scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭରତପୁର ସଭାରେ ଗେହଲୋଟଙ୍କୁ ଟାର୍ଗେଟ୍ କଲେ ମୋଦି, କହିଲେ – ୩ ଡିସେମ୍ବରରେ କଂଗ୍ରେସ ଛୁ ମନ୍ତର..

18/11/2023 at 9:25 PM

ଭରତପୁର ୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭରତପୁର ଜନସଭାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ କିଛି ଲୋକ ନିଜକୁ ଜାଦୁକର ଭାବୁଛନ୍ତି, ହେଲେ ଏବେ ରାଜସ୍ଥାନ ଜନତା କହୁଛନ୍ତି ଡିସେମ୍ବର ୩ରେ କଂଗ୍ରେସ ଛୁମନ୍ତର। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜସ୍ଥାନରେ ବିଜେପି ଯେଉଁ ସବୁ ପ୍ରତିଶ୍ରୁତି ଦେଇଛି ସେସବୁକୁ ପୁଣ କରିବାକୁ ଆମେ ମନପ୍ରାଣ ଲଗାଇଦେବୁ। ଆପଣଙ୍କୁ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ନିଶ୍ଚିତ ପୂରଣ ହେବ ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କଂଗ୍ରେସ ରାଜସ୍ଥାନକୁ ଭ୍ରଷ୍ଟାଚାର, ଦଙ୍ଗା ଓ ଅପରାଧରେ ଅଗ୍ରଣୀ ରାଜ୍ୟରେ ପରିଣତ କରିଛି। ଏଥିପାଇଁ ରାଜସ୍ଥାନବାସୀ ଏବେ କହୁଛନ୍ତି ଯାଦୁଗର ମହାଶୟ ଏଥର ଭୋଟ ମିଳିବନି। ମୋଦି କହିଛନ୍ତି ଯେ ଯେଉଁଠି ଯେଉଁଠି କଂଗ୍ରେସର ସରକାର ହୋଇଛି ସେଠାରେ ଆତଙ୍କବାଦୀ, ଅପରାଧୀ ଓ ଦଙ୍ଗାକାରୀ ଅନିୟନ୍ତ୍ରିତ ହେଉଛନ୍ତି। କଂଗ୍ରେସ ଲାଗି ତୁଷ୍ଟିକରଣ ହିଁ ସବୁ କିଛି। ଏଥି ପାଇଁ କଂଗ୍ରେସ ଯେ କୌଣସି ସୀମାକୁ ବି ଯାଇପାରେ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସପ୍ତାହକ ପରେ ରାଜସ୍ଥାନ ବିଧାନସଭା ନିମନ୍ତେ ଭୋଟଗ୍ରହଣ ହେବାକୁ ଯାଉଛି। ତେବେ ସବୁଆଡେ ଗୋଟିଏ ଶ୍ୱର ବିଜେପି ସରକାର ଆସୁଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଶାସନରେ ଦଳିତଙ୍କ ବିରୋଧରେ ଅତ୍ୟାଚାରର ନୂଆ ନୂଆ ରେକର୍ଡ ହେଉଛି। କଂଗ୍ରେସ ଏହାର ସ୍ୱଭାବରୁ ହିଁ ଦଳିତ ବିରୋଧୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଭାଷଣରେ ପ୍ରଧାନମନ୍ତ୍ରୀ ବିଜେପିର ନିର୍ବାଚନୀ ଘୋଷଣାପତ୍ରକୁ ପ୍ରଶଂସା କରିଛନ୍ତି। ଏହା ବିଜେପି ପାଇଁ ସଂକଳ୍ପ ପତ୍ର ଓ ସଂକଳ୍ପ ପୂରଣ ପାଇଁ ଆମେ ମନପ୍ରାଣ ଲଗାଇଦେବୁ ବୋଲି କହିଛନ୍ତି। ଏହି ସବୁ ପ୍ରତିଶ୍ରୁତି ପୁରଣ ହେବ ଏହା ମୋଦିର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଜି-୨୦ର ଉଲ୍ଲେଖ ମଧ୍ୟ କରିଥିଲେ। କହିଥିଲେ ଏବେ ସାରା ଦୁନିଆ ଭାରତକୁ ନେତା ମନେ କରୁଛି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୫ ତାରିଖ ଦିନ ରାଜସ୍ଥାନରେ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ହେବ।    

   Related Posts