suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଲୋକସଭା ନିର୍ବାଚନ ପୂର୍ବରୁ ବିକାଶର ବ୍ଲୁ-ପ୍ରିଣ୍ଟ, ରବିବାର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ହାଇଓ୍ବେର ରାଜସ୍ଥାନ ଅଂଶ ଉଦଘାଟନ

11/02/2023 at 10:48 AM

ମୁମ୍ବାଇ: ଲୋକସଭା ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍ । ବିକାଶରେ ଅନ୍ତମ ରୂପ ଦେଉଛନ୍ତି କେନ୍ଦ୍ର ସରକାର । ଇନଫ୍ରାଷ୍ଟ୍ରକଚର ଉପରେ ବିଶେଷ ଧ୍ୟାନ ଦେଇ ଏକ୍ସପ୍ରେସ୍ ହାଇଓ୍ବେ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛନ୍ତି । ଦେଶର ପ୍ରମୁଖ ସହରକୁ ଏହାରି ମାଧ୍ୟମରେ ଯୋଡିବା ସହିତ ଦୂରତା ମଧ୍ୟ ହ୍ରାସ ପାଉଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ହାଇଓ୍ବେ ନିର୍ମାଣ ଦ୍ରୁତ ଗତିରେ ଚାଲିଛି । ଏହାର ରାଜସ୍ଥାନ ଅଂଶ ଶେଷ ହୋଇଥିବା ବେଳେ ଏହାକୁ ଉଦଘାଟନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରବିବାର ପ୍ରଧାନମନ୍ତ୍ରୀ ଏହି ଏକ୍ସପ୍ରେସ୍ ହାଇଓ୍ବେର ଶୁଭ ଉଦଘାଟନ କରିବେ। ୧୩୮୬ କିଲୋମିଟର ଏହି ସ୍ବତନ୍ତ୍ର ଜାତୀୟ ରାଜପଥ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇକୁ ଯୋଡିବ । ଏହା ଦ୍ବାରା ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ମାତ୍ର ୧୨ ଘଣ୍ଟାରେ ଶେଷ ହେବ । ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇଓ୍ବେର ରାଜସ୍ଥାନରେ ଆସୁଥିବା ଅଂଶ, ସୋହନା-ଦୋସା ରାସ୍ତାକୁ ନୀଳ ପତାକା ଦେଖାଇବେ । ଏହି ରାସ୍ତା ସାଧାରଣ ଲୋକଙ୍କ ପାଇଁ ଖୋଲିବା ପରେ ଦିଲ୍ଲୀରୁ ଜୟପୁର ୨ଘଣ୍ଟା ମଧ୍ୟରେ ଯାତ୍ରା ଶେଷ ହେବ ।

ଦିଲ୍ଲୀ-ମୁମ୍ବାଇ ୪ ଲଇନ୍ ବିଶିଷ୍ଟ ଏକ୍ସପ୍ରେସ୍ ହାଇଓ୍ବେର ଭବିଷ୍ୟତ ୮ ଲାଇନ୍ ହେବା ନେଇ ଲକ୍ଷ୍ୟ ରହିଛି ।

ଏହି ଏକ୍ସପ୍ରେସ୍ ହାଇଓ୍ବେ ୫ଟି ରାଜ୍ୟ ଦେଇ ଯାଉଛି । ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ର ଦେଇ ଅତିକ୍ରମ କରିବ । ଏହାର ନିର୍ମାଣ ପାଇଁ ସମସ୍ତ ୫ରାଜ୍ୟ ୧୫ ହଜାର ହେକ୍ଟର ଜମି ଯୋଗାଇ ଦେଇଛନ୍ତି ।

ଏକ୍ସପ୍ରେସ୍ ହାଇଓ୍ବେ ଯାତ୍ରାକୁ ଆନନ୍ଦ ଦାୟକ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ୯୪ଟି ସ୍ଥାନରେ ବିଭିନ୍ନ ସୁବିଧା ବ୍ୟବସ୍ଥା କରାଯାଇଛି ।

ଏକ୍ସପ୍ରେସ୍ ହାଇଓ୍ବେରେ ୪୦ରୁ ଅଧିକ ପ୍ରମୁଖ ଇଣ୍ଟରଜେଣ୍ଟ ରହିବ । ଯାହା କୋଟା, ଇନ୍ଦୋର, ଜୟପୁର, ଭୋପାଲ, ଭୋଦଦରା ଏବଂ ସୁରଟ ପର୍ଯ୍ୟନ୍ତ କନେକ୍ଟଭିଟି ରହିବ ।

ଏହି ପରିଯୋଜନାରେ ସୋହନାରୁ ଦୋସା ପର୍ଯ୍ୟନ୍ତ ୨୪୬ କିଲୋମିଟର ରାସ୍ତା ମଙ୍ଗଳବାର ସାଧାରଣ ଲୋକଙ୍କ ପାଇଁ ଖୋଲିଯିବ ।

୨୦୧୮ରେ ଏହି ପ୍ରୋଜେକ୍ଟ ପାଇଁ ପ୍ରାରମ୍ଭିକ ବଜେଟ୍ ୮୦ହଜାର କୋଟି ଟଙ୍କା ଆକଳନ କରାଯାଇଛି । ଏହି ଯୋଜନା ମାଧ୍ୟମରେ ୧୦କୋଟି ମାନବ ଦିବସ ସୃଷ୍ଟି ହେବା ନେଇ ଅନୁମାନ କରାଯାଇଛି ।

ଏକ୍ସପ୍ରେସ୍ ହାଇଓ୍ବେ ଯାତ୍ରା କଲେ ପ୍ରାୟ ୧୮୦ କିଲୋମିଟର ରାସ୍ତା କମିବ । ୧୪୨୪ କିଲୋମିଟର ରାସ୍ତା ଯାତ୍ରା କରିବା ବଦଳରେ ୧୨୪୨ କିଲୋମିଟର ଯାତ୍ରା କରିବାକୁ ପଡ଼ିବ ।

ଏକ୍ସପ୍ରେସ୍ ହାଇଓ୍ବେରେ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ଚାର୍ଚ୍ଚ ପଏଣ୍ଟ, ହେଲିପ୍ୟାଡ, ଟ୍ରାମା କେୟାର ସେଣ୍ଟର ସୁବିଧା ରହିବ । ଲୋକସଭା ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ରାସ୍ତାକୁ ନିର୍ମାଣ ଶେଷ କରିବାକୁ ଉଦ୍ୟମ ଚଳାଇଛନ୍ତି କେନ୍ଦ୍ର ସରକାର ।

   Related Posts