ଆସନ୍ତାକାଲି କାଶୀ ବିଶ୍ୱନାଥ ମନ୍ଦିର କରିଡର ଉଦଘାଟନ କରିବେ ମୋଦି: ସାମ୍ନାକୁ ଆସିଲା ମନମୁଗ୍ଧକର ଫଟୋ...

Published By : Prameya-News7 Bureau | December 12, 2021 IST

ଲକ୍ଷ୍ନୌ ୧୨/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର କରିଡର ଶୁଭ ଉଦଘାଟନ କରିବେ। ଏହାଦ୍ୱାରା ବାରାଣାସୀରେ ପର୍ଯ୍ୟଟନର ବିକାଶ ଘଟିବ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶର ସାଧାରଣ ନିର୍ବାଚନ ପୂର୍ବରୁ ଐତିହାସିକ କାଶୀ ବିଶ୍ୱନାଥ ମନ୍ଦିର କରିଡର ଲୋକାର୍ପଣ ୧୩ ଡିସେମ୍ବର ୨୦୨୧ରେ ହେବାକୁ ଯାଉଛି। ମନ୍ଦିରର ପ୍ରବେଶ ଦ୍ୱାରରେ ପଥର ଓ ଅନ୍ୟ ସାମଗ୍ରୀ ଦ୍ୱାରା ହସ୍ତଶିଳ୍ପ କାରିଗରି ଦ୍ୱାରା ସୁନ୍ଦର ଭାବେ ସୁସଜ୍ଜିତ ହୋଇଛି।

{"id":558630,"sizeSlug":"full","linkDestination":"none"}

ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ନିବାସୀ ଓ ଘରୋଇ ପର୍ଯ୍ୟଟକମାନେ ବହୁତ ଉତ୍ସାହିତ ଅଛନ୍ତି। ଏଥିପାଇଁ ବାରାଣାସୀରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାଶୀ ବିଶ୍ୱନାଥ ମନ୍ଦିର ୱେବ ସାଇଟ ଅନୁସାରେ ଏହି ପ୍ରସିଦ୍ଧ ଧାର୍ମିକ ସ୍ଥଳକୁ ସ୍ୱର୍ଣ୍ଣ ମନ୍ଦିର ମଧ୍ୟ କୁହାଯାଏ । ବହୁତ ପୁରୁଣା ଦସ୍ତାବିଜରେ ଏହା ଉଲ୍ଲେଖ କରାଯାଇଛି।

{"id":558632,"sizeSlug":"full","linkDestination":"none"}


ଏହି ଉଦଘାଟନ କାର୍ଯ୍ୟକ୍ରମରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ଯୋଗ ଦେବାର ସମ୍ଭାବନା ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ଯେ ମୋଦି ସୋମବାର ଅପରାହ୍ଣ ପାଖାପାଖି ଗୋଟେ ବେଳେ କାଶୀ ବିଶ୍ୱନାଥ ମନ୍ଦିରକୁ ଯାଇ ପାଖାପାଖି ୩୩୯ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ବିଶ୍ୱନାଥ ଧାମ କରିଡର ଉଦ୍ଘାଟନ କରିବେ।

{"id":558634,"sizeSlug":"full","linkDestination":"none"}

ତିର୍ଥଯାତ୍ରୀ ଓ ଭଗବାନ ଶିବଙ୍କର ଭକ୍ତ ଓ ଉପାସକମାନଙ୍କ ସୁବଧା ପାଇଁ ମୋଦିଙ୍କର ଏହା ଏକ ଦୃଷ୍ଟିକୋଣ ଥିଲା। ଏଥିରେ କୁହାଯାଇଛି ଯେ ଗଙ୍ଗା ନଦୀ କୁଳରେ ଥିବା କାଶୀ ବିଶ୍ୱନାଥ ମନ୍ଦିରକୁ ଗଙ୍ଗାନଦୀ କୁଳକୁ ସଂଯୋଗ କରିବା ପାଇଁ ଓ ଏକ ସର୍ବସାଧାରଣ ଯାତାୟତ ମାର୍ଗ ନିର୍ମାଣ କରିବା ପାଇଁ ଏକ ପରିଯୋଜନାର ପରିକଳ୍ପନା କରାଯାଇଥିଲା।

{"id":558635,"sizeSlug":"full","linkDestination":"none"}

ଭାଜପାର ପଦାଧିକାରୀମାନେ କହିଛନ୍ତି ମୋଦିଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ମହାଦେବ କାଳ ଭୈରବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ତାପରେ ମୋଦି ଲଳିତ ଘାଟରେ ପହଞ୍ଚିବେ। ସେଠାରୁ ସେ କାଶୀ ବିଶ୍ୱନାଥ ପୀଠକୁ ଯିବେ। ସେଠାରେ କାର୍ଯ୍ୟକ୍ରମର ପରିସମାପ୍ତି ପରେ ସେ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଗଙ୍ଗା ଆରତିରେ ଯୋଗ ଦେବେ।

{"id":558636,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.