୪୦ ବର୍ଷ ପରେ ପ୍ରଥମ ଥର ପାଇଁ କୁଏତ ଯିବେ ମୋଦି, ନିବେଶକଙ୍କୁ ଆକୃଷ୍ଟ କରିବା ସହ ପ୍ରତିରକ୍ଷା କ୍ଷେତ୍ରରେ ବଢିବ ସହଯୋଗ

Published By : Prameya-News7 Bureau | December 15, 2021 IST

ନୂଆଦିଲ୍ଲୀ ୧୫/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ ଶୀଘ୍ର କୁଏତ ଗସ୍ତ କରିବେ । ବିଶେଷ କଥା ହେଉଛି ଗତ ୪୦ ବର୍ଷ ମଧ୍ୟରେ କୁଏତ ଗସ୍ତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। କୁହାଯାଉଛି ଯେ କୁଏତ ଗସ୍ତ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ପଶ୍ଚିମ ଏସିଆର ଦେଶ ସହ ସମ୍ପର୍କକୁ ମଜବୁତ କରିବା । ସୂଚନା ଥାଫକି କୁଏତ ତୈଳ କ୍ଷେତ୍ରରେ ଏକ ସମୃଦ୍ଧ ଦେଶ ଅଟେ ।

ଏହା ମଧ୍ୟ ଭାରତରେ ତୈଳ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରେ । କୁହାଯାଉଛି ଯେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି କୁଏତ ନିବେଶକମାନଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିପାରନ୍ତି । ଏହା ବ୍ୟତୀତ କୁଏତ ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରାଯିବ । କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଜାନୁଆରୀ ପ୍ରଥମ ସପ୍ତାହରେ ପିଏମ ମୋଦି କୁଏତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପୂର୍ବରୁ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଅନ୍ୟ ୫ଟି ଗଲ୍ଫ ଦେଶ ଗସ୍ତ କରିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ କୁଏତ ଯାଇପାରିନଥିଲେ । ବାସ୍ତବରେ କୁଏତରେ ପ୍ରାୟ ୧ ନିୟୁତ ଭାରତୀୟ ଅଛନ୍ତି । ଏହି ଗସ୍ତ ସମୟରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଉଦ୍ୟମ କରାଯିବ । କୁଏତ ସହିତ ଭାରତର ସମ୍ପର୍କ ଘନିଷ୍ଠ ରହିଛି । ଯେତେବେଳେ ଭାରତ କରୋନାର ଦ୍ୱିତୀୟ ଲହର ସହିତ ଲଢୁଥିଲା ।

ସେତେବେଳେ କୁଏତ ବହୁ ସଂଖ୍ୟକ ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପକରଣ ପଠାଇ ଭାରତକୁ ସାହାଯ୍ୟ କରିଥିଲା । କେବଳ ଏତିକି ନୁହେଁ, କୁଏତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ପାଇଁ କୁଏତର ଅମିର ଶେଖ ନୱାଫ ଅଲ-ଅହମ୍ମଦଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ଚିଠି ନିଜେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନେଇ ସେଠାରେ ପହଞ୍ଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.