ଏନଡିଏ-୧ ଏବଂ ୨ର ସହଯୋଗୀଙ୍କୁ ମୋଦି ମନେ ପକାଇବା ପ୍ରସଂଗ : ବିଜେଡି କହଲା ଅଟଳଜୀଙ୍କ ଉପରେ ଭରଷା ଥିଲା, ହେଲେ ମୋଦିଙ୍କୁ ନୁହେଁ

Published By : Prameya-News7 Bureau | January 11, 2019 IST

ଭୁବନେଶ୍ବର ୧୧|୧: ଚେନ୍ନାଇରେ ସହଯୋଗୀଙ୍କୁ ମନପକାଇଲେ ମୋଦିଏନଡିଏ- ଏବଂ ୨ର ସହଯୋଗୀଙ୍କୁ ବିଜେପି ଦ୍ବାର ଖୋଲା କହିବା ପରେ ଏବେ ଏହାକୁ ନେଇ ଜୋର ଧରିଛି ରାଜନୀତି।  ବିରୋଧୀ କଂଗ୍ରେସ ସିଧା ମୋଦିଙ୍କୁ ଟାଗର୍ଟେ କରିଛି। ମୋଦିଙ୍କ ପାଦ ତଳ ମାଟି ଦୋହଲିଲାଣି ଯେଉଁଥିପାଇଁ ସହଯୋଗୀ ଙ୍କୁ ମନେପକାଇଛନ୍ତି।  ଏପଟେ  ଏନଡିଏ ସହଯୋଗୀ ଦଳ ବିଜେଡି କହିଛି ଅଟଳଜୀଙ୍କୁ ଭରଷା କରିଥିଲୁ ମୋଦିଙ୍କୁ ନୁହେଁ। 

{"id":72837}

ମୋଦିଙ୍କୁ ପଡିଲାଣି କି ସହଯୋଗୀଙ୍କ ଆବଶ୍ୟକତା ! ମୋଦିଙ୍କ ପାଇଁ ଆସନ୍ତା ନିର୍ବାଚନ ସହଜ ହେବ ନାହିଁ କି ?  କାରଣ ମୋଦି ନିଜ ଭାଷଣରେ ଏବେ ସହଯୋଗୀଙ୍କୁ ମନେ ପକାଇଲେଣି । କହିଲେଣି ଏନଡିଏ- ଏବଂ ଏନଡିଏ-୨ର ଥିବା ସହଯୋଗୀ ଦଳଙ୍କ ପାଇଁ ତାଙ୍କ ଦ୍ବାର ଖୋଲା । ଚେନ୍ନାଇରେ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ମୋଦି ଉଦବୋଧନ ଦେଇ ଏହି କଥା କହିଛନ୍ତି । ମୋଦିଙ୍କ କଥା ଶୁଣି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । କହିଛି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ବିଜେପି ହାରିବା​‌ ପରେ ମୋଦିଙ୍କ ପାଦତଳ ମାଟି ଦୋହଲିଯାଇଛି । ଯେଉଁ ଦଳ ଏକାକି ଲଢ଼ିବାକୁ ଆହ୍ବାନ ଦେଇଥିଲା ସେ ଏବେ ସହଯୋଗୀ ଲୋଡିଲାଣି । ଏପଟେ ଏନଡିଏ ସହଯୋଗୀ ଦଳ ଥିବା ବିଜେଡି କହିଛି ଜାତୀୟ ସ୍ତରରେ  ରାଜନୈତିକ ସ୍ଥିତି ବଦଳୁଥିବାରୁ ମୋଦିଙ୍କ ମତରେ ପରିବର୍ତ୍ତନ ଘଟିଛି। କିନ୍ତୁ ବିଜେଡି ଉପରେ ଏହାର କିଛି ପ୍ରଭାବ ପଡିବନି। ଅଟଳଜୀଙ୍କ ଉପରେ ଭରଷା ଥିଲା ହେଲେ ମୋଦିଙ୍କୁ ନୁହେଁ ବୋଲି ବିଜେଡିର ମତ ।

{"id":72838}

ବିରୋଧୀଙ୍କ ସମାଲୋଚନା ପରେ ବି ବିଜେପି ତାର ମୁହଁ ଟାଣ ଛାଡିନି। ଦଳ କହିଛି କେବଳ ତାମିଲନାଡୁ ପାଇଁ ସହଯୋଗୀଙ୍କୁ ଲୋଡିଛନ୍ତି ମୋଦି । ପୂର୍ବଭାରତରେ ବିଜେପି ଏକଲା ଚାଲୋ ନୀତି ଆପଣାଇଛି। ଓଡିଶାରେ ବିଜେପି ୧୨୦  ମିଶନ ନେଇ ଲଢ଼ିବ ।

{"id":72839}

ନିର୍ବାଚନ ଯେତିକି ନିକଟତର ହେଉଛି ବିଜେପି ଠାରୁ ସହଯୋଗୀ ସେତିକି ଦୂରତା ବଢାଉଛନ୍ତି । ଟିଡିପି, ଗଣପରିଷଦ ଓ ଆରଏଲ୍‌ଏସ୍‌ ବିଜେପି ହାତ ଛାଡି ଛନ୍ତି ।  ଶିବସେନା ବାରମ୍ଭାର ଧମକ ​‌ଦଉେଛି। ଏପଟେ ହିନ୍ଦ ହାର୍ଟଲ୍ାଣ୍ଡରେ ବିଜେପି ଠାରୁ ଜନତା ମୁହଁ ମୋଡିଛନ୍ତି । ଏଭଳି ସ୍ଥିତିରେ ମୋଦିଙ୍କ ପାଇଁ ଆସନ୍ତା ସାଧାରଣ ନିର୍ବାଚନ ସହଜ ହେବନାହିଁ । ତେଣୁ ସହଯୋଗୀଙ୍କ ଆବଶ୍ୟକତା ଦଳ ପାଇଁ ନିତ୍ୟାନ୍ତ ଜରୁରୀ ବୋଲି ବାସ୍ନା ବରିଲାଣି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.