ଜାତୀୟ ଚାନେଲର ସର୍ଭେରେ ଉତ୍ସାହିତ ବିଜେପି କହିଲା ପୁରୀରୁ ଲଢ଼ି ପାରନ୍ତି ନରେନ୍ଦ୍ର ମୋଦି

Published By : Prameya-News7 Bureau | October 05, 2018 IST

ଭୁବନେଶ୍ୱର ୫/୧୦ : ଜାତୀୟ ନ୍ୟୁଜ ଚାନେଲ ଏବିପି ପକ୍ଷରୁ ୨୦୧୯ ନିର୍ବାଚନର ରୂପ ରେଖ ସମ୍ପର୍କରେ କରାଯାଇଥିବା ସର୍ଭେ ବିଜେପି ସପକ୍ଷରେ ଯାଇଛି | ୫୪୩ ଟି ଲୋକସଭା ଆସନରୁ ବିଜେପିକୁ ୨୭୬ ଟି ଆସନ ମିଳିବ ବୋଲି ସର୍ଭେ କହିଛି | ସେହିଭଳି ରାଜ୍ୟରେ ଥିବା ୨୧ଟି ଲୋକସଭା ଆସନ ଭିତରୁ ବିଜେପି ୧୩ ଟି ବିଜୟୀ ହେବ ସମ୍ଭାବନା ଥିବା ବେଳେ ବିଜେଡି ୬ଟି ଏବଂ କଂଗ୍ରେସ ୨ଟି ରେ ଜିତିବା ସମ୍ଭାବନା ରହିଥିବା ସର୍ଭେ ସୂଚେଇଚି | ସେହିଭଳି ଭୋଟ ସେରିଙ୍ଗ ମଧ୍ୟ ବିଜେପିର ବୃଦ୍ଧି ଘଟିବ ବୋଲି ସର୍ଭେରେ କୁହାଯାଇଛି | ବିଜେପିର ଭୋଟ ସେରିଙ୍ଗ ୩୯.୬ ପ୍ରତିଶତ କୁ ବୃଦ୍ଧି ପାଇବା ବୋଲି ଆକଳନ କରାଯାଇଥିବା ବେଳେ ବିଜେଡି ୩୧.୬ ପ୍ରତିଶତ ଏବଂ କଂଗ୍ରେସ ୨୩.୫ ପ୍ରତିଶତ ଭୋଟ ପାଇବ ବୋଲି କହିଛି | ବିଜେପି ସପକ୍ଷରେ ସର୍ଭେରୁ ମିଳିଥିବା ଗୋଲାପୀ ଚିତ୍ରରେ ରାଜ୍ୟ ବିଜେପି ଉତ୍ସାହିତ ହୋଇପଡିଛି | ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ସର୍ଭେର ଆକଳନ ଠାରୁ ବିଜେପି ଆହୁରି ଅଧିକ ଆସନରେ ବିଜୟୀ ହେବ | କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରୁ ପ୍ରାର୍ଥୀ ହେବା ଅଧିକ ସମ୍ଭାବନା ରହିଛି | ଯଦି ଏହା ହୁଏ ତାହେଲେ ବିଜେପି ସମ୍ପୂର୍ଣ ଆସନ ପୋଛି ନେବ | କାରଣ ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଗ୍ରହଣୀୟତା ଯଥେଷ୍ଟ ବୃଦ୍ଧି ପାଇଛି | ଲଢେଇ ମୋଦି ଓ ନବୀନଙ୍କ ମଧ୍ୟରେ ସିଧାସଳଖ ହେବ | ସୂଚନାଯୋଗ୍ୟ ଯେ, ୨୦୧୪ ଲୋକସଭା ନିର୍ବାଚନରେ ରାଜ୍ୟର ୨୧ଟି ଆସନ ମଧ୍ୟରୁ ବିଜେଡି ୨୦ ଟି ଆସନରେ ବିଜୟୀ ହୋଇଥିଲା | ବିଜେପିକୁ ମାତ୍ର ଗୋଟିଏ ଆସନ ମିଳିଥିଲା | ତେବେ ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କର ସଫଳତା ଯୋଗୁଁ ବିଜେପି ପ୍ରତି ଲୋକଙ୍କର ଆସ୍ଥା ବଢିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି | ସର୍ବୋପରି ରାଜ୍ୟରେ ବିଜେପିର ସଂଗଠନ ମଜବୁତ ହେବ ସହ ସକ୍ରିୟ ହୋଇଛି | ତେଣୁ ବିଜେପିକୁ ଆଶାତୀତ ସଫଳତା ମିଳିବ ବୋଲି ସର୍ଭେରେ ଆକଳନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.