Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଏବେ ମହିଳା କର୍ମଚାରୀଙ୍କୁ ନାଇଟ୍ ଡ୍ୟୁଟି ଦେବା ପୂର୍ବରୁ ନେବାକୁ ହେବ ଅନୁମତି, ଜାଣନ୍ତୁ ମୋଦି ସରକାରଙ୍କ ବିଧେୟକରେ କ’ଣ ରହିଛି ପ୍ରାବଧାନ

26/07/2019 at 4:58 PM

ନୂଆଦିଲ୍ଲୀ: ସଂସଦରେ ଜୁଲାଇ ୨୩ ତାରିଖ ଦିନ ମୋଦି ସରକାର ‘ଦି ଅକ୍ୟୁପେସନାଲ ସେଫ୍ଟି, ହେଲଥ ଏଣ୍ଡ  ୱାର୍କିଂ କଣ୍ଡିସନସ କୋଡ-୨୦୧୯’ ବିଧେୟକ ଉପସ୍ଥାପିତ କରିଛନ୍ତି।ଯେଉଁଥିରେ ପ୍ରଚଳିତ ବ୍ୟବସ୍ଥାରେ ସରକାର ଅନେକ ପରିବର୍ତ୍ତନର ପ୍ରାବଧାନ ରଖିଥିବା ଜଣାପଡିଛି। ବିଧେୟକଟି ଗୃହୀତ ହେଲେ ଏଣିକି ନିଯୁକ୍ତି ଦାତାମାନେ ନିଜ ମନଇଛା ମହିଳା କର୍ମଚାରୀଙ୍କ ଡ୍ୟୁଟି ସିଡ୍ୟୁଲ କରିପାରିବେ ନାହିଁ। ଯଦି ମହିଳା କର୍ମଚାରୀଙ୍କୁ ନାଇଟ୍ ଡ୍ୟୁଟି ଦେବାକୁ ପଡୁଥାଏ ତେବେ ଏଥିପାଇଁ ତାଙ୍କର ସହମତି ନେବାକୁ ହେବ।

କାର୍ଯ୍ୟସ୍ଥଳରେ ମହିଳା ଓ ଅନ୍ୟ କର୍ମଚାରୀଙ୍କ ସ୍ବାର୍ଥକୁ ନେଇ ଦୀର୍ଘ ସମୟରୁ ହୋଇ ଆସୁଥିବା ଦାବିକୁ ଏହି ବିଧେୟକରେ ଗୁରୁତ୍ବ ଦିଆଯାଇଛି। ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପ୍ରସ୍ତୁତ କରିଥିବା ବିଧେୟକକୁ ସନ୍ତୋଷ ଗଙ୍ଗୱାର ଲୋକସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ ମହିଳା କର୍ମଚାରୀଙ୍କୁ ନେଇ ପ୍ରଚଳିତ ନୀତି ଓ ନିୟମରେ ଅନେକ ପରିବର୍ତ୍ତନ ହୋଇଛି। ସକାଳ ୬ ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ସିଫ୍ଟ ନିମନ୍ତେ ବସ୍ ଙ୍କୁ ପ୍ରଥମେ ସେମାନଙ୍କ ଅନୁମତି ନେବାକୁ ହେବ। କେବଳ ସେତିକି ନୁହେଁ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଦାୟିତ୍ବ ମଧ୍ୟ ସଂସ୍ଥା ଗ୍ରହଣ କରିବେ।

ସେହିପରି କୌଣସି କର୍ମଚାରୀ ସପ୍ତାହରେ ୬ ଦିନରୁ ଅଧିକ କାର୍ଯ୍ୟ କରିପାରିବେ ନାହିଁ। କେବଳ ପରିବହନ କର୍ମଚାରୀଙ୍କୁ ଛାଡି ଦେଲେ ଅନ୍ୟ କର୍ମଚାରୀ ପ୍ରତି ୨୦ ଦିନରେ ସବେତନ ଗୋଟିଏ  ଛୁଟି ଓ ପ୍ରତି ୧୮ ଦିନରେ ଗୋଟିଏ ମେଡିକାଲ ଲିଭ ନେଇ ପାରିବେ। ତେବେ ମେଡିକାଲ ଲିଭରେ ଥିବା ବେଳେ କର୍ମଚାରୀଙ୍କୁ ବେତନର ଅଧା ପ୍ରଦାନ କରାଯିବ। ସେହିପରି କର୍ମଚାରୀଙ୍କ ପାଇଁ କାର୍ଯ୍ୟ ଘଣ୍ଟା ଅନୁସାରେ କାର୍ଯ୍ୟ କରିବା ଅନିବାର୍ଯ୍ୟ। ଯଦି କାର୍ଯ୍ୟ ଘଣ୍ଟା ପରେ କର୍ମଚାରୀଙ୍କୁ ଓଭର ଟାଇମ୍ କରାଯାଉଥାଏ ତେବେ ଏ କ୍ଷେତ୍ରରେ ଓଭରଟାଇମ ଦୈନିକ ବେତନର ୨ ଗୁଣ ହେବ। ଏହା ଛଡା କାର୍ଯ୍ୟସ୍ଥଳରେ ମୁକ୍ତ ବାୟୁ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଓ ଉପଯୁକ୍ତ ତାପମାତ୍ରା ନିୟନ୍ତ୍ରଣ ନିମନ୍ତେ ସଂସ୍ଥା ଧ୍ୟାନ ଦେବେ।  

   Related Posts