'କରୋନା ଭାକସିନ୍‌କୁ ମଞ୍ଜୁରି ଗର୍ବର କଥା, ଏହା ଲଢେଇର ନିର୍ଣ୍ଣାୟକ ମୋଡ ନେବ' - ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | January 03, 2021 IST

ନୂଆଦିଲ୍ଲୀ,୦୩/୦୧: କରୋନା ଭାଇରସ ମହାମାରୀ ବିରୋଧରେ ଯୁଦ୍ଧ ଜାରି ରହିଛି ।ଏହା ମଧ୍ୟରେ ଡିସିଜିଆଇ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକର ଦୁଇଟି ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲଢେଇ ନିର୍ଣ୍ଣାୟକ ମୋଡ ବୋଲି କହିଛନ୍ତି । ଏହାସହ ଭାରତୀୟଙ୍କ ପାଇଁ ଏହା ଗର୍ବର ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ବୈଜ୍ଞାନିକମାନେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ପ୍ରମାଣିତ କରିଛନ୍ତି । ଏହାସହ ଜରୁରୀକାଳିନ ବ୍ୟବହାରକୁ ମଞ୍ଜୁରି ମିଳିବା ଏହି ସାହସୀ ଲଢେଇରେ ଟର୍ଣ୍ଣିଂ ପଏଣ୍ଟ ଅଟେ ବୋଲି କହିଛନ୍ତି ମୋଦୀ ।

ସେହିପରି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଭାକସିନ୍‌କୁ ମଞ୍ଜୁରି ମିଳିବା ପରେ କରୋନା ମୁକ୍ତ  ଓ ସୁସ୍ଥ ଭାରତ ଗଠନର ରାସ୍ତା ପ୍ରଶସ୍ଥ ହୋଇଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.