ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବର୍ଷ ଶେଷ ଯାଏଁ ମାଗଣା ରାସନ, ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ତିନି ମାସ ବଢାଇଲେ କେନ୍ଦ୍ର ସରକାର

28/09/2022 at 3:53 PM

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଗରିବ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଚଳିତ ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି । ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅର୍ଥ ମନ୍ତ୍ରଣାଳୟ ଅନୁସାରେ ତିନି ମାସର ମାଗଣା ରାସନ ପାଇଁ ସରକାରଙ୍କ ଉପରେ ୪୫,୦୦୦ କୋଟି ଟଙ୍କା ଅତିରିକ୍ତ ବୋଝ ପଡିବ । ସୂତ୍ର ଅନୁସାରେ, ନିଜ ପାଖରେ ଥିବା ଖାଦ୍ୟାନ୍ନର ସମୀକ୍ଷା କରିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମୟରେ ସରକାରଙ୍କ ପାଖରେ ପ୍ରଚୁର ପରିମାଣରେ ଖାଦ୍ୟ ସମାଗ୍ରୀ ଉପଲବ୍ଧ ରହିଛି । ଏହା ପୂର୍ବରୁ ଏହି ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଦେଖାଯାଉଛି ।

ଆସନ୍ତା ତିନି ମାସ ଭିତରେ ଗୁଜରାଟ ଏବଂ ହିମାଚଳରେ ନିର୍ବାଚନ ହେବ । ଏପରି ସ୍ଥିତିରେ ଏହି ଯୋଜନାକୁ ତିନି ମାସ ବଢାଇବା ନିଷ୍ପତ୍ତି ସହ ନିର୍ବାଚନକୁ ଯୋଡି ଦେଖାଯାଉଛି । ଉଲ୍ଲେଖଯୋଗ୍ୟ, କରୋନା କାଳରେ କେନ୍ଦ୍ର ସରକାର ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ନାଁରେ ଏହି ସ୍କିମର ଘୋଷଣା କରିଥିଲେ । ଏହା ଅଧିନରେ ପ୍ରତି ମାସରେ ଜଣେ ବ୍ୟକ୍ତି ପିଛା ୫ କେଜି ମାଗଣା ରାସନ ଉପଲବ୍ଧ କରାଯାଉଛି ।

ଏହି ଯୋଜନାର ଲାଭ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମିଳୁଛି । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ ମଧ୍ୟ ଏହି ସମାନ ରାସନ ସବସିଡିରେ ମିଳିଛୁ । କିନ୍ତୁ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆଯାଉଥିବା ରାସନ ଏହାଠାରୁ ଅତିରିକ୍ତ ।

   Related Posts