'ମୋର କିଛି ଶବ୍ଦ ବୋଧହୁଏ ମୋଦୀ ଜୀଙ୍କୁ ପସନ୍ଦ ଲାଗିଲାନି', ଭୋପାଳରୁ ଟିକେଟ୍ କଟିବା ପରେ ଏମିତି କହିଲେ ପ୍ରଜ୍ଞା ଠାକୁର

Published By : Prameya-News7 Bureau | March 03, 2024 IST

ଭୋପାଳ:  ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ପାର୍ଟି ବର୍ତ୍ତମାନ ସାଂସଦ ଥିବା  ୩୪ ଜଣଙ୍କ ଟିକେଟ୍ କାଟିଥିବା ବେଳେ ଏଥିରେ ମଧ୍ୟପ୍ରଦେଶର ଭୋପାଳରୁ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ନାଁ ସାମିଲ। ନିଜର ବିବାଦୀୟ ବୟାନ ପାଇଁ ଠାକୁର ବେଶ ପରିଚିତ । କାହିଁକି ଆପଣଙ୍କର ଟିକେଟ୍ କଟାଗଲା ? ଏହି ପ୍ରଶ୍ନର ଉତ୍ତରରେ ପ୍ରଜ୍ଞା ଠାକୁର କହିଛନ୍ତି, ହୋଇପାରେ ମୁଁ ଏମିତି କିଛି ଶବ୍ଦର ପ୍ରୟୋଗ କଲି ଯାହା ମୋଦୀ ଜୀଙ୍କୁ ସପନ୍ଦ ଲାଗିଲାନି।

ଭୋପାଳ ଆସନରୁ ଦଳ ଆଲୋକ ଶର୍ମାଙ୍କୁ ଟିକେଟ୍ ଦେଇଛି। ପାର୍ଟି ମଧ୍ୟ ପ୍ରଦେଶର ୨୯ ସିଟରୁ ୨୪ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟର ଦୁଇ ସାଂସଦ ଭୋପାଳରୁ ପ୍ରଜ୍ଞା ଠାକୁର ଓ ଗୁନାରୁ କେପି ଶର୍ମାଙ୍କ ଟିକେଟ୍ କଟାଯାଇଛି। ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳ ଟିକେଟ୍ ଦେଇଛି।

wp:heading {"level":4}

Also read- ବାରଣାସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ, ବିଜେପିର ୧୯୫ ଜଣିଆ ତାଲିକାରେ ୩୪ କେନ୍ଦ୍ର ମନ୍ତ୍ରୀ

/wp:heading

ପ୍ରଜ୍ଞା ଠାକୁର କହିଛନ୍ତି, ଏହା ସଂଗଠନର ନିର୍ଣ୍ଣୟ। ଏଥିରେ ଚିନ୍ତା କରିବା ଉଚିତ୍ ନୁହେଁ ଯେ କାହିଁକି ଟିକେଟ୍ କଟାଗଲା। ମୁଁ ପୂର୍ବରୁ ମଧ୍ୟ ଟିକେଟ୍ ମାଗି ନ ଥିଲି ଏବଂ ଏବେ ବି ମାଗୁନାହିଁ। ଉଲ୍ଲେଖନୀୟ  ଦିନ ଥିଲା ପ୍ରଜ୍ଞା ଠାକୁରଙ୍କ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଅସନ୍ତୁଷ୍ଟ ଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ଼ସେଙ୍କୁ ପ୍ରକୃତ ଦେଶଭକ୍ତ ବୋଲି କହିଥିଲେ। ଏହାକୁ ନେଇ ମୋଦୀ କହିଥିଲେ ଯେ, ପ୍ରଜ୍ଞାଙ୍କୁ କେବେ ସେ କ୍ଷମା କରିବେ ନାହିଁ। ମୋଦୀ କହିଥିଲେ, ଗୋଡସେକୁ ନେଇ ଦେଇଥିବା ବୟାନରେ ପ୍ରଜ୍ଞା ଠାକୁର କ୍ଷମା ତ ମାଗି ନେଲେ, ହେଲେ ମହାତ୍ମା ଗାନ୍ଧୀଙ୍କ ଅପମାନ ପାଇଁ ସେ ତାଙ୍କୁ କେବେ କ୍ଷମା କରିବେ ନାହିଁ।

ଭୋପାଳରୁ ବିଜେପିର ବର୍ତ୍ତମାନ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି, ହୋଇପାରେ ମୋର କିଛି ଶବ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ ଆସିନାହିଁ। ପ୍ରଧାନମନ୍ତ୍ରୀ ମୋତେ କେବେ କ୍ଷମା କରିବେ ନାହିଁ ମାତ୍ର ମୁଁ କ୍ଷମା ମାଗି ସାରିଛି। ମୋର ସତ୍ୟ ବଚନ ବିରୋଧୀ ଓ କଂଗ୍ରେସ ଲୋକଙ୍କୁ ବହୁତ ବାଧିଥାଏ। ମୋର ବୟାନକୁ ଢାଲ କରି ମୋଦୀ ଜୀଙ୍କୁ ବିରୋଧୀ ଟାର୍ଗେଟ୍ କରୁଥିଲେ।

ଗୋଡସେକୁ ନେଇ ଦେଇଥିବା ବୟାନକୁ ସଠିକ୍ ଦର୍ଶାଇଛନ୍ତି ପ୍ରଜ୍ଞା ଠାକୁର। ସେ କହିଛନ୍ତି ମୁଁ ସତ କହିଲି ମାତ୍ର ଗଣମାଧ୍ୟମ ଏହାକୁ ବିବାଦୀୟ ବୟାନରେ ପରିଣତ କରି ଦେଲା। ଟିକେଟ୍ ନ ମିଳିବାରୁ ପାର୍ଟି ଛାଡ଼ିବା ଉପରେ ବିଚାର କରୁଥିବା ପ୍ରଶ୍ନ ଉପରେ ସେ କହିଛନ୍ତି, ମୋର ପାର୍ଟି ଛାଡ଼ିବାର କୌଣସି ବିଚାର ନାହିଁ। ଦଳ ଯେଉଁ ଦାୟିତ୍ଵ ଦେବ ତାହା ପାଳନ କରିବି। ଯେଉଁଠି ଦଳ ମୋର ସହାୟତା ଲୋଡ଼ିବ ସେଠି ଉପସ୍ଥିତ ରହିବି ବୋଲି ପ୍ରଜ୍ଞା ଠାକୁର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.