ମୋଦୀଙ୍କୁ ଚିଠି ଲେଖିଲେ ନେତାଜୀଙ୍କ ଅଣନାତି : ନୋଟରେ ସୁଭାଷ ବୋଷଙ୍କ ଫଟୋ ରଖିବାକୁ କଲେ ଦାବି

Published By : Prameya-News7 Bureau | January 14, 2022 IST

ନୂଆଦିଲ୍ଲୀ, ୧୪।୦୧: ନୋଟରେ ରହୁ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ । ଏମିତି ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ନେତାଜୀଙ୍କ ଅଣନାତି । ନେତାଜୀଙ୍କ ୧୨୫ତମ ଜନ୍ମଦିବସ ଉପଲକ୍ଷେ  ସେ ଚିଠି ଲେଖିଛନ୍ତି ।

ବିଜେପି ନେତା ତଥା ନେତାଜୀଙ୍କ ଅଣନାତି ଚନ୍ଦ୍ର ବୋଷ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ୯ଟି ଦାବି ସେ ରଖିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜାନୁଆରୀ ୨୩କୁ ଜାତୀୟ ଛୁଟି ଦିବସ ରୂପେ ଘୋଷଣା କରନ୍ତୁ ।ନେତାଜୀଙ୍କ ସମ୍ମାନାର୍ଥେ ଏପରି କରାଯିବା ଦରକାର । ନେତାଜୀଙ୍କ ପାଇଁ ଏକ ଟ୍ରେନର ୪ଟି ବଗିକୁ ଭ୍ରାମ୍ୟମାଣ ମ୍ୟୁଜିୟମ କରାଯାଉ । ଯେଉଁଥିରେ ଦେଶବାସୀ ଆଜାଦ ହିନ୍ଦ ଫୌଜର ଗରିମା ବାବଦରେ ଅନେକ କିଛି ତଥ୍ୟ ପାଇପାରିବେ ।

ଏହାବ୍ୟତୀତ ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରତିବର୍ଷ ଅକ୍ଟୋବର ୨୧ରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ହେଉ । ଡିସେମ୍ବର ୩୦ରେ ଆଣ୍ଡାମାନ ଓ ନିକୋବରରେ  ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତୁ । ଏହି ଦୁଇ ସ୍ଥାନ ୧୯୪୩ ମସିହା ଡିସେମ୍ବର ୩୦ରେ ବିଦେଶୀ ଶକ୍ତି କବଳକୁ ମୁକତ ହୋଇଥିଲା ।

ଆହୁରି ମଧ୍ୟ ଚନ୍ଦ୍ର ବୋଷ ଦାବି କରିଛନ୍ତି ଯେ, ଇଣ୍ଡିଆ ଗେଟ୍ ସାମ୍ନାରେ ନେତାଜୀଙ୍କ ମୂର୍ତ୍ତି ନିର୍ମାଣ ହେଉ । ଲାଲକିଲ୍ଲାରେ ଆଇଏନଏ ମେମୋରିଆଲ ପ୍ରତିଷ୍ଠା କରାଯାଉ । ଯଦ୍ୱାରା ଦେଶବାସୀ ଆଇଏନଏ ବା ଭାରତୀୟ ଜାତୀୟ ବାହିନୀର ବଳିଦାନକୁ ମନେ ରଖିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.