ଆଖୁଚାଷୀଙ୍କୁ ମୋଦୀ ସରକାରଙ୍କ ଉପହାର; କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବଢ଼ିଲା ଏଫଆର୍‌ପି ମୂଲ୍ୟ

Published By : Prameya-News7 Bureau | June 28, 2023 IST

ନୂଆଦିଲ୍ଲୀ ୨୮/୦୬: ମୋଦୀ ସରକାରଙ୍କ ଆଖୁ ଚାଷୀଙ୍କ ବଡ଼ ଉପହାର। ଖରିପ ଫସଲର ଏମଏସପି ପରେ ଏବେ ଆଖୁର ଏଫଆରପି ବୃଦ୍ଧି କଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ମୋଦୀ ସରକାର ଆସନ୍ତା ଋତୁ ପାଇଁ ଆଖୁର ଉଚିତ ଓ ଲାଭକାରୀ ମୂଲ୍ୟ (ଏଫ୍‌ଆରପି) ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ର ଆର୍ଥିକ କମିଟି ୨୦୨୩-୨୪ ପାଇଁ ଆଖୁର ଏଫଆର୍‌ପି କୁଇଣ୍ଟାଲ ପିଛା ୧୦ ଟଙ୍କା ବଢ଼ିବ ବୋଲି ଘୋଷଣା କରିଛି। ଏବେ ଆଖୁର ନୂଆ ଏଫଆରପି ମୂଲ୍ୟ କୁଇଣ୍ଟାଲ ପିଛା ୩୧୫ ଟଙ୍କା ହୋଇଯାଇଛି।

କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଆଖୁ ଚାଷୀଙ୍କ ପାଇଁ ମୋଦୀ ସରକାର ଏଫଆରପି ମୂଲ୍ୟ କ୍ୱିଣ୍ଟାଲ ପିଛା ୧୦ ଟଙ୍କା ବଢ଼ାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସୂଚନା ଥାଉକି, ଆଖୁ ଉପରେ ଏଫଆର୍‌ପି ବା ଉଚିତ ଏବଂ ଲାଭକାରୀ ମୂଲ୍ୟ ସ୍ଥିର କରି ସରକାର ଆଖୁ ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଏକ ସୁନିଶ୍ଚିତ ପରିଣାମ ଦିଅନ୍ତି।

ମୋଦୀ ସରକାରଙ୍କ ଆଖୁର ଏଫଆରପି ମୂଲ୍ୟ ବଢ଼ାଇବାର ନିଷ୍ପତ୍ତି ଦ୍ୱାରା ଏବେ ୫ କୋଟି ଆଖୁ ଚାଷୀ ଉପକୃତ ହେବେ। ଏହା ସହିତ ଆଖୁରୁ ସହିତ ଯଡ଼ିତ ବିଭିନ୍ନ କାର୍ଯ୍ୟକଳାପରେ ଯଡ଼ିତ କାମ କରୁଥିବା ୫ଲକ୍ଷ କର୍ମଚାରୀ ମଧ୍ୟ ଲାଭବାନ ହେବେ। ସୂଚନା ଅନୁସାରେ, ମୋଦୀ ସରକାର ୨୦୧୪-୧୫ରେ ଯେତେବେଳେ କ୍ଷମତାକୁ ଆସିଥିଲେ ସେତେବେଳେ ଆଖୁର ଏଫଆର୍‌ପି ମୂଲ୍ୟ କ୍ୱିଣ୍ଟାଲ ପିଛା ୨୨୦ ଟଙ୍କା ବଢ଼ାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.