ସ୍ୱାଧୀନତା ଦିବସ ସମ୍ୱୋଧନରେ ଭବିଷ୍ୟତର ଭାରତ କଥା କହିଲେ ମୋଦୀ; ଆଗାମୀ ୨୫ବର୍ଷରେ ଭାରତ ହେବ ବିକଶିତ ଦେଶ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ ୧୫/୦୮: ସୋମବାର ଦେଶର ୭୬ତମ ସ୍ୱାଧୀନତା ଦିବସ ଓ ୭୫ବର୍ଷର ସ୍ୱାଧୀନତାର ପୁର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳିତ ହୋଇଛି। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ଦେଶ୍ୟରେ ଉଦବବୋଧନ ଦେଇଛନ୍ତି। ସେ ଦୀର୍ଘ ୧ ଘଣ୍ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଦେଶବାସୀଙ୍କୁ ସମ୍ୱୋଧିତ କରିଥିଲେ। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ମୋଦୀ କହିଛନ୍ତି। ଏହା ବ୍ୟତିତ ପଞ୍ଚପ୍ରାଣ, ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦ, ନାରୀ ଶକ୍ତି ଓ ପରିବାରବାଦ ଇତ୍ୟାଦି ତାଙ୍କ ଭାଷଣର ବିନ୍ଦୁ ରହିଥିଲା।

ଭାଷଣ ଆରମ୍ଭରେ ମୋଦୀ ଦେଶର ସ୍ୱାଧୀନତା ସଂଗ୍ରାମୀ, ସ୍ୱତନ୍ତ୍ରତା ଆନ୍ଦୋଳନରେ ଭାଗ ନେଇଥିବା ଦେଶର ମହିଳା ସ୍ୱାଧୀନତା ସଂଗ୍ରାମୀ ଓ ବୀରଙ୍ଗନା ରାଣୀ ଲକ୍ଷ୍ମୀବାଇ, ବେଗମ ହଜରତ ମହଲଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଥିଲେ। ଆଜିର ଭାରତ ନିର୍ମାଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବୀର ସାବରକର, ରାଜେନ୍ଦ୍ର ପ୍ରସାଦ ଓ ଜବାହାର ଲାଲ ନେହେରୁଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ ମତବ୍ୟକ୍ତ କରିଥିଲେ।

ଆମ ଦେଶବାସୀ ମୋହନ ଦାସ କରମ ଚାନ୍ଦ (ମହାତ୍ମା) ଗାନ୍ଧୀ, ବାବା ସାହେବ ଆମ୍ୱେଦକର, ସୁଭାଷ ଚନ୍ଦ୍ର ବୋଷ, ବୀର ସବରକରଙ୍କ ପାଖରେ ଋଣି ରହିବେ। ଯେଉଁମାନେକି ଦେଶର ସ୍ୱାଧୀନତା ପାଇଁ କର୍ତ୍ତବ୍ୟ କଲାବେଳେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।

ଦେଶର ଅବିସ୍ମରଣୀୟ ନାୟକ ମଙ୍ଗଲ ପାଣ୍ଡେ, ତାନ୍ତିଆ ଟୋପେ, ଭଗତ ସିଂହ, ଶୁଖଦେବ ରାଜଗୁରୁ, ଚନ୍ଦ୍ର ଶେଖର ଆଜାଦ, ଆସାଫଉଲ୍ଲା ଖାନ, ରାମ ପ୍ରସାଦ ବିସମିଲ, ଏବଂ ଆମର ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଆମ ଇତିହାସରେ ଲୁଚାଇ ଦିଆଯାଇଛି। ଆମ ଦେଶର ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲେ ସେମାନେ ଆମ ଦେଶର ନାଗରିକମାନଙ୍କ ପାଖରେ ସଦାସର୍ବଦା ଧନ୍ୟବାଦର ପାତ୍ର ବୋଲି ସେ କହିଛନ୍ତି।   

୧-ବଡ଼ ସଂକଳ୍ପ ଓ ବିକସିତ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ହେବ।

୨-ଭୃତ୍ୟଭାବ (ଦାସତ୍ୱ) ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତକରିବାକୁ ହେବ। (ଯାହାକି ଇଂରେଜମାନେ କରୁଥିଲେ, ଏବେ ବି ସ୍ୱାଧୀନ ଭାରତର ଅନେକ ସ୍ଥାନରେ ଏଭଳି ପ୍ରଥା ଦେଖିବାକୁ ମିଳୁଛି)

୩-ଆମର ଏକତା ଓ ସାହସକୁ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ।

୪-ନାଗରିକମାନଙ୍କର କର୍ତ୍ତବ୍ୟକୁ ସଚ୍ଚୋଟତାର ସହିତ ନିଭାଇବା ଯାହାକି ପ୍ରତ୍ୟକ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କରିବା ଆବଶ୍ୟକ।

୫-ଆମ ଐତିହକୁ ନେଇ ଗର୍ବ କରିବା।

ଆଗାମୀ ୨୫ ବର୍ଷ ଦେଶର ବିକାସ ପାଇଁ କାମ କରିବାକୁ ସେ ଯୁବପିଢ଼ିଙ୍କୁ ଆଗେଇ ଆସିବାକୁ କହିଛନ୍ତିକହିଛନ୍ତି। ମାନବତାର ବିକାସ ପାଇଁ ଆମକୁ ମିଳିମିଶି କାମ କରିବାକୁ ହେବ ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.