ଦେଶର ୩ ପ୍ରମୁଖ ସହରରେ ଚାଲିଛି ଟୀକା ଉତ୍ପାଦନ ପ୍ରୟାସ: ଟୀକା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | November 28, 2020 IST

ହାଇଦ୍ରାବାଦ ୨୮/୧୧ : ପ୍ରଧାନମନ୍ତ୍ରୀ ମୋଦି ଆଜି କରୋନା ଟିକା ସଂପର୍କରେ ସମୀକ୍ଷା କରିଛନ୍ତି ? ଦେଶର ୩ ପ୍ରମୁଖ ସହରରେ ଏବେ କରୋନା ଟିକାର ଉତ୍ପାଦନ ପାଇଁ ପ୍ରୟାସ ଚାଲିଛି। ମୋଦି ସେହି ସବୁ ସ୍ଥାନକୁ ଯାଇ ବୈଜ୍ଞାନିକଙ୍କ ସହ ଟିକାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ଟିକା ପ୍ରସ୍ତୁତି ସଂପର୍କରେ ବୁଲି ଦେଖିଛନ୍ତି । ମୋଦି ଅହମ୍ମଦାବାଦ୍‌ର ଜାଏଡସ୍‌ ବାୟୋଟେକ୍‌ ପାର୍କ, ହାଇଦ୍ରାବାଦ୍‌ର ଭାରତ ବାୟୋଟେକ୍‌ ପାର୍କ ଏବଂ ପୁଣେର ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ କୁ ଯାଇ ବୁଲି ଦେଖିଛନ୍ତି ।

{"id":369212,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ମିସନ ଭାକସିନ୍‌ । କୋରାନା ଟିକା ଅଗ୍ରଗତି ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା । ଭାରତର ୩ ଟି ଫାର୍ମରେ କରୋନା ଟିକା ପ୍ରସ୍ତୁତି ଚାଲିଛି । ଅହମ୍ମଦାବାଦ୍‌ର ଜାଏଡସ୍‌ ବାୟୋଟେକ୍‌ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ୍‌ ପାର୍କ ଏବଂ ପୁଣେର ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆରେ ଏହି ଟିକା ପ୍ରସ୍ତୁତ ହେଉଛି ।  ମୋଦି ଏହି ୩ଟି ସଂସ୍ଥାକୁ ଯାଇ ଟିକା ଅଗ୍ରଗତି ସଂପର୍କରେ ବୁଲି ଦେଖିବା ସହ ଏହାର ବୈଜ୍ଞାନିକ, ରିସର୍ଚ୍ଚରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।  ଦିଲ୍ଲୀରୁ ସକାଳେ ବାହାରିଥିବା ମୋଦି ସିଧା ଗୁଜରାଟର ଅହମଦାବାଦରେ ପହଞ୍ଚିଥିଲେ । ଏଠାରେ ଥିବା ଜାଏଡସ୍‌ କାଡିଲାର ପ୍ଲାଣ୍ଟରେ ପହଞ୍ଚିଥିଲେ। ଏଠାରେ ସେ ପିପିଇ କିଟ୍‌ ପିନ୍ଧି ପ୍ଲାଣ୍ଟ ମଧ୍ୟକୁ ଯାଇଥିଲେ। ବିଭିନ୍ନ ସ୍ଥାନ ବୁଲିବା ପରେ ତାଙ୍କୁ ବୈଜ୍ଞାନିକମାନେ ଟିକାର ସ୍ଥିତି କ’ଣ ରହିଛି, ସେ ସମ୍ପର୍କରେ ଅବଗତ କରାଇଥିଲେ ।

{"id":369213,"sizeSlug":"large"}

ଅହମ୍ମଦାବାଦ୍‌ ଜାଏଡସ୍ ବାୟୋଟେକ୍‌ ଫାର୍ମ ବୁଲି ଦେଖିବା ପାରେ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଲେଖିଥିଲେ ଯେ ଏଠାର ବୈଜ୍ଞାନିକ ମାନେ କରୋନା ଟିକା ପ୍ରସ୍ତୁତି ଅଗ୍ରଗତି ନେଇ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ।  ଭାରତ ବାୟୋଟେକ୍‌ ଟିମ୍‌ ଆଇସିଏମ୍‌ଆର ସହ ମିଶି ଜୋରସୋରରେ କାମକୁ ଆଗେଇ ନେଇଛନ୍ତି ।  ଜାଏଡସ୍‌ କଂପାନୀ କରୋନା ଭ୍ୟାକସିନ୍ ଜାଇକୋଭ୍ -ଡି ପ୍ରସ୍ତୁତି କରୁଛି।

{"id":369222,"sizeSlug":"large"}

ଅଗଷ୍ଟ ମାସରୁ ଏହାର ଦ୍ବିତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଛି। ସେପଟେ ହାଇଦ୍ରାବାଦ୍‌ ଭାରତ ବାୟୋଟେକ୍‌ ରେ କୋଭାକ୍ସିନ୍‌ ଟିକାର ପ୍ରସ୍ତୁତି ଚାଲିଛି । ଏହାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାପରେ ମୋଦି ହାଇଦ୍ରାବାଦ୍‌ର ଭାରତ ବାୟୋଟେକ୍‌ ଓ ପୁମେର ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ବୁଲି ଦେଖିଥିଲେ ।  

{"id":369216,"sizeSlug":"large"}

ସେପଟେ ଦିଲ୍ଲୀରେ କରୋନା କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଦିଲ୍ଲୀରେ ନଭେମ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ପ୍ରତିଶତକୁ ଖସି ଆସିଥିବା ସେ ଦାବି କରିଛନ୍ତି ।  ସେପଟେ କରୋନାକୁ ନେଇ ଏକ ନୂଆ ଲକ୍ଷଣ ଆସିଥିବା କୁହାଯାଉଛି । ଆମେରିକାରେ କିଛି ଆକ୍ରନ୍ତଙ୍କ ଦାନ୍ତ ଉପରେ ଏହାର ପ୍ରଭାବ ପଡିଥିବା ନ୍ୟୁଅର୍କସ୍‌ ଟାଇମ୍‌ ତା ରିପୋର୍ଟରେ ଉଲ୍ଲେଖ କରିଛି । ଆମେରିକାର କିଛି ଆକ୍ରନ୍ତଙ୍କ ପାଟିର ମାଢି ଦୁର୍ବଳ ହେବା ସହ ଦାନ୍ତ ଝଡୁଥିବା ଏହି ରିପୋର୍ଟରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.