୨୩/୯ : ମୋଦି ନବୀନ ଆରମ୍ଭ କଲେ ନିର୍ବାଚନ ଲଢ଼େଇ । ଆଗକୁ ଏହି ଲଢ଼େଇ ଜୋରଦାର ହେବର ସୂଚନା ମଧ୍ୟ ଉଭୟ ପକ୍ଷ ଦେଇସାରିଛନ୍ତି। କାରଣ ମୋଦି ଯେଉଁ ଭଳି ଭାବେ ନବୀନଙ୍କୁ ଆଟାକ କଲେ ନବୀନ ବି ସମାନ ଢ଼ଙ୍ଗରେ ମୋଦିଙ୍କ ଉପରକୁ କାଉଣ୍ଟର ଆଟାକ କରିଛନ୍ତି। ଏପଟେ ବିଜେଡି କହିଛି ଇଟାର ଜବାବ ପଥରରେ ଦିଆଯିବ। ବିଜେପି ବି କହିଛି ମୋଦି ଯାହା କହିଛନ୍ତି ସତ। ଏପରିକି ଲଢ଼େଇରେ କଂଗ୍ରେସ ବି ନାକ ପୂରେଇ ନିଜ ବୟାନ ଛାଡ଼ିଦେଇଛି।
ଗତକାଲି ମୋଦିଙ୍କ ଗର୍ଜନ ଶୁଭିଲା, ଆସନ୍ତାକାଲି ଆସୁଛନ୍ତି ଅମିତ ଶାହା । ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଯେ ଆହୁରି ଉଗ୍ର ହେବ ସେ ସିଗନାଲ କାଲି ମୋଦି ଦେଇଛନ୍ତି। ମୋଦି ନବୀନ ଦୋସ୍ତି ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଭଟ୍ଟା ପକାଇଥିଲେ। ଆଉ ଏକା ସାଙ୍ଗରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନବୀନ ବି ଭୁବନେଶ୍ବରରେ ପହଞ୍ଚି ମାରିଲେ ଶର । ଏ ଲଢ଼େଇ ଏବେ ଆଉ ଥମିବାର ନାହିଁ । ବିଜେଡି ସଫା ସଫା କହିସାରିଲାଣି, ଇଟାର ଜବାବ ପଥରରେ ଦିଆଯିବ। ପ୍ରଧାନମନ୍ତ୍ରୀ ବୋଲି ଯେଉଁ ସମ୍ମାନ ଦେଇ ବିଜେଡି ଚୁପ ରହୁଥିଲା ଆଉ ଚୁପ ରହିବନି ବୋଲି କହିଛି ।
ବିଜେପି ବିଜେଡି ଭିତରେ ଲଢ଼େଇ ଦେଖି କଂଗ୍ରେସ କହିଛି ଏହା କୁଆଡ଼େ ଶଲାକୁସ୍ତି। କେବଳ ଲୋକଙ୍କୁ ଦେଖାଇବା ପାଇଁ ଏ ଏଢ଼େଇ। କେବଳ ଲୋକଙ୍କୂ ଭୂଆଁ ବୁଲାଇବା ପାଇଁ କଥା କଟାକଟି ହେଉଛନ୍ତି। ସ୍ପଷ୍ଟ ବିଜେପି ଦିଲ୍ଲୀ ଚାହୁଛି ଆଉ ବିଜେଡି ବିଧାନସଭା ଚାହଁଛି ସେଥିପାଇଁ ମୋଦି- ନବୀନଙ୍କର ପ୍ଲାନ ।
ମୋଦିଙ୍କ ପରେ କାଲି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ମୋଦିଙ୍କ ପରେ ଶାହାଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଶାହା ପୂର୍ବରୁ ନବୀନଙ୍କ ଉପରେ ଆଟାକ କରିଛନ୍ତି । ଏବେ ମୋଦିଙ୍କ ପରେ ଶାହା ପୁଣି ଆଟକାର ପୁନରାବୃତ୍ତି କରିବେ କି ? ଏ ନେଇ ଜୋର ଧରିଛି ଚର୍ଚ୍ଚା |