Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ମୋଦୀ ଜୀ ଏହାର ଶ୍ରେୟ ନିଅନ୍ତୁ ନାହିଁ, RRR ଏବଂ ଏଲିଫ୍ୟାଣ୍ଟ ହ୍ଵିସପର୍ସର ଓସ୍କାର ବିଜୟ ପରେ ଖଡଗେଙ୍କ ତାର୍ତ୍ସଲ୍ୟ

14/03/2023 at 6:24 PM

ନୂଆଦିଲ୍ଲୀ: ଦୁଇ ଭାରତୀୟ ଚଳଚ୍ଚିତ୍ର ଆରଆରଆର ଏବଂ ଦ ଏଲିଫ୍ୟାଣ୍ଡ ହ୍ଵିସପର୍ସ ନିଜ ନିଜର ବର୍ଗରେ ଓସ୍କାର ଆଓ୍ଵାର୍ଡ ଜିତି ଇତିହାସ ରଚିଛନ୍ତି। ଏହି ଦୁଇ ଚଳଚ୍ଚିତ୍ରର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟସଭା ସାଂସଦ ତଥା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏହା ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାର୍ତ୍ସଲ୍ୟ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ଦୁଇ ସିନେମାର ସଫଳତାକୁ ନେଇ ମୋଦୀଙ୍କୁ ଶ୍ରେୟ ନେବା ଉଚିତ୍ ନୁହେଁ।  ଖଡଗେ କହିଛନ୍ତି ଆରଆରଆର ଏକ ତେଲୁଗୁ ପ୍ରଡକ୍ସନ ଏବଂ ଦ ଏଲିଫ୍ୟାଣ୍ଟ ହ୍ଵିସପର୍ସ ତାମିଲ ସିନେମା।

ଖଡଗେଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ରାଜ୍ୟସଭାରେ ଆରଆରଆର ଫିଲ୍ମର କାହାଣୀ ଲେଖକ ବିଜୟେନ୍ଦ୍ର ପ୍ରସାଦଙ୍କୁ ନେଇ କିଛି ତଥ୍ୟ ରଖିଥିଲେ। ପୀୟୂଷ ଗୋୟଲ କହିଥିଲେ ଯେ, ବିଜୟେନ୍ଦ୍ର ପ୍ରସାଦଙ୍କୁ ମୋଦୀ ସରକାର ସଂସଦରେ ମନୋନୀତ କରିଥିଲେ।ଏବେ ତାଙ୍କର ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବିରୋଧୀ ସଦସ୍ୟ। ଖଡଗେ କହିଛନ୍ତି, ଦୁଇ ସିନେମାକୁ ନେଇ କ୍ଷମତାସୀନ ବିଜେପିରେ ଶ୍ରେୟ ନେବାର ପ୍ରତିଯୋଗିତା ହେବା ଉଚିତ୍ ନୁହେଁ। ଏହାର ଶ୍ରେୟ ନେବା ଉଚିତ୍ ନୁହେଁ ଯେ, ବିଜେପି ଏହାର ନିର୍ଦ୍ଦେଶନା ଦେଇଛି, ବିଜେପି କବିତା ଲେଖିଛି, ଆଉ ମୋଦୀ ଜୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ମୋର କେବଳ ଏତିକି ଅନୁରୋଧ ଯେ, ଏହି ଲୋକଙ୍କୁ ଏମିତି କରିବା ଉଚିତ୍ ନୁହେଁ। ଏଥିରେ ପୂରା ଦେଶର ଯୋଗଦାନ ରହିଛି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଏହା ଏକଜୁଟ୍ ହୋଇ ଖୁସି ମନାଇବାର ସମୟ। ଯେଉଁଭଳି ଭାବେ ପୀୟୂଷ ଗୋୟଲ ବୟାନ ଦେଲେ ତାହା ସଙ୍କୁଚିତ ମାନସିକତାକୁ ଦର୍ଶାଉଛି। ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ ମଧ୍ୟ ଦୁଇ ସିନେମାର ସଫଳତାକୁ ନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ସିନେମା ଆରଆରଆରର ନାଟୁ ନାଟୁ ଗୀତ ଶ୍ରେଷ୍ଠ ମୌଳିକ ସଙ୍ଗୀତ ଭାବେ ଓସ୍କାର ଆଓ୍ଵାର୍ଡ ଜିତିଥିବା ବେଳେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସିନେମା ଭାବେ ଦ ଏଲିଫେଣ୍ଟ ହ୍ଵିସପର୍ସକୁ ଓସ୍କାର ଆଓ୍ଵାର୍ଡ ମିଳିଛି। ଦୁଇ ଚଳଚ୍ଚିତ୍ରର ସଫଳତାକୁ ନେଇ ସମଗ୍ର ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଛି।

   Related Posts