ନୂଆଦିଲ୍ଲୀ ୧୫/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ ଓ ସିସିଇଏ ଅର୍ଥାତ ଆର୍ଥିକ ମାମଲାର ସମିତି ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି।
୧. ରାଷ୍ଟ୍ରୀୟ ଶିକ୍ଷା ନୀତି - କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ଦିନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ନୂଆ ଟିଚିଙ୍ଗ-ଲର୍ଣ୍ଣିଙ୍ଗ ଆଣ୍ଡ ରେଜଲ୍ଟ ଫର ଷ୍ଟେଟସ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦିଆଯାଇଥିଲା। ଏହାକୁ ୬ ରାଜ୍ୟରେ ବିଶ୍ବବ୍ୟାଙ୍କ ସାହାଯ୍ୟରେ ଚଳାଯିବ। ଏହି ୬ ରାଜ୍ୟ ହେଲା ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, କେରଳ ଓ ଓଡିଶା। ଏହି କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରୀୟ ଶିକ୍ଷା ନୀତି ପାଇଁ ୫ ହଜାର ୭୧୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟମାନଙ୍କ ମଧ୍ୟରେ ସହଯୋଗ ବଢିବ, ଶିକ୍ଷକମାନଙ୍କ ପ୍ରଶିକ୍ଷଣ ହେବ ଏବଂ ପରୀକ୍ଷାରେ ସୁଧାର ହେବା ସହ ଅନ୍ତରାଷ୍ଟ୍ରୀୟ ପ୍ରତିସ୍ପର୍ଦ୍ଧାରେ ଭାରତ ପ୍ରସ୍ତୁତିର ସହ ଅଂଶଗ୍ରହଣ କରିପାରିବ।
{"id":344717,"sizeSlug":"large"}
୨. ଶସ୍ତା ପେଟ୍ରୋଲ ଉପଲବ୍ଧ କରାଯିବ - ବୁଧବାର ଦିନ ଭାରତ ସରକାର ଶସ୍ତା ମୂଲ୍ୟରେ ତୈଳ ଭଣ୍ଡାରରେ ଖର୍ଚ୍ଚ ହେବାକୁଥିବା ୩ ହଜାର ୮୭୪ କୋଟି ଟଙ୍କାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଦେଶରେ ଅଶୋଧିତ ତୈଳ ଭଣ୍ଡାର ବଢାଇବା ଦ୍ୱାରା ଏହାର ସିଧା ପ୍ରଭାବ ପେଟ୍ରୋଲ ଓ ଡିଜେଲ ଦାମ ଉପରେ ପଡିବ। ଯଦି ଅଶୋଧିତ ତୈଳ ଶସ୍ତା ହୁଏ ତାହେଲେ ଦେଶରେ ପେଟ୍ରୋଲ ଡିଜେଲ ଦାମ ମଧ୍ୟ ହ୍ରାସ ପାଇବ। ଯାହାଫଳରେ ସାଧାରଣ ଜନତାଙ୍କୁ ଲାଭ ମିଳିବ। ପ୍ରକାଶ ଜାବଡେକର କହିଥିଲେ ଯେ ଭାରତରେ ରଣନୀତିକ ଭଣ୍ଡାରରେ ରଖାଯାଇଥିବା ତୈଳ ବ୍ୟବସାୟ କରିବାକୁ ଆବୁ ଧାବି ନ୍ୟାସନାଲ ଅଏଲ କମ୍ପାନୀକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି। ସେ କହିଥିଲେ ଯେ ଦେଶରେ ଆକସ୍ମିକ ସମୟ ପାଇଁ ତିନିଟି ସ୍ଥାନରେ ଭୂମିଗତ ତୈଳ ଭଣ୍ଡାର ସୁବିଧା ବିକଶିତ କରାଯାଇଛି।
{"id":344718,"sizeSlug":"large"}
୩. ଜାମ୍ମୁ କାଶ୍ମୀର ଓ ଲଦାଖକୁ ବିଶେଷ ପ୍ୟାକେଜ - ପ୍ରକାଶ ଜାବଡେକର କହିଥିଲେ ଯେ, କ୍ୟାବିନେଟ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ-କାଶ୍ମୀର ଓ ଲଦାଖ ପାଇଁ ରାଷ୍ଟ୍ରୀୟ ଗ୍ରାମୀଣ ଅଜୀଵିକା ଅଭିଯାନ ଦିନଦୟାଲ ଅନ୍ତୋଦୟ ଯୋଜନା ଅନୁସାରେ ୫୨୯ କୋଟି ଟଙ୍କାର ବିଶେଷ ପ୍ୟାକେଜକୁ ମଞ୍ଜୁରୀ ଦିଆଯାଇଛି। ଦେଶର ସମସ୍ତ ଗ୍ରାମୀଣ ଅଞ୍ଚଳରେ ଦିନଦୟାଲ ଅନ୍ତୋଦୟ ରାଷ୍ଟ୍ରୀୟ ଅଜୀଵିକା ମିଶନ ଯୋଜନା ଚାଲୁଛି। ଗ୍ରାମୀଣ କାଶ୍ମୀର, ଲଦାଖ ଓ ଜାମ୍ମୁରେ ରହୁଥିବା ୨/୩ ଭାଗ ଲୋକ ଏହି ଯୋଜନାରେ ସାମିଲ ହେବେ। କେନ୍ଦ୍ର କ୍ୟାବିନେଟ ଜାମ୍ମୁ କାଶ୍ମୀର ଓ ଲଦାଖ ପାଇଁ ୫୨୦ କୋଟି ଟଙ୍କାର ବିଶେଷ ପ୍ୟାକେଜରେ ମୋହର ମାରିଛନ୍ତି। ଏହା ୫ ବର୍ଷ ପାଇଁ ରହିବ। ୧୦ ଲକ୍ଷ ୫୮ ହଜାର ପରିବାର ଏହି ଯୋଜନାରେ ଲାଭବାନ ହେବେ।
{"id":344719,"sizeSlug":"large"}
୪. ADNOC ମଡେଲ ସଂଶୋଧନକୁ ଅନୁମତି - ମନ୍ତ୍ରୀମଣ୍ଡଳ ନାଗରନାର ଷ୍ଟିଲ ପ୍ଲାଣ୍ଟକୁ ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ ଲିମିଟେଡରୁ ଅଲଗା ହେବାକୁ ଏବଂ ପୁରା ସରକାରୀ ଅଂଶକୁ ଏକ ରଣନୀତିକ କ୍ରେତାଙ୍କୁ ବିକ୍ରି କରି ଅଲଗା ହେଇଥିବା କମ୍ପାନୀର ରଣନୀତି ବୀନିବେଶକୁ ଅନୁମତି ଦେଇଛନ୍ତି। କ୍ୟାବିନେଟ୍ ଭାରତୀୟ ସାମରିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ଼କୁ ରଣନୀତିକ ପେଟ୍ରୋଲିୟମ ଭଣ୍ଡାରର ବାଣିଜ୍ୟିକ ବ୍ୟବହାରିତ ବଢାଇବାକୁ ଏଡିଏନଓସି ମଡେଲ ସଂଶୋଧନକୁ ଅନୁମତି ଦେଇଛନ୍ତି।