ବାହାରିନ୍‌ରେ କହିଲେ ମୋଦୀ – ମୋର ବନ୍ଧୁ ଅରୁଣ ଚାଲିଗଲେ

Published By : Prameya-News7 Bureau | August 24, 2019 IST

ମନାମା- ବାହାରିନ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମୁଦାୟ ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ବାହାରିନ୍‌ର ବିକାଶରେ ସେମାନଙ୍କର ବଡ ଅବଦାନ  ରହିଛି  ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ସେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଦେଶରେ ଜନ୍ମାଷ୍ଟମୀର ଉତ୍ସବ ଓ ସେ ବାହାରିନରେ ସମ୍ବୋଧନ କରୁଥିଲେ ମଧ୍ୟ ଗଭୀର ଶୋକରେ ଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ  କହିଛନ୍ତି ।

ଯେଉଁ ବନ୍ଧୁଙ୍କ ସହ ସାର୍ବଜନୀନ ଯାତ୍ରା କରିଥିଲେ , ଏକାଠି ହୋଇ ଆଗକୁ ବଢିଥିଲେ ସବୁ ସମୟରେ ଜଣେ ଆଉଜଣଙ୍କ ସହ ଭେଟ ହୋଇଥିଲେ, ସେହି ବନ୍ଧୁ ଆରପାରିକୁ ଚାଲିଗଲେ ବୋଲି ମୋଦୀ କହିଛନ୍ତି । ସେ ଏ କଥା କଳ୍ପନା କରିପାରୁ ନାହାନ୍ତି ବୋଲି ସମ୍ବୋଧନ କରିବା ସମୟରେ  କହିଛନ୍ତି ।

ଏହି ଅବସରରେ ସେ ସୁଷମା ସ୍ୱରାଜଙ୍କୁ ବି ସ୍ମରଣ କରିଛନ୍ତି ।କିଛି ଦିନ ପୂର୍ବରୁ ଭଉଣୀ ସୁଷମା ସ୍ୱରାଜ ବି ଆମକୁ ଛାଡି ଚାଲିଯାଇଛନ୍ତି। ଅରୁଣ ଜେଟଲୀବି  ଚାଲିଯିବାରୁ ତାଙ୍କୁ ବହୁତ ଦୁଃଖ ଲାଗୁଛି । ହେଲେ କର୍ତ୍ତବ୍ୟ  ଭାବ ଓ ଅନ୍ୟପଟେ ଭାବନା । ଏହି ବାହାରିନ୍‌ ମାଟିରୁ ସେ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ବୋଲି କହିଥିଲେ ।

ଏହାପୂର୍ବରୁ ସେ ବାହାରିନ୍‌ର ଶାସନ ମୁଖ୍ୟ  ଖଲିଫା ବିନ୍‌ ସଲମନ୍‌ ଅଲ ଖଲିଫାଙ୍କୁ ଭେଟିଥିଲେ ।

wp:core-embed/twitter {"url":"https://twitter.com/narendramodi/status/1165287377616531458","type":"rich","providerNameSlug":"twitter","className":""}
https://twitter.com/narendramodi/status/1165287377616531458
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.