ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମୋଦିଙ୍କ ପାଲଟା ଆକ୍ରମଣ : “୩୦ ବର୍ଷ ପୂର୍ବେ ପ୍ରାଣ ହରାଇଥିବା ପିତାଙ୍କୁ ମଧ୍ୟ ଛାଡିଲା ନାହିଁ କଂଗ୍ରେସ”- ମୋଦି

25/11/2018 at 6:11 PM

ବିଦିସା ୨୫/୧୧ : ଆସନ୍ତା ୨୮ ତାରିଖରେ ମଧ୍ୟ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଚାର ଶେଷ ପର୍ଯ୍ୟାୟରେ ପହଂଚିଛି | ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶର ବିଦିସାରେ ଏକ ରାଲିକୁ ସଂଵୋଧନ କରିଥିଲେ | ମୋଦି କଂଗ୍ରେସ ବିରୋଧରେ କାଟୁ ମନ୍ତବ୍ୟ ଦେଇଥିଲେ | ମୋଦିଙ୍କ ବାପା ମାଙ୍କ ଉପରେ କଂଗ୍ରେସ କରିଥିବା ହମଲାର ତୀକ୍ଷ୍ଣ ଜବାବ ଦେଇଥିଲେ ମୋଦି | ମୋଦି କହିଥିଲେ ଯେ, କଂଗ୍ରେସ ନେତାଙ୍କ ଅବସ୍ଥା ଦେଖି ଜାଣି ହେଉଛି ଯେ, ସେମାନେ ଜନତାଙ୍କ ବିଶ୍ୱାସ ହାରି ସାରିଛନ୍ତି | ତାଙ୍କ ଅବସ୍ଥା ଦେଖି ଜଣ ପଡୁଛି ଯେ, କଂଗ୍ରେସ ଶିବରାଜ ଚୌହାନଙ୍କୁ ପରାସ୍ତ କରିପାରିବ ନାହିଁ | ସେଥିପାଇଁ ବିଳିବିଳେଇ ହେଉଛି |

ମୋଦି ଆହୁରି କହିଛନ୍ତି ଯେ, “ଦୁଇ ଦିନ ପୂର୍ବରୁ କଂଗ୍ରେସ ଜଣେ ନେତା ନିର୍ବାଚନକୁ ନେଇ ମୋ ମା’ଙ୍କ ବିରୋଧରେ କହିଥିଲେ | ଯେତେବେଳେ ମୋ ମା ମଧ୍ୟପ୍ରଦେଶ ବିଅସ୍ୟରେ କିଛି ମଧ୍ୟ ଜାଣି ନାହାନ୍ତି | ଆଉ ଏବେ ମୋ ବାପାଙ୍କୁ ଅପମାନ କରାଯାଉଛି | ମୋ ପିତା, ଯାହାଙ୍କର ୩୦ ବର୍ଷ ପୂର୍ବରୁ ନିଧନ ହୋଇ ସାରିଛି, ତାଙ୍କୁ ଏହି ନିର୍ବାଚନରେ କାହିଁକି ଟଣା ଯାଉଛି ମୁଁ ବୁଝି ପାରୁନାହିଁ | ମୁଁ କାହା ପରିବାର ବିରୋଧରେ ବୟାନ ଦିଏନାହିଁ | ଯଦି ମୋ ମାତାପିତା ରାଜନୀତିରେ ଥାଆନ୍ତେ ତାହେଲେ ତାଙ୍କ ବିଷୟରେ କହିବା ଅଧିକାର କଂଗ୍ରେସ ଅଛି |”

ଦିଗବିଜୟ ସିଂଙ୍କୁ ଟାର୍ଗେଟ କରି ମୋଦି କହିଥିଲେ ଯେ, ତାଙ୍କୁ ଦେଖିଲେ ତାଙ୍କର କୁଶାସନର ସମସ୍ତ ଘଟଣା ସାମ୍ନାକୁ ଆସିଯାଏ ଏବଂ ଲୋକଙ୍କ ରାଗ ମଧ୍ୟ ଦେଖିବାକୁ ମିଳିଥାଏ |

   Related Posts