Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୋଦୀ ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତା: ବିଜୟପାଲ ସିଂ ତୋମାର

9/06/2023 at 7:30 PM

କେନ୍ଦୁଝର: ଆଜକୁ ୯ ବର୍ଷ ତଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ସମୟରେ ସରକାର ଦେଶର ଗରିବ, ପଛୁଆ, କୃଷକଙ୍କ ବିକାଶ ଦିଗରେ ସର୍ବାଧିକ ଗୁରୁତ୍ୱ ଦେବ ବୋଲି କହିଥିଲେ। ଠିକ୍ ୯ ବର୍ଷରେ ଆଜି ତାହା ପ୍ରମାଣିତ ହେବା ସହ ସେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଲୋକପ୍ରିୟ ନେତା ହୋଇପାରିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁଶାସନର ୯ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝର ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟସଭା ସାଂସଦ ତଥା ଓଡ଼ିଶା ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଏହା କହିଛନ୍ତି।

ସେ କହିଛନ୍ତି ଗରିବଙ୍କ ପାଇଁ ରାସନ, ଗୃହ, ଶୌଚାଳୟ, ବିଦ୍ୟୁତ୍‌‌, ରନ୍ଧନ ଗ୍ୟାସ, ସ୍ୱାସ୍ଥ୍ୟ ଆଦିକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଥମିକତା ଦେଇ ଆସିଥିବା ୯ବର୍ଷ ଶାସନକାଳରେ ତାହା ପ୍ରମାଶରିତ କରିଛନ୍ତି। କରୋନା ମହାମାରୀର ଦୃଢ଼ ମୁକାବିଲା କରି ଦେଶର ୮୦ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ମାଗଣା ଟିକା ପ୍ରଦାନ ସହ ୧୧୦ ଦେଶକୁ ଟିକା ରପ୍ତାନୀ କରି ଭାରତ ଦକ୍ଷତା ପ୍ରତିପାଦନ କରିପାରିଛି। କେବଳ ଏତିକି ନୁହେଁ ମହାମାରୀ କରୋନା ସମୟରେ ଦିବ୍ୟାଙ୍ଗ, ମହିଳା ଓ କୃଷକଙ୍କ ପାଇଁ ମୋଦୀ ସରକାର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରି କଠିନ ସମୟରେ ସାଥ୍‌‌ ଦେଇଥିବା ତୋମାର କହିଥିଲେ।

ଏ ଖବର ପଢନ୍ତୁ- ମନ୍ତ୍ରିମଣ୍ଡଳରୁ ବିଦା ହେବା ପରେ ରୋହିତଙ୍କ ପ୍ରତିକ୍ରିୟା, କହିଲେ- ମନ୍ତ୍ରୀ ପଦ ଯିବା ନେଇ ମନରେ ଦୁଃଖ ନାହିଁ

   Related Posts