ମୋଦି ଦେଶକୁ ସମର୍ପିତ କଲେ କାଶୀ ବିଶ୍ୱନାଥ କରିଡର: ନିର୍ମାଣ ଶ୍ରମିକଙ୍କ ସହ କଲେ ଭୋଜନ

Published By : Prameya-News7 Bureau | December 13, 2021 IST

ବାରାଣାସୀ ୧୩/୧୨ : ପ୍ରଧାନମନ୍ତ୍ରୀ ମୋଦି ଆଜି କାଶୀ ବିଶ୍ୱନାଥ ଧାମ କରିଡର ଲୋକାର୍ପଣ କରିଛନ୍ତି। ୭୦୦ କୋଟି ଟଙ୍କା ବ୍ୟୟରେ ୩୩ ମାସରେ ପ୍ରସ୍ତୁତ ହୋଇଛି କାଶୀ ବିଶ୍ୱନାଥ ଧାମ। ରେବତୀ ନକ୍ଷତ୍ର ଲଗ୍ନରେ ମୋଦି ବିଶ୍ୱନାଥ ଧାମ କରିଡର ଲୋକାର୍ପଣ କରିଛନ୍ତି। ଏହାପରେ ଧାମ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯିବ ।

{"id":558964,"sizeSlug":"full","linkDestination":"none"}

କରିଡର ଲୋକାର୍ପଣ ପରେ ମୋଦି ଭୋଜନ କରିଛନ୍ତି। କାଶୀ ବିଶ୍ୱନାଥ କରିଡର ନିର୍ମାଣରେ ସହଯୋଗ କରିଥିବା ଶ୍ରମିକଙ୍କ ସହ ମୋଦି ଭୋଜନ କରିଛନ୍ତି। ଏହା ପୂର୍ବରୁ ମୋଦି ଶ୍ରମିକଙ୍କ ଉପରେ ପୁଷ୍ପ ବର୍ଷା ମଧ୍ୟ କରିଥିଲେ ଓ ତାଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି।

wp:embed {"url":"https://twitter.com/AHindinews/status/1470303617118728192","type":"rich","providerNameSlug":"twitter","responsive":true}
https://twitter.com/AHindinews/status/1470303617118728192


/wp:embed

ମୋଦି କହିଛନ୍ତି ଯେ, ମୋ ପାଇଁ ଜନତା ହିଁ ଭଗବାନ। ମୁଁ ଆଜି ମୋ ଭଗବାନଙ୍କୁ ୩ଟି ସଂକଳ୍ପ ମାଗୁଛି। ପ୍ରଥମ- ସ୍ୱଚ୍ଛତା, ଦ୍ୱିତୀୟରେ ସୃଜନ ଓ ତୃତୀୟରେ ଆତ୍ମନିର୍ଭର ଭାରତ ପାଇଁ ନିରନ୍ତର ପ୍ରୟାସ।

{"id":558973,"sizeSlug":"large","linkDestination":"none"}

ଆଗକୁ ମୋଦି କହିଛନ୍ତି, ଆଜିର ଭାରତ କେବଳ ମନ୍ଦିର ନିର୍ମାଣ କରୁନି ବରଂ ମେଡିକାଲ କଲେଜ ମଧ୍ୟ ତିଆରି କରୁଛି। ସମୁଦ୍ରରେ ଅପ୍ଟିକାଲ ଫାଇବର ଵିଛାଉଛି, ରାଜପଥ ନିର୍ମାଣ କରୁଛି ଏବଂ ବିକାଶର ନୂଆ ଅଧ୍ୟାୟ ଲେଖୁଛି। ନୂଆ ଭାରତରେ ଐତିହ୍ୟ ଓ ବିଶ୍ୱାସ ଅଛି। ସେ କହିଛନ୍ତି ମୋ କାଶୀ ଆଗକୁ ବଢୁଛି। କାଶୀରେ ସତ୍ୟ ହିଁ ସଂସ୍କାର। କାଶୀ ଶିବମୟୀ, ଜ୍ଞାନମୟୀ। ଆଜି ସାରା ବିଶ୍ୱ କାଶୀ ସହ ସଂଯୋଜିତ। କାଶୀ ବିଶ୍ୱନାଥ ପରିସର ଆମ ସଂକଳ୍ପର ସାକ୍ଷୀ।

wp:embed {"url":"https://twitter.com/ANINewsUP/status/1470318506134573056","type":"rich","providerNameSlug":"twitter","responsive":true}
https://twitter.com/ANINewsUP/status/1470318506134573056
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.